ଦୁଇ ଦିନ ଧରି ମୁର୍ମୁଶ ଅବସ୍ଥାରେ ଥିବା ଗୋମାତାଙ୍କୁ ଉଦ୍ଧାର କଲେ : କଟକ ମେୟର ସୁବାସ ସିଂ
କଟକ, (ଓ୍ବାଇଏନଏସ): ଆଜି ସକାଳ ୧୦ ଘଟିକା ସମୟରେ ମାନ୍ୟବର କଟକ ମେୟର ସିର ସୁବାସ ସିଂହ ସି.ଡି.ଏ ପେଟନେଲ ଏଲ.ଆଇ.ସି କଲୋନୀ ପଛପଟ ରେ ଏକ ଗୋମାତା ଦୁଇ ଦିନ ଧରି ମୁର୍ମୁଶ ଅବସ୍ଥାରେ ଥିବା ଖବର ଶୁଣି ମାନ୍ୟବର ମେୟର ଶ୍ରୀ ସିଂହ ଯଥା ଶୀଘ୍ର ସେ ଗୋମାତା ଙ୍କୁ ଉଦ୍ଧାର କରିବା ନିମନ୍ତେ କଟକ ମହାନଗର ନିଗମ ର ଏକ ୨୦ ଜଣିଆ ଟିମ ର ଗଠନ କରି ଥିଲେ. ମାନ୍ୟବର କଟକ ମେୟର ଶ୍ରୀ ସିଂ ଙ୍କ ନେତୃତ୍ୱ ରେ ଉକ୍ତ ଟିମ ଯୁଧ୍ୟ କାଳୀନ ଭିତ୍ତରେ ମୁର୍ମୁଶ ଅବସ୍ଥାରେ ଥିବା ଗୋମାତା ଟିକୁ ଉଦ୍ଧାର କରି କଟକ ମହାନଗର ନିଗମ ର ପଶୁ ଆମ୍ବୁଲାନ୍ସ ଦ୍ୱାରା ଏକ ଆଶ୍ରମ କୁ ନିଆଯାଇ ସେଠାରେ ପଶୁ ଡାକ୍ତର ଙ୍କ ଦ୍ୱରା ଚିକିଷ୍ୟ କର ଯାଇଥିଲା ଏବଂ ଉକ୍ତ ଗୋମାତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ବୋଲି ସୂଚନା ମିଳିଛି.ମହାନଗର ନିଗମ ଦ୍ୱାରା ଗୋମାତାଙ୍କର ମାଲିକର ସନ୍ଧାନ ମିଳିସାରିଥବା ବେଳେ ତାଙ୍କୁ ଏ ସମ୍ବଧରେ କୈଫତମଗାଯାଇଅଛି .କଟକ ସହରରେ ଗୃହପାଳିତ ପଶୁ ପକ୍ଷୀଙ୍କୁ ପାଳୁଥିବା ଲୋକ ଙ୍କୁ ସେମାନଙ୍କର ଗୃହପାଳିତ ପଶୁ ପକ୍ଷୀ ଙ୍କ ଦାଇତ୍ୱ ତାଙ୍କର ଏବଂ ଏଥିରେ କୌଣସି ପ୍ରକର ଖିଲାପ କଲେ ଅଥବା ଗୃହପାଳିତ ପଶୁ ପକ୍ଷୀ ଙ୍କୁ କଟକ ସହର ରାସ୍ତା ଘାଟରେ ଖୋଲା ଛାଡିଲେ ଉକ୍ତ ମାଲିକ ଙ୍କ ଉପରେ ମହାନଗର ନିଗମ ପକ୍ଷରୁ କାଠିର କାର୍ଯ୍ୟାନୁଷ୍ଠାନ ନିଆଯିଆବ ବୋଲି ମାନ୍ୟବର ମେୟର ଶ୍ରୀ ସିଂହ ସୂଚନା ଦେଇଛନ୍ତି. ଏହି ଉଦ୍ଧାର କାର୍ଯ୍ୟ କ୍ରମରେ ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ ଙ୍କ ସହିତ ଅବସରପ୍ରାପ୍ତ ଏସ.ପି . ଶ୍ରୀ ସାରଦା ପ୍ରଶନ ପାତ୍ର, କଟକ ମହାନଗର ନିଗମ ଉପଆୟୁକ୍ତ ଜୁବୁଲି ଚରଣ ବେହେରା , ନଗର ସ୍ଵାସ୍ଥ ଅଧିକରୀ ଡ଼. ନୃପେନ୍ଦ୍ର କୁମାର ଶତପଥ,ସ୍ଥାନୀୟ ମୁରବି ଗିରିଜା ପଟ୍ଟନାୟକ ,ପ୍ରଶାନ୍ତ ମହାନ୍ତି ଉକ୍ତ ଉଦ୍ଧାର କାର୍ଯ୍ୟ କୁପରିଚାଳନା କରିଥିଲେ.


