ବିଶିଷ୍ଟ ପଣ୍ଡିତ ବିଶ୍ୱନାଥ ଆଚାର୍ଯ୍ୟଙ୍କ ପରଲୋକ
ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲ୍ଲାର ତଥା ମୁନିଗୁଡା ଅଞ୍ଚଳରେ ଜଣେ ବିଶିଷ୍ଠ ଯ୍ୟୋତିଶାଚାର୍ଯ୍ୟ,ବୈଦିକ ପଣ୍ଡିତ,ଅଭିଜ୍ଞ ପୁରୋହିତ ତଥା ମୁନିଗୁଡ଼ା ଅଞ୍ଚଳର ଜଣେ ଜଣାଶୁଣା ହିତୈଶୀ ପଣ୍ଡିତ ବିଶ୍ୱନାଥ ଆଚାର୍ଯ୍ୟଙ୍କର ତାଙ୍କ ନାଜସ୍ୱ ବାସ ଭବନରେ ଆଜି ଅପରାହ୍ନରେ ପରଲୋକ ହୋଇଯାଇଛି।ପରିବାର ତରଫରୁ ସୂଚନା ଅନୁଯାୟୀ ପଣ୍ଡିତ ବିଶ୍ଵନାଥ ଆଚାର୍ଯ୍ୟ ଗତ କିଛି ଦିନ ଧରି କିଡନୀ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ।ଆଜି ହଠାତ ତାଙ୍କ ଦେହ ଅଧିକ ଅସୁସ୍ଥ ଅନୁଭବ ହେବାରୁ ପରିବାର ତରଫରୁ ତାଙ୍କୁ ମୁନିଗୁଡ଼ା ହସପିଟାଲକୁ ନିଆ ଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ବୋଲି ଘୋଷଣା କରିଥିଲେ।ହଠାତ୍ ଏହି ଦୁଃଖଦ ଖବର ପ୍ରସାରିତ ହୋଇ ଯିବାପରେ ସ୍ଥାନୀୟ ଅଞ୍ଚଳରେ ଦୁଃଖର ଲହରୀ ଖେଳିଯାଇଥିଲା।ମୁନିଗୁଡ଼ା ତଥା ଆଖପାଖ ଅଞ୍ଚଳରୁ ପଣ୍ଡିତଜୀଙ୍କ ଶେଷ ଦର୍ଶନ ପାଇଁ ଅସମ୍ଭବ ଭିଡ ହୋଇଥିଲା। ମୁନିଗୁଡାର ବିଭିନ୍ନ ସାମାଜିକ,ରାଜନୈତିକ,ସାଂସ୍କୃତିକ ସଂଗଠନର ସଦସ୍ୟମାନେ ତାଙ୍କ ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ।ବ୍ରାହ୍ମଣ ସମାଜ ତରଫରୁ ବିଦ୍ୟାଧର ଦାସ, ସନ୍ତୋଷ ବ୍ରହ୍ମା,ଅଶ୍ଵିନୀ ପଣ୍ଡା, ସିମାଞ୍ଚଳ ପଣ୍ଡା,ବିଜେପି ନେତା ରାମଚନ୍ଦ୍ର ବେହେରା,ସୁବାଷ ଗୌଡ଼,କଂଗ୍ରେସର ଭି. ଚନ୍ଦ୍ରଶେଖର, ପ୍ରେସ କ୍ଲବ ତରଫରୁ ରାଜୀବ ଲୋଚନ ଦାସ,ମନୋରଞ୍ଜନ ଦଳାଇ, ନନ୍ଦକିଶୋର ପଟ୍ଟନାୟକ, ରିପୋର୍ଟରସ କ୍ଲବର ଉମାକାନ୍ତ ନେମାଲପୁରୀ, ରୋଟାରୀ କ୍ଲବ ତରଫରୁ ନରେଶ ପାତ୍ର,ପରଶୁରାମ ବାହିନୀର ସୁଦାମ ପଣ୍ଡା, ବ୍ୟବସାୟୀ ସଂଘର ପ୍ରଦୀପ ପରିଛା,ପ୍ରଗତି ମଞ୍ଚ ତରଫରୁ ବାଲାଜୀ ପାତ୍ର,ମୁସଲିମ ସମାଜ ସଭାପତି ମହମ୍ମଦ ଆୟୁବ,ଶେଖ ହବିବ,ମାରୱାଡି ସମାଜର ଜଗନ ପ୍ରସାଦ ଜୈନ, ରାଜେଶ ଜୈନ, ସମାଜସେବୀ ଜାମି.ମହେଶ ପ୍ରମୁଖ ଶତାଧିକ ଲୋକେ ତାଙ୍କର ଶେଷ ଦର୍ଶନ କରିବା ସହ ସ୍ବର୍ଗତ ଅମର ଆତ୍ମାର ସତଗତି କାମନା କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।


