ଦଶମ ସିବିଏସଇ ଜିଲା ଟପରକୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

ଛତ୍ରପୁର,(ଓ୍ବାଇଏସଏସ): ଗତ ୧୫ ତାରିଖରେ ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ହୋଇଛି । ଏହି ଅବସରରେ ସୋରଡା  ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଅଂଶୁମାନ ପଣ୍ଡା ଜିଲା ପାଇଁ ଗୈାରବ ଆଣିଛନ୍ତି । ସେ ୫୦୦ ମାର୍କରୁ ୪୯୬ ଯାହାକି ୯୯.୨ ପ୍ରତିଶତ ମାର୍କ ରଖି ଗଞ୍ଜାମ ଜିଲା ଟପର ହୋଇଛନ୍ତି । ଏହାସହ ରାଜ୍ୟରେ ସମସ୍ତ ଓଏଭି ବିଦ୍ୟାଳୟର ଓଡିଶାରେ ୩ୟ ସ୍ଥାନ ରଖିଛନ୍ତି । ଏହି ଅବସରରେ ତାଙ୍କୁ ଆଜି ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତିଭାସନ ସମ୍ବର୍ଦ୍ଧନା ଓ ପ୍ରଶଂସାପତ୍ର ପ୍ରଦାନ କରିବା ସହ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ପୂର୍ବ ବର୍ଷ ଅପେକ୍ଷା ଜିଲାରେ ଚଳିତ ବର୍ଷ ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷା ଫଳ ଭଳ ହୋଇଥିବା ଜିଲ୍ଲାପାଳ କହିଥିଲେ । ଅଂଶୁମାନ ଆଗାମି ଦିନରେ ଆଇଆଇଟି ପଢିବା ପାଇଁ ଆଶା ରଖିଛନ୍ତି । କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି ସେ ଗଞ୍ଜାମ ଜିଲା ପାଇଁ ଗୈାରବ ଆଣିପାରିଛନ୍ତି ବୋଲି ଜିଲ୍ଲାପାଳ କହିଥିଲେ । ମୋର ସଫଳତା ପଛରେ ବାପା,ମା ଓ ବିଦ୍ୟାଳୟ ଶିକ୍ଷକ ପାଇଁ ହୋଇପାରିଛି । ଆଜି ଗଞ୍ଜାମ ଜିଲାପାଳଙ୍କ ଠାରୁ ସମ୍ବର୍ଦ୍ଧନା ପାଇବା ପରେ ବହୁତ ଖୁସି ଲାଗୁଛି ବୋଲି କହିବା ସହ ଯୁକ୍ତ ୨ ପରେ ଆଇଆଇଟି ରେ ପଢିବାକୁ ଲକ୍ଷ୍ୟ ରଖିଥିବା ଅଂଶୁମାନ କହିଥିଲେ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲା ଶିକ୍ଷାଧିକାରୀ  ଅଜୟ କୁମାର ପାତ୍ର,   ଜିଲ୍ଲା ଅନୁସୂଚିତ ଜାତି / ଜନ ଜାତି ସଂଯୋଜକ ଡ଼ଃ ସରୋଜ ମୋହନ ପାଳ,  ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସପାଲ ଆଶିଷ ମିଶ୍ର ଓ ଅଂଶୁମାନଙ୍କ ବାପା ପ୍ରଫୁଲ କୁମାର ପଣ୍ଡା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ