ଝାରଖଣ୍ଡ ଉଚ୍ଚ ନାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ପ୍ରଦୀପ କୁମାର ମହାନ୍ତିଙ୍କୁ ଭେଟିଲେ କଟକ ମେୟର ସୁବାସ ସିଂହ
କଟକ, (ଓ୍ବାଇଏନଏସ): ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ, ଝାରଖଣ୍ଡ ରାଜ୍ୟ ଉଚ୍ଚ ନାୟାଳୟ ର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ପ୍ରଦୀପ କୁମାର ମହାନ୍ତି ଙ୍କୁ ତାଙ୍କ କଟକ ସାହେବଜାଦା ବଜ଼ାର ସ୍ତିତ ବାସଭବନରେ ପହଞ୍ଚି ତାଙ୍କର ସ୍ଵସ୍ଥ ଅବସ୍ଥା ପଚାରି ବୁଝିଥିଲେ । ସୂଚନା ଅନୁସାରେ ଜଷ୍ଟିସ ମହାନ୍ତି ୧୦ ଜୁନ ୧୯୫୫ ମସିହାରେ କଟକ ସ୍ତିତ ଚାନ୍ଦିନୀଚୋୖକ ଠାରେ ଜନ୍ମଗ୍ରହଣ କରିଥିଲେ, ତାଙ୍କ ପିତା ସ୍ୱର୍ଗତ ଜଷ୍ଟିସ ଯୁଗଳ କିଶୋରେ ମହାନ୍ତି ସିକିମ ଉଚ୍ଚ ନାୟାଳୟ ର ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟ ତୁଲାଇଛନ୍ତି, ସେ ରେଭେନ୍ସା କଲିଜିଏଟ ସ୍କୁଲ ଏବଂ ୧୯୭୪ ମସିହାରେ ରେଭେନ୍ସା କଲେଜ ରୁ ନିଜର ଶିକ୍ଷା ଗ୍ରହଣ କରିଥିଲେ । ଏହାପରେ ସେ ମଧୁସୁଧନ ଆଇନ କଲେଜ ରୁ ଓକିଲାତି ଶିକ୍ଷା ଗ୍ରହଣ କରିଥିଲେ। ସେ ପ୍ରଥମେ ଓଡିଶା ଉଚ୍ଚ ନାୟାଳୟରେ କ୍ରିମିନାଲ ଏବଂ ସିଭିଲ ଓକିଲ ଭାବରେ ଓକିଲାତି କରୁଥିଲେ। ତଥା ଓଡିଶା ଉଚ୍ଚ ନାୟାଳୟ ବାର କାଉନସିଲ ର ସମ୍ପାଦକ ଭାବରେ ମଧ୍ୟ ନିର୍ବାଚିତ ହୋଇଛନ୍ତି। ଏହାଛଡା ସେ ବିଭିନ୍ନ ପୌରପାଳିକା ତଥା ଅତିରିକ୍ତ ସରକାରୀ ଓକିଲ ଭାବରେ ମଧ୍ୟ ନିଜ କାର୍ଯ୍ୟ ସମ୍ପାଦନ କରିଛନ୍ତି। ମାର୍ଚ୍ଚ ୭ ତାରିଖ ୨୦୦୨ ମସିହାରେ ପ୍ରଥମ କରି ସେ ଓଡିଶା ଉଚ୍ଚ ନାୟାଳୟ ରେ ଅତିରିକ୍ତ ଜଜ ଭାବରେ କାର୍ଯ୍ୟ ନିର୍ବାହ କରିଥିଲେ ,୨୦୦୪ ମସିହାରେ ଜଷ୍ଟିସ ମହାନ୍ତି ନିୟମିତ ଜଜ ଭାବରେ ଓଡିଶା ଉଚ୍ଚ ନାୟାଳୟ ରେ ନିଜ କାର୍ଯ୍ୟ ସମ୍ପାଦନ ଆରମ୍ଭ କରିଥିଲେ । ଅକ୍ଟୋବର ୭ ତାରିଖ ୨୦୧୭ ମସିହା ଦିନ ସେ ଝାରଖଣ୍ଡ ଉଚ୍ଚ ନାୟାଳୟ ର ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ । ଜାତୀୟ ସୁରକ୍ଷା ଅଧିନିୟମ, ୧୯୮୦ ଅନୁଯାୟୀ ଗଠିତ NSA ପରାମର୍ଶଦାତା ବୋର୍ଡର ଚେୟାରମ୍ୟାନ୍ ଭାବରେ ମଧ୍ୟ ଜଷ୍ଟିସ ପ୍ରଦୀପ କୁମାର ମହାନ୍ତିଙ୍କୁ ମନୋନୀତ କରାଯାଇଥିଲା, ଶେଷରେ ୨୦୧୯ ମସିହାରୁ ୨୦୨୪ ମସିହା ପର୍ଯ୍ୟନ୍ତ ଲୋକପାଳ କମିଟିର ସଦସ୍ୟ ରହିବା ସହିତ ଲୋକପାଳ କମିଟିର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିଥିଲେ । ଆପଣ କେମିତି ଅଛନ୍ତି ? କାର୍ଯକ୍ରମ ରେ ମାନ୍ୟବର ମେୟର ଶ୍ରୀଯୁକ୍ତ ସୁବାସ ସିଂହ ଜଷ୍ଟିସ ପ୍ରଦୀପ କୁମାର ମହାନ୍ତି ଙ୍କୁ ତାଙ୍କ ସାହେବଜାଦା ବଜ଼ାର ରେ ଥିବା ବାସଭବନରେ ସାକ୍ଷାତ କରି ତାଙ୍କର ସ୍ୱାସ୍ଥ୍ୟ ଓ ପରିବାର ସୁଖ – ଦୁଖ ବିଷୟରେ ପଚାରି ବୁଝିଥିଲେ । ଏହି ଅବସରରେ ମାନ୍ୟବର ମେୟର ଶ୍ରୀ ସିଂହ ଙ୍କ ସହିତ ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ, କର୍ପୋରେଟର ଆରତୀ ସାହୁ , ଜଗନ୍ନାଥ ସ୍ୱାଇଁ , ମନୋଜ ସାହୁ ଜଷ୍ଟିସ ପ୍ରଦୀପ କୁମାର ମହାନ୍ତି ଙ୍କ ପରିବାର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।


