ବୈଦିକ ପରିବାର ତରଫରୁ ଓଡ଼ିଆ ନବବର୍ଷ ପାଳିତ
ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାର ଲିଟିଗୁଡାସ୍ଥିତ ଶ୍ରୀରାମନଗର ପରିସରରେ ବିଶ୍ୱ ବୈଦିକ ପରିବାର ତରଫରୁ ଉତ୍କଳୀୟ ନବବର୍ଷ ଉପଲକ୍ଷେ ବୈଦିକ ମହାଯଜ୍ଞ,ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ସନ୍ତୋଷ ବାଡତ୍ୟା,ଯୁଗଳ କିଶୋର ପଟ୍ଟନାୟକ, ସୁଶୀଳା ସାହୁ, ସୌଦାମିନୀ ମହାନ୍ତି ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ଓଡ଼ିଶାର ସଂସ୍କୃତି,ଭାଷା, ଆଧ୍ୟାତ୍ମିକ ଚେତନା,ପରମ୍ପରାର ପ୍ରଚାର ଓ ପ୍ରସାରରେ ପ୍ରତ୍ୟେକ ନାଗରିକଙ୍କ ଉତ୍ତର ଦାୟିତ୍ୱ ରହିଥିବା ଉପରେ ଆଲୋଚନାକରିବା ସହ ଆଧୁନିକତାର ପ୍ରଭାବରେ ବର୍ତ୍ତମାନର ନୂତନ ପିଢ଼ିଙ୍କ ଜୀବନ ଶୈଳୀରେ ବହୁଳ ବ୍ୟତିକ୍ରମ ହୋଇଛି । ମୋବାଇଲର ବହୁଳ ବ୍ୟବହାର ଯୋଗୁ ଆତ୍ମୀୟ ସ୍ୱଜନ ତଥା ବନ୍ଧୁ ପରିଜନଙ୍କ ସହ ସମ୍ପର୍କ ଧୀରେ ଧୀରେ କ୍ଷୁର୍ଣ୍ଣ ହେଉଛି। ଏଣୁ ଆମେ ସମସ୍ତେ ପ୍ରାକୃତିକ ଜୀବନ ଶୈଳୀକୁ ଆପଣାଇଲେ ହିଁ ଆମ ସଂସ୍କୃତି ଓ ସଭ୍ୟତା ସୁରକ୍ଷିତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳ ସହ ଆଖପାଖ ଅଞ୍ଚଳରୁ ୧୦୦ ରୁ ଉର୍ଦ୍ଧ ଜଣ ସାଧାରଣ ଯୋଗ ଦେଇଥିଲେ।


