ଆଲିପୁର ଶ୍ରୀକ୍ଷେତ୍ର ପଂଚାୟତ ଉଚ୍ଚ ବିଦ୍ୟାଳୟରେ ଖାଲି ପଡିଥିବା ପଦବୀ ପୂରଣ ଦାବୀ

ଆସିକା (ୱାଇଏନ୍‍ଏସ୍‍): ଆସିକା ବ୍ଳକ ଅନ୍ତର୍ଗତ ଆଲିପୁର ଗ୍ରାମ ପଞ୍ଚାୟତର ଆଲିପୁର ଗ୍ରାମରେ ଥିବା ନୂତନ ଅନୁଦାନପ୍ରାପ୍ତ ଶ୍ରୀକ୍ଷେତ୍ର ପଞ୍ଚାୟତ ଉଚ୍ଚବିଦ୍ୟାଳୟକୁ ଅତୀତରେ ରାଜ୍ୟ ସରକାରଙ୍କ ପକ୍ଷରୁ ୫-ଟିରେ ଅନ୍ତର୍ଭୁକ୍ତ କରାଯାଇ ଗତ ୨୦୨୩ ମସିହା ଜାନୁୟାରୀ ମାସ ୧୧ ତାରିଖରେ ଉଦ୍‌ଘାଟନ କରାଯାଇଥିଲା। ଗୁଣାତ୍ମକ ଶିକ୍ଷାର ବାତାବରଣ ସୃଷ୍ଟି ପାଇଁ ଏହି ପୁରାତନ ଶିକ୍ଷାନୁଷ୍ଠାନକୁ ସ୍ମାର୍ଟ ହାଇସ୍କୁଲରେ ରୂପାନ୍ତରଣ କରାଯାଇଥିଲା । ଯେଉଁଠି ଇ. ପାଠାଗାର ସମେତ ସ୍ମାର୍ଟ କ୍ଳାସ୍‌ରୁମ୍‌, କ୍ରୀଡା, କମ୍ପ୍ୟୁଟର୍ ରୁମ୍‌, ଅତ୍ୟାଧୁନିକ ବିଜ୍ଞାନାଗାର, ରିଡିଙ୍ଗ ରୁମ୍‌, ପାନୀୟ ଜଳ, ସ୍ମାର୍ଟ ଶୌଚାଳୟ ସମେତ ବିଭିନ୍ନ ଆଧୁନିକ ସୁବିଧା ଉପଲବ୍ଧ ହୋଇଛି । ଅତୀତରେ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ବିଦ୍ୟାଳୟର ଆଧୁନିକୀକରଣ ହୋଇଥିଲା । ୧୯୮୭ମସିହାରେ ସ୍ଥାପିତ ହୋଇଥିବା ଆସିକା ବ୍ଳକ ଅନ୍ତର୍ଗତ ଆଲିପୁର ଗ୍ରାମରେ ଥିବା ନୂତନ ଅନୁଦାନପ୍ରାପ୍ତ ଶ୍ରୀକ୍ଷେତ୍ର ପଞ୍ଚାୟତ ଉଚ୍ଚବିଦ୍ୟାଳୟରେ ଚଳିତ ୨୦୨୬-୨୭ ଶିକ୍ଷାବର୍ଷରେ ନବମରୁ ଦଶମ ଶ୍ରେଣୀରେ ପ୍ରାୟ ୮୯ ଜଣ ବିଦ୍ୟାର୍ଥୀ ପାଠପଢୁଥିବା ବେଳେ ଏହି ପୁରାତନ ଶିକ୍ଷାନୁଷ୍ଟାନରେ ସ୍ଥାୟୀ ପ୍ରଧାନଶିକ୍ଷକ ଠାରୁ ଆରମ୍ଭ କରି ଦୁଇଟି କଳା ଶିକ୍ଷକ, ଗୋଟିଏ ସ୍ଥାୟୀ ହିନ୍ଦୀ ଶିକ୍ଷକ, କ୍ରିଡୀ ଶିକ୍ଷକ, କମ୍ପ୍ୟୁଟର ଶିକ୍ଷକ ଓ ରାତ୍ର ଜଗୁଆଳ ପଦବୀ ଖାଲି ପଡିଥିଲା ବେଳେ ସେ ଗୁଡିକ ପୂରଣ କରିବା ଦିଗରେ ଶିକ୍ଷାବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉ ନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି। ଏହି ପୁରାତନ ଶିକ୍ଷାନୁଷ୍ଟାନରେ ସ୍ଥାୟୀ କଳା ଶିକ୍ଷକ ଏବଂ ହିନ୍ଦୀ ଶିକ୍ଷକ ଓ କମ୍ପ୍ୟୁଟର ଶିକ୍ଷକ ନଥିବା ଯୋଗୁଁ ବିଦ୍ୟାର୍ଥୀ ମାନେ ଯୁଗପୋଯୋଗୀ ଓ ଅଧୁନିକ ଶିକ୍ଷା କିପରି ପାଇବେ ତାହା ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଲକ୍ଷ୍ୟ କରାଯାଇଛି। ରାଜ୍ୟ ସରକାର ଶିକ୍ଷାବିଭାଗ ପାଇଁ ଆଣୁଥିବା ବହୁ ପ୍ରକାର ପ୍ରୟାସକୁ ଏହି ପୁରାତନ ଶିକ୍ଷାନୁଷ୍ଟାନ ପ୍ରତି ଅଣଦେଖା କରାଯାଉଥିବା ଅଭିଯୋଗ ରହିଛି। ଶିକ୍ଷାର ଗୁଣାତ୍ମକ ମାନ ଓ ଭିତ୍ତି ଭୂମୀ ବୃଦ୍ଧି କରିବା ସହ ଉତ୍ତମ ଜ୍ଞାନ କୌଶଳରେ ପିଲାଙ୍କୁ ପାଠ ପଢାଇବାର ମହତ୍ ଉଦ୍ଦେଶ୍ୟ ରଖି ଅତୀତରେ ରାଜ୍ୟ ସରକାର ପ୍ରଚଳନ କରିିଥିଲେ ରୂପାନ୍ତରିତ ୫-ଟି ବିଦ୍ୟାଳୟ। ଆସିକା ବ୍ଳକ ଓ ପୌର ପରିଷଦ ଅନ୍ତର୍ଗତ ସମସ୍ତ ୩୩ଟି ଉଭୟ ସରକାରୀ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଏବଂ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟକୁ ଏହି ଯୋଜନାରେ ସାମିଲ କରାଯାଇଥିଲା। ଅତୀତରେ ରାଜ୍ୟ ସରକାର ୫-ଟି ଅଧିନରେ ଉଚ୍ଚ ବିଦ୍ୟାଳୟ ଗୁଡିକୁ ରୂପାନ୍ତରିତ କରି ସ୍ମାର୍ଟ କରିବା ସହ ରୂପରେଖ ବଦଳାଇଲେ। ହେଲେ ବହୁ ସ୍ମାର୍ଟ ସ୍କୁଲ ବିଗତ କିଛି ଦିନ ହେଲା ନାନା ସମସ୍ୟା ଦେଇ ଗତି କରୁଥିବା ଦେଖିବାକୁ ମିଳିଛି। ସରକାର ସିନା ସ୍କୁଲ ଗୁଡିକୁ ସ୍ମାର୍ଟ କରିଦେଲେ କିନ୍ତୁ ଭିତ୍ତିଭୂମୀକୁ ସଜାଡିବାକୁ ଭୁଲିଗଲେ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି। ଆସିକା ବ୍ଳକ ଅନ୍ତର୍ଗତ ଆଲିପୁର ଗ୍ରାମରେ ଥିବା ନୂତନ ଅନୁଦାନପ୍ରାପ୍ତ ଶ୍ରୀକ୍ଷେତ୍ର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଖାଲି ପଡିଛି ବହୁ ଶିକ୍ଷକ ପଦବୀ । ଦୀର୍ଘ ବର୍ଷ ଧରି ଶହ ଶହ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ଗଠନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିବା ଏହି ପୁରାତନ ଶିକ୍ଷାନୁଷ୍ଠାନରେ ଦୀର୍ଘ ଦିନ ଧରି ବହୁ ଶିକ୍ଷକ ପଦବୀ ଖାଲିପଡିଥିଲେ ମଧ୍ୟ ସେଗୁଡିକୁ ପୂରଣ କରିବା ଦିଗରେ ଶିକ୍ଷା ବିଭାଗର ନୀରବତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଆଲିପୁର ଗ୍ରାମ ସ୍ଥିତ ଶ୍ରୀକ୍ଷେତ୍ର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଖାଲିପଡିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଗୁଡିକ ପୂରଣ କରିବା ଦିଗରେ ଶିକ୍ଷାବିଭାଗ କର୍ତ୍ତୃପକ୍ଷଙ୍କ କେବେ ଦୃଷ୍ଟି ପଡିବ ତାହାକୁ ସ୍ଥାନୀୟ ଅଞ୍ଚଳବାସୀ ଅପେକ୍ଷା କରି ବସିଥିବା ଦେଖିବାକୁ ମିଳୁଛି । ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସୃଷ୍ଟି କରିବା ଦିଗରେ ଆଲିପୁର ଗ୍ରାମର ଏକ ଅନନ୍ୟ ଶିକ୍ଷାନୁଷ୍ଠାନ ରୂପେ ପରିଚିତ ଥିବା ଶ୍ରୀକ୍ଷେତ୍ର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଖାଲିପଡିଥିବା ଶିକ୍ଷକ ପଦବୀ ପୂରଣ କରିବା ଦିଗରେ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ନେଇ ବହୁ ଅଭିଭାବକ ଚିନ୍ତାରେ ପଡିଯାଇଥିବା ଦେଖିବାକୁ ମିଳୁଛି । ଆଲିପୁର ଶ୍ରୀକ୍ଷେତ୍ର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ଗୌଡଙ୍କ ପ୍ରେରଣା ଏବଂ ମାର୍ଗଦର୍ଶନ ସାଙ୍ଗକୁ ଅନ୍ୟ ଶିକ୍ଷକମାନଙ୍କ ଉନ୍ନତମାନର ଶିକ୍ଷାଦାନ ଶୈଳୀ ଯୋଗୁଁ ବହୁ ମେଧାବୀ ଛାତ୍ରଛାତ୍ରୀ ସଫଳତାର ସହ ପାସ୍‍ ହେଉଥିବା ନଜିର୍‍ ରହିଛି । ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଅଭିମୁଖେ ଆସିବା ଲାଗି ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ସାଙ୍ଗକୁ ଶିକ୍ଷାନୁଷ୍ଠାନ ଗୁଡିକର ଭିତ୍ତିଭୂମୀକୁ ସୁଦୃଢ କରିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ମଧ୍ୟ କରୁଥିବା ଦେଖିବାକୁ ମିଳୁଛି । ତେବେ ଶିକ୍ଷାବିଭାଗର ଆନ୍ତରିକତାର ଅଭାବ ଓ ଉଦାସୀନ ମନୋବୃତ୍ତି ଯୋଗୁଁ ଆସିକା ବ୍ଳକ ଅନ୍ତର୍ଗତ ଆଲିପୁର ଗ୍ରାମରେ ଥିବା ଶ୍ରୀକ୍ଷେତ୍ର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ସରକାରୀ ଯୋଜନା ବାଟବଣା ହୋଇଯାଇଥିବା ଚର୍ଚ୍ଚା ହେଉଛି । ଜିଲ୍ଲା ପ୍ରଶାସନ ତଥା ଶିକ୍ଷା ବିଭାଗ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଧ୍ୟାନଦେଇ ନୂତନ ଅନୁଦାନପ୍ରାପ୍ତ ଆଲିପୁର ଶ୍ରୀକ୍ଷେତ୍ର ପଞ୍ଚାୟତ ଉଚ୍ଚବିଦ୍ୟାଳୟରେ ଲାଗି ରହିଥିବା ବହୁବିଧ ସମସ୍ୟାକୁ ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ସମାଜସେବୀ ପ୍ରସନ୍ନ କୁମାର ଗୌଡ, ବିଦେଶୀ ରାଉତ, ରଂଜିତ୍‍ କୁମାର ଜେନା, ପ୍ରମୋଦ କୁମାର ଦାଶ, ମକରା ଗୌଡ, ସନ୍ତୋଷ କୁମାର ଗୌଡ ପ୍ରମୁଖ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ