ବେତନଟୀ ତହସିଲ ପକ୍ଷରୁ ବସୁନ୍ଧରା ଓ ଜଙ୍ଗଲଜମି ଜମିପଟ୍ଟା ବଣ୍ଟନ

ବେତନଟୀ,(ଉଦିତ କୁମାର ପରିଡା) : ଓଡିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ମୋ ଜଙ୍ଗଲ ଜମି ଯୋଜନାରେ ବେତନଟୀ ତହସିଲ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ବର୍ଷ ବର୍ଷ ଧରି ଦଖଲ ଜଙ୍ଗଲ ଜମିରେ ବସବାସ କରୁଥିବା ଆଦିବାସୀଲୋକମାନଙ୍କୁ ସେହି ସ୍ଥାନର ବସୁନ୍ଧରା ଜଙ୍ଗଲ ଜମି ଦୋ ଖାନା ସଂଶୋଧନ ପଟ୍ଟା ବଣ୍ଟନ କରାଯାଇଛି। ବେତନଟୀ ତହସିଲଦାର ସୁରତ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଏହି ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ଈଶ୍ୱର ଚନ୍ଦ୍ର ରଣା, ତହସିଲ ବଡ଼ବାବୁ ନବକିଶୋର ଦାଶ, ସୁପରଭାଇଜର ଜଗନ୍ନାଥ ସିଂ ଉପସ୍ଥିତ ରହିଥିଲେ। ସୂଚନାଅନୁସାରେ ଦୀର୍ଘ ବର୍ଷଧରି ଆଦିବାସୀମାନେ ଜଙ୍ଗଲ ଜମି ଦଖଲ କରି ସେଠାରେ ରହିଆସୁଛନ୍ତି। ହେଲେ ସେମାନଙ୍କୁ ଜମି ଜମି ପଟ୍ଟା ପ୍ରମାଣପତ୍ର ମିଳିନଥିବା ହେତୁ ସେମାନେ ନାହିଁ ନଥିବା ଅସୁବିଧାରେ ସମୁଖୀନ ହୋଇଥାନ୍ତି, ଯେପରି ପିଲାମାନଙ୍କୁ ପାଠ ପଢାଇବାରେ, ଜମି ପ୍ରମାଣ ପତ୍ର ପାଇବାରେ , ଘର ପାଇବାରେ, ସରକାରଙ୍କ ଏପରି ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଥିବା ବେଳେ ଜମିପଟ୍ଟା ପାଇଁ ସେମାନେ ବହୁ ବର୍ଷରୁ ଆବେଦନ କରିଆସିଥିଲେ। ତାଙ୍କର ସ୍ବପ୍ନ ଆଜି ସାକାର ହୋଇଛି। ପ୍ରଥମ ପର୍ଯ୍ୟାୟରେ ବେତନଟୀ ବ୍ଲକ ଅଧୀନ ହାତୀଝୁରି ପଞ୍ଚାୟତର କିଛି ଆଦିବାସୀମାନଙ୍କୁ ବସୁନ୍ଧରା ଜଙ୍ଗଲ ଜମି ଦୋ ଖାନା ନିୟମ ଅନୁସାରେ ମୋଟ ୨୬ଜଣଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଇଛି। ଅଧିକାଂଶ ଲୋକେ ହାତୀଝୁରି ପଞ୍ଚାୟତ କମାରସାହି ବୋଲି ଜଣାପଡିଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୨୬ଜଣଙ୍କୁ ପଟ୍ଟା ଦିଆଯାଇଥିବା ବେଳେ ଆଗାମୀ କିଛି ଦିନମଧ୍ୟରେ ୨୬୦ରୁ ଉର୍ଦ୍ଧ ଜମିପଟ୍ଟା ବଣ୍ଟା ଯିବା ନେଇ ଲକ୍ଷ ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି। ଏହି ଜଙ୍ଗଲ ଜମି ବଣ୍ଟନ ସମୟରେ ବେତନଟୀ ତହସିଲ ଜଙ୍ଗଲ ଜମି ସଂଯୋଜକ ସନ୍ତୋଷ କୁମାର ଦାଶ, ସହ ସଂଯୋଜକ ବିଶ୍ୱଜିତ ପରିଡା ଏବଂ ହାତୀଝୁରି ପଞ୍ଚାୟତ ସରପଞ୍ଚ ସନାତନ ସିଂ ସମେତ ଉପସ୍ଥିତ ରହି ଜମି ପଟ୍ଟା ବଣ୍ଟନରେ ସହଯୋଗ କରିଥିଲେ। ବହୁ ବର୍ଷ ଧରି ଜଙ୍ଗଲ ଜମିରେ ବସବାସ କରୁଥିବା ଆଦିବାସୀମାନେ ଜମି ପଟ୍ଟା ପାଇପାରୁନଥିବା ଯୋଗୁଁ ବହୁ ଅସୁବିଧାରେ ରହୁଥିଲେ ଏଣୁ ବେତନଟୀ ତହସିଲଦାରଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ