ମକର ପାଇଁ ଗାଁରେ ଟୁସୁ ଦେବୀଙ୍କ ଆଗମନ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ପୂର୍ବ ପୁରୁଷ ରୁ ମକର ସଂକ୍ରାନ୍ତିକୁ ଗଣପର୍ବ ଭାବେ ଜିଲାବାସୀ ଧୁମଧାମ୍ରେ ପାଳନ କରି ଆସୁଛନ୍ତି। ମକର ସଂକ୍ରାନ୍ତି ଯେତିକି ପାଖେଇ ଆସୁଛି ଗାଁ ଠାରୁ ଜିଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଲୋକ ମାନଙ୍କ ଉତ୍ସାହ ଉଦ୍ଦୀପନା ସେତିକି ବଢୁଛି। ଗରିବ ଖଟିଖିଆ ମାନେ ଧାନ କଟା ସରିବା ପରେ ମକର ସଂକ୍ରାନ୍ତି ପୂର୍ବରୁ କିଛି ରୋଜଗାର କରିବା ଆଶାରେ ବାହାର ରାଜ୍ୟକୁ କାମ ଅନ୍ୱେଷଣ ରେ ଚାଲିଯାଆନ୍ତି। ସେଠାରୁ ଯାହା ରୋଜଗାର କରନ୍ତି ସେହି ଅର୍ଥରେ ପରିବାରର ସମସ୍ତ ଙ୍କ ପାଇଁ ନୂଆ ବସ୍ତ୍ର କିଣିବା ସହିତ ମକର ସଂକ୍ରାନ୍ତି କୁ ଆଡ଼ମ୍ବର ସହକାରେ ପରିବାର ର ସମସ୍ତେ ଏକାଠି ହୋଇ ଆନନ୍ଦ ଉଲ୍ଲାସର ସହିତ ପାଳନ କରନ୍ତି। ଏପଟେ ମକର ସଂକ୍ରାନ୍ତି ପାଖେଇ ଆସିଲେ କୁଡୁମୀ ସଂପ୍ରଦାୟର ର ମହିଳା ମାନେ ଟୁସୁ ଦେବୀକୁ ଦୁଃଖ ଭରା କାହାଣୀକୁ ସର୍ବସାଧାରଣ ଙ୍କୁ ମନେ ପକେଇ ଦେବାକୁ ପ୍ରୟାସ ଆରମ୍ଭ କରିଥାନ୍ତି। ପୂର୍ବରୁ କୁଡୁମୀ ସମ୍ପ୍ରଦାୟର ମହିଳାମାନେ ଟୁସୁ ଦେବୀଙ୍କ ମୂର୍ତ୍ତି ନିର୍ମାଣ କରି ଟୁସୁଦେବୀଙ୍କ ନେଇ ଗାଁ ଗାଁ ଯାଇ ଟୁସୁଦେବୀଙ୍କ କରୁଣ ଗୀତକୁ ଗାଉଥିବା ଦେଖିବାକୁ ମିଳୁଛି। ଟୁସୁ ଦେବୀକୁ ସବୁ ବର୍ଗର ଲୋକ ମାନେ ସମ୍ମାନ ଜଣାଉଥିବା ସହିତ ଟୁସୁ ଦେବୀକୁ ପ୍ରତି ଘରେ ପୂଜା ଅର୍ଚ୍ଚନା କରୁଥିବା ଦେଖିବାକୁ ମିଳୁଛି। ଝୁମ୍ପୁରା ବ୍ଲକର ବିଭିନ୍ନ ଗ୍ରାମରେ ବସବାସ କରୁଥିବା କୁଡୁମୀ ସମ୍ପ୍ରଦାୟ ପକ୍ଷରୁ ଟୁସୁ ଦେବୀଙ୍କ ଗ୍ରାମକୁ ଗ୍ରାମ ବୁଲାଇ ମିଳିତ ସ୍ବରରେ ସ ଟୁସୁ ଦେବୀଙ୍କ ଗୀତକୁ ମହିଳାମାନେ ଅତି ସୁନ୍ଦର ଭାବରେ ଶୁଣାଇ ଚାଲିଥିବା ଦେଖିବାକୁ ମିଳୁଛି। କୁଡୁମୀ ସମ୍ପ୍ରଦାୟର ମହିଳା ମାନେ ସଂଘବୋଧ ଭାବରେ କେବେ ଓ କେଉଁ ଦିନ କୋଉ ଗ୍ରାମକୁ ଯାଇ ଟୁସୁ ଦେବୀଙ୍କୁ ଘର ଘରକୁ ପରିକ୍ରମା କରାଇବେ ତା ସ୍ବତନ୍ତ୍ର ଖସଡା ପ୍ରସ୍ତୁତ କରିଥାନ୍ତି ଏବଂ କୁସୁମ ଦେବୀଙ୍କୁ ସେହି ରୁଟ ଚାର୍ଟ ଅନୁସାରେ ପରିକ୍ରମା କରି ଟୁସୁ ଦେବୀଙ୍କ ଉପରେ ହୋଇଥିବା ଅତ୍ୟାଚାର ର କାହାଣୀ କୁ ଗୀତ ମାଧ୍ୟମରେ ଶୁଣାଇ ଥାନ୍ତି। କିଛି ଦିନ ହେଲା କୁଡୁମୀ ସମ୍ପ୍ରଦାୟର ମହିଳା ମାନେ ଟୁସୁ ଦେବୀଙ୍କୁ ଘରକୁ ଘର ବୁଲାଇବା ସହିତ ଟୁସୁ ଗୀତ ଗାଇ ଗାଇ ଗ୍ରାମ ଦାଣ୍ଡକୁ ମୁଖରିତ କରିଚାଲିଥିବା ଦେଖିବାକୁ ମିଳିଛି। ୮ ରୁ ୧୦ ମହିଳାକୁ ନେଇ ଯେପରି ମହିଳା ସ୍ବୟଂ ସହାୟକ ଗୋଷ୍ଠି ଗଠନ କରି ସାମୁହି କାର୍ଯ୍ୟ କରୁଛନ୍ତି ସେହିପରି କୁଡିମୀ ସମ୍ପ୍ରଦାୟର ୮ ରୁ ୧୦ ଜଣ ମହିଳା ଏକାଠି ମିଶି ଗ୍ରାମକୁ ଗ୍ରାମ ଯାଇ ଟୁସୁ ଦେବୀଙ୍କ ଉପରେ କିପରୀ ପୂର୍ବରୁ ଅତ୍ୟାଚାର କରାଯାଇଥିଲା, ସେହି ଅତ୍ୟାଚାରରୁ ଟୁସୁଦେବୀ କିପରୀ ନିଜକୁ ରକ୍ଷା କରିଥିଲେ ସେହି ଘଟଣାକୁ ମହିଳା ମାନେ ଦୁଃଖ ଭରାକଣ୍ଠରେ ଗୀତକୁ ମୁଁ ମଧୁର ସ୍ଵରରେ ଜନସାଧାରଣଙ୍କୁ ସଚେତନା ବାର୍ତ୍ତା ପ୍ରଦାନ କରୁଛନ୍ତି । ଗ୍ରାମରେ ବସବାସ କରୁଥିବା ପରିବାର ଗୁଡିକ ଟୁସୁ ଦେବୀଙ୍କ ଦୁଃଖଭରା କାହାଣି ଶୁଣିବା ପରେ ଟୁସୁଦେବୀଙ୍କ ଉଦ୍ଦେଶ୍ୟରେ ନିଜର ଶକ୍ତି ଅନୁଯାୟୀ ଧାନ ଧାନ, ଚାଉଳ, ଟଙ୍କା ଦେଇ ଟୁସୁଦେବୀ ଙ୍କ ନିକଟରେ ମୁଣ୍ଡିଆ ମାରିଥାନ୍ତି। ଟୁସୁ ଦେବୀଙ୍କ କାହାଣୀ ପ୍ରଚାର କରୁଥିବା ମହିଳା ମାନେ ଦୁଇ ରୁ ତିନି ସପ୍ତାହ ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମକୁ ଗ୍ରାମ ଗ୍ରସ୍ତ କରି ଦେବୀଙ୍କ ଗୀତ ଶୁଣାଇ ଧାନ ଚାଉଳ ଟଙ୍କା ସଂଗ୍ରହ କରିଥାନ୍ତି। ମକର ସଂକ୍ରାନ୍ତି ଦିନ ମକର ମେଳା ହେଉଥିବା ସ୍ଥାନରେ ରହିଥିବା ନଦୀ ବା ପୁଷ୍ପରଣୀ ରେ ଟୁସୁଦେବୀଙ୍କୁ ବିର୍ଜଜନ କରିବା ପରେ ଗ୍ରାମକୁ ଫେରି ଟୁସୁଦେବୀଙ୍କ ଉଦ୍ଦେଶ୍ୟରେ ଗ୍ରାମରେ ଭୋଗ ଲଗାଇଥାନ୍ତି। ଟୁସୁ ଦେବୀଙ୍କ ଉଦ୍ଦେଶ୍ୟରେ ଉଠିଥିବା ଧାନ ଚାଉଳରେ ପ୍ରସ୍ତୁତ ହୋଇଥିବା ଭୋଗକୁ ଗ୍ରାମବାସୀଙ୍କୁ ବଣ୍ଟନ କରିଥାନ୍ତି। ଆଧୁନିକ ଚାକଚକ୍ୟ ସଭ୍ୟତା ଆସିବା ପରେ କିଛି ବର୍ଷ ଟୁସୁ ଗୀତ ଗ୍ରାମ ଗୁଡିକରେ କୁଚିତ ଶୁଣିବାକୁ ମିଳୁଥିଲା। କିନ୍ତୁ ବର୍ତ୍ତମାନ ପୂର୍ବ ପୁରୁଷରୁ ପାଳିତ ହୋଇ ଆସୁଥିବା ପ୍ରଥା ଓ ପରମ୍ପରାକୁ ପୁଣିଥରେ ବହୁଳ ମାତ୍ରାରେ ପ୍ରଚାର କରି ଜନସାଧାରଣଙ୍କୁ ସଚେତନା କରିବା କରିବା ଉଦ୍ଦେଶ୍ୟରେ ପ୍ରତି କୁଡୁମୀ ଗ୍ରାମର ମହିଳା ମାନେ ଅଣ୍ଟା ଭିଡି ଆଗେଇ ଆସି ଟୁସୁ ଦେବୀଙ୍କ ଦୁଃଖଭରା ଗୀତକୁ ଶୁଣାଉଥିବା ଦେଖୁବାକୁ ମିଳିଛି। ଟୁସୁ ଦେବୀଙ୍କୁ ଦେଖିବା ଏବଂ ତାଙ୍କ ଉଦେଶ୍ୟ ରେ ଗାଉଥିବା ଗୀତ ଶୁଣିବା ପାଇଁ ଗ୍ରାମରେ ଟୁସୁଦେବୀ ବୁଲୁଥିବା ସମୟରେ ପୁରୁଷ ମହିଳା ତଥା କୁନି କୁନି ପିଲାମାନେ ରୁଣ୍ଡିଭୁତ ହେଉଥିବା ଦେଖିବାକୁ ମିଳୁଛି। ଗ୍ରାମ ଗୁଡିକରେ ଟୁସୁ ଦଳ ଗଲା ପରେ ଆଉ ଗୋଟ ଟୁସୁ ଦଳ ପହଞ୍ଚି ପ୍ରତିଯୋଗିତା ମୂଳକ ଭାବରେ ଟୁସୁ ଦେବୀଙ୍କ ଗୀତକୁ ଶୁଣାଇ ଚାଲିଥିବା ଦେଖିବାକୁ ମିଳୁଛି।


