ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ବ୍ଲକ ଅସନପାଟ ପଞ୍ଚାୟତ ର ଗିଧିବାସ ଗ୍ରାମରେ ରହିଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ଅଷ୍ଟମ ଶ୍ରେଣୀର ଛାତ୍ର ଙ୍କ ମୃତ୍ୟୁ ହୋଇଥିବା ଜଣା ଯାଇଛି। ଗିଧିବାସ ଏକଲବ୍ୟ ଆଦର୍ଶ ଆବାସିକ ରେ ବାରିଆ ଥାନା ଅନ୍ତର୍ଗତ କେନ୍ଦୁଆ ଗ୍ରାମର ସ୍ବର୍ଗତ ଶୁକଦେବ ମୁଣ୍ଡାଙ୍କ ପୁଅ ଅମିତ ମୁଣ୍ଡା ଅଷ୍ଟମ ଶ୍ରେଣୀ ରେ ଅଧ୍ୟୟନ କରୁଥିଲେ। ମଙ୍ଗଳବାର ଦିନ ବିଦ୍ୟାଳୟ ରେ କବାଡି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅମିତ କବାଡି ଖେଳରେ ଅଂଶ ଗ୍ରହଣ କରିଥିଲେ। ସେଠାରୁ ସେ କବାଡି ଖେଳୁଥିବା ସମୟରେ ତଳେ ପଡିଯାଇଥିଲା ଏବଂ ତା ମୁଣ୍ଡ ମାଡ ହୋଇଥିଲା। କବାଡି ଖେଳିବା ସମୟରେ ଅମିତର ମୁଣ୍ଡ ମାଡ ହୋଇଥିବା ସମ୍ପର୍କରେ ଖେଳ ଶିକ୍ଷକ ଠାରୁ ଆରମ୍ଭ କରି ଅନ୍ୟ ଶିକ୍ଷକ ମାନେ ଜାଣିଥିଲେ ମଧ୍ୟ ଆହତ ଛାତ୍ର କୁ ଡାକ୍ତର ଖାନା କୁ ଚିକିତ୍ସା ପାଇଁ ନ ନେଇ ରାତି ସାରା ବିଦ୍ୟାଳୟ ର ଛାତ୍ରବାସରେ ରହିଥିଲା। ବୁଧବାର ସକାଳେ ସେ ବିଶେଷ ଅସୁସ୍ଥ ହେବାରୁ ବିଦ୍ୟାଳୟ କର୍ତ୍ତୁପକ୍ଷ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ ଚିକିତ୍ସା ପାଇଁ କିଛି ଅମିତ ର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଖାନା କର୍ତ୍ତୁପକ୍ଷ ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ସେଠାରେ ଅମିତ ର ଚିକିତ୍ସା ଚାଲିଥିବା ବେଳେ ତାର ମୃତ୍ୟୁ ହୋଇଯାଇଛି। ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ର ମୃତ୍ୟୁ ହୋଇଥିବା ପାଇ ଝୁମ୍ପୁରା ମଙ୍ଗଳ ଅଧିକାରୀ ମନୋରଞ୍ଜନ ନାଏକ ବିଦ୍ୟାଳୟ ରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହିତ ମୃତ ଛାତ୍ରଙ୍କ ଘରେ ପହଞ୍ଚି ପରିବାର ସଦସ୍ୟ ମାନଙ୍କ ସହିତ ଘଟଣା ସମ୍ପର୍କରେ ଆଲୋଚନା କରିବା ସହିତ ମୃତ ଛାତ୍ର ଅମିତ ଙ୍କୁ ସରକାର ତରଫରୁ ଯେଉଁ ସିବୁଧା ମିଳିବାର ସରକାର ଙ୍କ ନିୟମ ରହିଛି ତାହା ପ୍ରଦାନ କରାଯିବ ବୋଲି କହିଛନ୍ତି। ଏଠାରେ ଅଭିଭାବକ ମାନେ ପ୍ରଶ୍ନ କରିଛନ୍ତି ଦିନ କ ପୂର୍ବରୁ ପିଲା ଆହତ ହୋଇଥିଲେ ମଧ୍ୟ ବିଦ୍ୟାଳୟ କର୍ତ୍ତୁପକ୍ଷ ଚିକିତ୍ସା ନ କରି ବିଦ୍ୟାଳୟ ପଛରେ ରାତି ତମାମ ରଖିବା ପଛରେ କି ରହସ୍ୟ ରହିଛି ବୋଲି ଆଲୋଚନା ହେଉଛି।


