କୃମି ନାଶକ ଔଷଧ ବିତରଣ କାର୍ଯ୍ୟକ୍ରମ
କରଞ୍ଜିଆ,(ଜିତେନ୍ଦ୍ର ରାଜ): କରଞ୍ଜିଆ ସହର ସ୍ଥିତ ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଓଡ଼ିଶା ସରକାରଙ୍କ ଆୟୋଜନରେ କୃମି ନାଶକ ଔଷଧ ବିତରଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯୁବ ରେଡକ୍ରସର ସହଯୋଗରେ ଆୟୋଜିତ ଏହି ଔଷଧ ବିତରଣ କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ ପରାମର୍ଶଦାତା ଓଡ଼ିଆ ଅଧ୍ୟାପକ ମାନସ ରଞ୍ଜନ ବେହେରା ଓ ଗୃହ ବିଜ୍ଞାନ ଅଧ୍ୟାପିକା ଶୁଭଦର୍ଶିନୀ ଶ୍ବେତପଦ୍ମା ନେତୃତ୍ୱ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ଓ କୃମି ସଂକ୍ରମଣ ରୋକଥାମ ପାଇଁ ଏହି ଔଷଧ ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ସ୍ୱେଚ୍ଛାସେବୀ ପ୍ରଜ୍ଞାପ୍ରୀୟଦର୍ଶିନୀ ମହାନ୍ତ, ସ୍ୱପ୍ନାରାଣୀ କିସ୍କୁ, ଅପରାଜିତା ବିଶ୍ୱାଳ, ବର୍ଷାରାଣୀ ନାଏକ, ଯୋଶଦା ପ୍ରଧାନ, ଲକ୍ଷ୍ମୀପ୍ରୀୟା ପାତ୍ର, ନିବେଦିତା ସେଠୀ, ଶୁଭସ୍ମୀତା ଆରୁକ, ଲିସାରାଣୀ ମହାନ୍ତ, ସୁନୀତା ବାରିକ, ସୁମିତ୍ରା ନାଏକ, ତୁଳସୀ ହୋ, ଚମ୍ପା ହୋ, ଦେବସ୍ମୀତା ମହାନ୍ତ ଓ ରିୟାଶ୍ରୀ କାୟିକା ସକ୍ରିୟ ସହଯୋଗ କରିଥିଲେ।


