ଜଗଦଳପୁର ହାଇସ୍କୁଲରେ ଦୀକ୍ଷାଗ୍ରହଣ କାର୍ଯ୍ୟକ୍ରମ

ଆସିକା(ୱାଇଏନ୍‍ଏସ୍‍) : ଆଜିର ଛାତ୍ର କାଲିର ଭବିଷ୍ୟତ, ଛାତ୍ର ଜୀବନରୁ ବିଦ୍ୟାର୍ଥୀଙ୍କୁ ଉତ୍ତମ ଚରିତ୍ର ଗଠନ ସାଙ୍ଗକୁ ନେତୃତ୍ୱ ନେବାର ମାର୍ଗଦର୍ଶନ ଓ ଶୃଙ୍ଖଳା ପ୍ରଦାନ ଦିଗରେ ଯୁବ ରେଡକ୍ରସ ଓ ଭାରତ ସ୍କାଉଟସ୍‍ ଏବଂ ଗାଇଡସ୍‍ର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ୍‍ କୁମାର ପାଢୀ ଏବଂ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର ମତବ୍ୟକ୍ତ କରିଥିବା ଦେଖିବାକୁ ମିଳିଛିି । ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟଶାଖାର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଏବଂ ଗଞ୍ଜାମ ଜିଲ୍ଲା ଶିକ୍ଷାବିଭାଗର ପରାମର୍ଶକ୍ରମେ ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ଗ୍ରାମ ସ୍ଥିତ ଜଗଦଳପୁର ହାଇସ୍କୁଲରେ ଜୁନିୟର୍‍ ରେଡକ୍ରସ ୟୁନିଟ୍‍ ଏବଂ ଭାରତ ସ୍କାଉଟସ୍‍ ଓ ଗାଇଡସ୍‍ ଶାଖାରେ ନୂତନ ଭାବେ ଯୋଗଦେଇଥିବା ସ୍ୱେଚ୍ଛାସେବୀମାନଙ୍କ ଉଦ୍ଦେଶ୍ୟରେ ଏକ ଦୀକ୍ଷା ଗ୍ରହଣ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ସ୍କାଉଟ୍‍ ମାଷ୍ଟର ଶିକ୍ଷକ ସୁନିଲ୍‍ ସେଠୀ ଓ ଗାଇଡ୍‍ କ୍ୟାପଟେନ୍‍ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ଭୋଇ ଏବଂ ଜୁନିୟର୍‍ ରେଡ୍‍କ୍ରସର ସଂଯୋଜିକା ଶିକ୍ଷୟିତ୍ରୀ ମନ୍ଦାକିନୀ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ଦୀକ୍ଷାଗ୍ରହଣ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ ସୁଜିତ୍‍ କୁମାର ପାଢୀ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥୀ ସ୍ୱାଇଁ, ଅବସରପ୍ରାପ୍ତ ରେଳ ବିଭାଗର କର୍ମଚାରୀ ସୁରେନ୍ଦ୍ର କୁମାର ପଣ୍ଡା, ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ଶିକ୍ଷାନୁଷ୍ଠାନର ପଞ୍ଚସଖା ଶିକ୍ଷାସେତୁ ସଂଗଠନର ସଭାପତି ପ୍ରାକ୍ତନ ଛାତ୍ର ବି.ସୁନେଶ୍‍ ପାତ୍ର, ଶିକ୍ଷାନୁଷ୍ଠାନର ପରିଚାଳନା କମିଟି ସଭାପତି ବି.ରାଜି ପାତ୍ର, ମଣ୍ଟାପଡା ଗ୍ରାମ ସ୍ଥିତ ମା ରତ୍ନମାଳୀ ହାଇସ୍କୁଲର ପ୍ରଧାନଶିକ୍ଷକ ତାରାପ୍ରସାଦ ମିଶ୍ର, ଭାରତ ସ୍କାଉଟସ୍‍ ଓ ଗାଇଡସ୍‍ର ଜିଲ୍ଲା ପ୍ରତିନିଧି ଭାସ୍କର ରଣା, ଆସିକା ଆରିୟନ୍‍ ପବ୍ଳିକ ସ୍କୁଲର ସ୍କାଉଟ୍‍ ମାଷ୍ଟର ମନୋରଂଜନ ରଥ, ମଙ୍ଗଳପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଜୁନିୟର୍‍ ରେଡକ୍ରସର କୈଳାଶ ଚନ୍ଦ୍ର ପ୍ରଧାନ ଏବଂ ଶେରଗଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଜୁନିୟର୍‍ ରେଡକ୍ରସର ବିଶ୍ୱଜିତ୍‍ ଜେନା ପ୍ରମୁଖ ଯୋଗଦେଇ ଜୁନିୟର୍‍ ରେଡକ୍ରସ ଏବଂ ଭାରତ ସ୍କାଉଟସ୍‍ ଓ ଗାଇଡସ୍‍ର ଗୌରବମୟ ଇତିହାସ, ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ସ୍ୱେଚ୍ଛାସେବୀମାନେ ସେବା ମନୋଭାବ ନେଇ ଦୀନ, ଦୁଃଖୀ ଓ ପୀଡିତମାନଙ୍କୁ ସଦାସର୍ବଦା ସେବା କରିବାକୁ ଆହ୍ୱାନ କରିବା ସାଙ୍ଗକୁ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ବନ୍ଧୁତ୍ୱ ଓ ସେବା ମନୋବୃତ୍ତି ସୃଷ୍ଟି କରି ସୁନାଗରିକ ହେବା ଦିଗରେ ଜୁନିୟର୍‍ ରେଡକ୍ରସ ଏବଂ ସ୍କାଉଟସ୍‍ ଓ ଗାଇଡସ୍‍ ସଦାସର୍ବଦା ଶୃଙ୍ଖଳା ଜ୍ଞାନର ଶିକ୍ଷା ଦେବାରେ ବିଶେଷ ସହାୟକ ହୋଇଥାଏ ତେଣୁ ଜୁନିୟର୍‍ ରେଡକ୍ରସ ଏବଂ ଭାରତ ସ୍କାଉଟସ୍‍ ଓ ଗାଇଡସ୍‍ର ସ୍ୱେଚ୍ଛାସେବୀମାନେ ଅଧ୍ୟୟନ ସହ ନିଜକୁ ସ୍ୱତନ୍ତ୍ର ଭାବେ ଗଢିତୋଳି ଜୀବନରେ ସଫଳତା ପାଇବା ପାଇଁ ନିଷ୍ଠା ଓ ତ୍ୟାଗର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ଗ୍ରାମ ସ୍ଥିତ ଜଗଦଳପୁର ହାଇସ୍କୁଲର ଜୁନିୟର୍‍ ରେଡକ୍ରସ ୟୁନିଟ ଏବଂ ଭାରତ ଓ ସ୍କାଉଟସ୍‍ ଗାଇଡ୍‍ସ ଶାଖାର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଦୀକ୍ଷାଗ୍ରହଣ ଓ ଶପଥପାଠ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ଶିକ୍ଷକ ସୁଶିଲ୍‍ ମୋହନ ପାତ୍ର, ସହକାରୀ ଶିକ୍ଷୟିତ୍ରୀ ଈଶ୍ୱରୀ ମହାପାତ୍ର, ମନ୍ଦାକିନୀ ପ୍ରଧାନ, ଅନ୍ନପୂର୍ଣ୍ଣା ଭୋଇ, ରୁଦ୍ରପ୍ରସାଦ ସେଠୀ, ସୁନିଲ୍‍ ସେଠୀ, ଜି.ଆନନ୍ଦ ପାତ୍ର, କର୍ମଚାରୀ ଆଶାଲତା ପ୍ରଧାନ ଓ ପ୍ରଶାନ୍ତ କୁମାର ମୁନି ଏବଂ ନୀଳମାଧବ ସ୍ୱାଇଁଙ୍କ ସମେତ ବିଦ୍ୟାର୍ଥୀମାନେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଚଳିତ ୨୦୨୬-୨୭ ଶିକ୍ଷାବର୍ଷରେ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ଜୁନିୟର୍‍ ରେଡକ୍ରସ ୟୁନିଟ ଏବଂ ଭାରତ ସ୍କାଉଟସ୍‍ ଓ ଗାଇଡସ୍‍ ଶାଖାରେ ନୂତନ ଭାବେ ଯୋଗଦେଇଥିବା ସ୍ୱେଚ୍ଛାସେବୀ ଓ ସ୍ୱେଚ୍ଛାସେବିନୀମାନେ ଏହି ଅବସରରେ ଏକ ଶପଥପାଠ କାର୍ଯ୍ୟକ୍ରମରେ ଏକତ୍ରିତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ