ପିସିସି ସଭାପତି ଏବଂ ସୁର ରାଉତରାୟଙ୍କୁ କଂଗ୍ରେସ କମିଟି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା
ଛତ୍ରପୁର (ଓ୍ବାଇଏନଏସ): ଆଜି ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଗଞ୍ଜାମ ଜିଲ୍ଲା ଆସିକା ବାଲିସିରା ଠାରେ ଆୟୋଜିତ ରକ୍ତଦାନ ଶିବିରକୁ ଯୋଗଦେବା ନିମନ୍ତେ ଯାଉଥିବା ବେଳେ ଖଲିକୋଟ ଠାରେ ଓଡ଼ିଶା ପିସିସି ସଭାପତି ଭକ୍ତ ଚରଣ ଦାସ ଓ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ଛତ୍ରପୁର ପୌରପରିଷଦ କଂଗ୍ରେସ କମିଟି ପକ୍ଷରୁ ସଭାପତି କାଳିଆ ରାଉଳ ଙ୍କ ନେତୃତ୍ୱ ରେ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା l
ଏହି ଅବସର ରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ର ଉପସଭାପତି ଅଶୋକ କୁମାର ପଟ୍ଟନାୟକ, ଶତ୍ରୁଘ୍ନ ବେହେରା ଦିଲ୍ଲୀପ ପଟ୍ଟନାୟକ, ମାଧବ ରେଡ୍ଡି, ଲିଙ୍ଗରାଜ ନାୟକ, ସତ୍ୟନାରାୟଣ ରେଡ୍ଡି, ସବିତା ପଟ୍ଟନାୟକ, ଅମିତ କୁମାର ପଟ୍ଟନାୟକ, ମିଟୁ ପ୍ରଧାନ ଓ କାଳିଆ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ସହିତ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଇ ଥିଲେ ।


