କଟକର ନାମ ଇଂରାଜୀରେ ‘CUTTACK’ ବଦଳରେ ‘KATAK’ ପରିବର୍ତନ କରିବାକୁ କଟକ ମେୟରଙ୍କ ଦାବି

କଟକ, (ଓ୍ବାଇଏନଏସ): ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ ମାନ୍ୟବର ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ଗତ ସପ୍ତାହରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୧ ଗୋଟି ଜିଲ୍ଲାର ୨୫ ଟି ଅଞ୍ଚଳର ଇଂରାଜୀ ନାମର ଓଡ଼ିଆ ନାମ ଅନୁସାରେ ବଦଳାଉଛନ୍ତି କିନ୍ତୁ ଦୁର୍ଭାଗ୍ୟର କଥା ଓଡ଼ିଶାରେ ପୁରାତନ ରାଜଧାନୀ ତଥା ବ୍ୟବସାୟିକ ପେଣ୍ଠସ୍ତଳୀ କଟକର ନାମ କୁ ଅପରିବର୍ତ୍ତିତ ରଖିଛନ୍ତି । ରେଭେନସା କଲେଜରୁ ଏକ ଐତିହାସିକ ଦସ୍ତାବିଜରୁ ଏହା ପ୍ରମାଣିତ ହୋଇଛି ଯେ ସ୍ୱାଧୀନତା ଆଗରୁ କଟକର ଇଂରାଜୀରେ ନାମ ‘KATAK’ ଭାବରେ ଲେଖାଯାଉଥିଲା କିନ୍ତୁ କୌଣସି କାରଣ ବସତହ ଏହା CUTTACK ଲେଖା ଯାଉଅଛି । କଟକ ଜିଲ୍ଲା ଓ କଟକ ସହରର ସମସ୍ତ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ଭାବନା ଓ ଆବେଗକୁ ଦୃଷ୍ଟିରେ ରଖି କଟକର ନାମ ‘CUTTACK’ ବଦଳରେ ‘KATAK’ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ