କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଗଣଧାରଣା ନିଷ୍ପତ୍ତି

ବାଲେଶ୍ୱର, (ସରୋଜ ପଣ୍ଡା): ବାଲେଶ୍ୱରରେ ଏକ ସରକାରୀ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଗତ ୪ ବର୍ଷ ତଳେ ଗଠିତ କ୍ରିୟାନୁଷ୍ଠାନ କମିଟିର ମାସିକ ବୈଠକରେ ଆସନ୍ତା ୨୦ ତାରିଖ ବୁଧବାର ଦିନ ଔପଦା ବ୍ଲକ୍ ସମ୍ମୁଖରେ ସ୍ଥାନୀୟ କୃଷକ ଓ ବିଭିନ୍ନ ଗଣସଂଗଠନ ସହଯୋଗରେ ଏକ ପ୍ରତୀକ ଗଣଧାରଣା ଅନୁଷ୍ଠିତ ହେବ। ସମିତିର ସଭାପତି ଡ. କେଶବ ଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବ୍ଲକ୍ ସମ୍ମୁଖରେ ଗଣଧାରଣା ସହ ସଂପୃକ୍ତ ବ୍ଲକ୍‌ର ବି.ଡି.ଓ.ଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ଦିଆଯାଇଛି।
ଏହି ବୈଠକରେ ସର୍ବଶ୍ରୀ ନିରଞ୍ଜନ ପରିଡ଼ା, ଭାସ୍କର ଚନ୍ଦ୍ର ପାଢ଼ୀ, ଲକ୍ଷ୍ମଣ ବିଶ୍ୱାଳ, ସୁରେନ୍ଦ୍ର ଦୀକ୍ଷିତ, ରବିନାରାୟଣ ଭୋଳ, ଡା. ତାରାକାନ୍ତ ନନ୍ଦ, ଡ. କ୍ଷିତୀଶ୍ୱର ଦାଶ, ଅକ୍ଷୟ ତ୍ରିପାଠୀ, ଗୌରାଙ୍ଗ ପାଣିଗ୍ରାହୀ ଓ ଗୋବିନ୍ଦ ଚନ୍ଦ୍ର ଭୋଇ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ରାଜ୍ୟ ସରକାରଙ୍କର ବାଲେଶ୍ୱର ପ୍ରତି ବୈମାତୃକ ଭାବ କାରଣରୁ ଉଦ୍‌ବେଗ ପ୍ରକାଶ କରିଥିଲେ। ଦଳମତ ନିର୍ବିଶେଷରେ କୃଷି ଓ କୃଷକର ସ୍ୱାର୍ଥ ପାଇଁ ଆସନ୍ତା ୨୦ ତାରିଖ ଗଣଧାରଣାରେ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଯୋଗଦେବାକୁ ବୈଠକରେ ନିବେଦନ କରାଯାଇଛି। ସୀତାରାମ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ