ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା: ଜଗଦଳପୁର ହାଇସ୍କୁଲ ବିଦ୍ୟାର୍ଥୀଙ୍କ ସଫଳତା

ଆସିକା (ୱାଇଏନ୍‍ଏସ୍‍) : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଫଳ ପ୍ରକାଶ ପାଇସାରିଛି । ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ସ୍ଥିତ ଜଗଦଳପୁର ହାଇସ୍କୁଲର ୨ ଜଣ ବିଦ୍ୟାର୍ଥୀ ଏହି ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ଶିକ୍ଷାନୁଷ୍ଠାନର ଅତୀତ ଗୌରବକୁ ଅକ୍ଷୁର୍ଣ୍ଣ ରଖିବାରେ ସକ୍ଷମ ହୋଇପାରିଛନ୍ତି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ୨୦୨୩-୨୪ ଶିକ୍ଷାବର୍ଷରେ ଅନୁଷ୍ଠିତ ପଠାଣି ସାମନ୍ତ ନବମ ଶ୍ରେଣୀ ଗଣିତ ମେଧାବୃତ୍ତି ପରୀକ୍ଷା (ଷ୍ଟେଜ୍‍-୨)ରେ ଶିକ୍ଷାନୁଷ୍ଠାନର ପ୍ରାକ୍ତନ ଛାତ୍ର ଦୀପକ କୁମାର ନାହାକ ଏବଂ ୨୦୨୪-୨୫ ଶିକ୍ଷାବର୍ଷରେ ଅନୁଷ୍ଠିତ ହୋଇଥିବା ପଠାଣି ସାମନ୍ତ ନବମ ଶ୍ରେଣୀ ଗଣିତ ମେଧାବୃତ୍ତି ପରୀକ୍ଷା (ଷ୍ଟେଜ୍‍-୨)ରେ ବିଦ୍ୟାଳୟର ଛାତ୍ରୀ ସୋନିଆରାଣୀ ସାହୁ କୃତିତ୍ୱ ହାସଲ କରି ମୋଧାବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଜଣାପଡିଛି । ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀ ଦୀପକ କୁମାର ନାହାକ ଏବଂ ସୋନିଆରାଣୀ ସାହୁଙ୍କୁ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ସୁଶିଲ୍‍ ମୋହନ ପାତ୍ର, ଜି.ଆନନ୍ଦ ପାତ୍ର, ସୁନିତା ପରିଚ୍ଛା, ଇଶ୍ୱରୀ ମହାପାତ୍ର, ମନ୍ଦାକିନୀ ପ୍ରଧାନ, ସନ୍ଧ୍ୟାରାଣୀ ବେହେରା, ରୁଦ୍ରପ୍ରସାଦ ସେଠୀ, ସୁନିଲ୍‍ ସେଠୀ, ଅନ୍ନପୂର୍ଣ୍ଣା ଭୋଇ, କର୍ମଚାରୀ ଆଶାଲତା ପ୍ରଧାନ, ପ୍ରଶାନ୍ତ କୁମାର ମୁୁନି, ନୀଳମାଧବ ସ୍ୱାଇଁ ପ୍ରମୁଖ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ଉଜ୍ଜଳ ଭବିଷ୍ୟତା କାମନା କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ