ପଞ୍ଚାୟତ ସମିତି ବୈଠକ
ଚିକିଟି (ଓ୍ବାଇଏନଏସ):ଚିକିଟି ପଞ୍ଚାୟତ ସମିତି ବୈଠକ ଅଧ୍ୟକ୍ଷ ଆପନା ସେଠି ଙ୍କ ସଭାପତିତ୍ୱ ରେ ବୁଧବାର ଅନୁଷ୍ଠିତ ହୋଇ ପ୍ରବଳ ହୋ ହାଲ୍ଲା ମଧ୍ୟରେ ପରସ୍ପର ଆରୋପ ଓ ପ୍ରତ୍ୟାରୋପ ରେ ଶେଷ ହୋଇଯାଇଛି.ପୂର୍ବ ସରକାର ସମୟ ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ରେ ଓ ବର୍ତ୍ତମାନ ସରକାର ରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ରେ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ଅଣଦେଖା କରାଯାଉଥିବା ମୁଖ୍ୟ ଆକର୍ଷଣ ରହିଥିଲା.ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଉପସ୍ଥିତ ରହି ସମସ୍ତ ଙ୍କ ଅଭିଯୋଗ ର ସମାଧାନ ହେବ ବୋଲି ପ୍ରତିଶୃତି ମଧ୍ୟ ଦେଇଛନ୍ତି . ତେବେ ବିକଶିତ ଗାଁ ଓ ବିକଶିତ ଓଡିଶା ର ଉନ୍ନତି ମୂଳକ କାର୍ଯ୍ୟ ରେ ଗ୍ରାମ ସଭା ଓ ସମିତି ଙ୍କ ସମନ୍ୱୟ ରେ ଦିଆଯାଇଥିବା ପ୍ରପୋଜାଲ ଗୁଡିକୁ ଗୁରୁତ୍ୱ ନ ଦେଇ ସରକାରୀ କର୍ମଚାରୀ ମାନେ ମନ ଇଛା କାର୍ଯ୍ୟ କରିବା ପଞ୍ଚାୟତ ପ୍ରତିନିଧି ମାନେ ଅଭିଯୋଗ କରିଥିଲେ.ଅନ୍ୟ ପକ୍ଷ ରେ ସହାୟକ ଯନ୍ତ୍ରୀ ଙ୍କ ମୌନବ୍ରତ କୁ ନେଇ ପିତାତଳି ପଞ୍ଚାୟତ ସରପଞ୍ଚ ରାଙ୍ଗା ରାଓ ଅଭିଯୋଗ କରିବା ରୁ ସେ ଅଫିସ ଗାଡି ନାହିଁ କେମିତି କାର୍ଯ୍ୟ କରିବି ବୋଲି ଉତ୍ତର ଦେଇଥିଲେ ଯାହା କୁ ନେଇ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା.ବିଭିନ୍ନ ଉନ୍ନୟନ ମୂଳକ କାମ ର ବିଲ ଗୁଡିକ ଉଦ୍ଧେଶ୍ୟ ମୂଳକ ଭାବେ କରା ଯାଉଛି ବୋଲି ମଧ୍ୟ ଅଭିଯୋଗ ଉଠିଥିଲା.ତେବେ ଏ ପରିସ୍ଥିତି ରେ ସରକାରୀ କର୍ମଚାରୀ ଓ ପଞ୍ଚାୟତ ପ୍ରତିନିଧି ଙ୍କ ମଧ୍ୟ ରେ ଏ ଭଳି ସମନ୍ୱୟ ଅଭାବ ଆଗାମୀ ଦିନ ରେ ସମସ୍ୟା ସୃଷ୍ଟି କରିପାରେ ବୋଲି ବୁଦ୍ଧିଜୀବୀ ମହଲ ରେ ଆଲୋଚନା ହେଉଛି.ସେହିପରି ପୂର୍ଵ ସରକାର ସମୟ ରେ ମଧ୍ୟ ପ୍ରଶାସନ ତରଫରୁ ସମାନ ଭାବେ ହେୟ ଜ୍ଞାନ କରାଯାଉଥିଲା ବୋଲି ଚାନ୍ଦପୁର ପଞ୍ଚାୟତ ସମିତି ସଭ୍ୟ ଅକ୍ଷୟ କୁମାର ସେଠି ଅଭିଯୋଗ ବାଢିଛନ୍ତି.ଅନ୍ୟ ପକ୍ଷ ରେ ଶିକ୍ଷା,ସ୍ୱାସ୍ଥ୍ୟ,କୃଷି,ବିଦ୍ୟୁତ ସମସ୍ୟା ନେଇ ମଧ୍ୟ ବିସ୍ତୃତ ଆଲୋଚନା ହୋଇଛି.


