ଜିଲ୍ଲା ଆପାତକାଳୀନ ବୈଠକ

ବାଲେଶ୍ବର (ସରୋଜ ପଣ୍ଡା): ବାଲେଶ୍ୱର ଜିଲ୍ଲାର ଜିଲ୍ଲା  ଆପାତକାଳୀନ ବୈଠକ ଆଜି ସନ୍ଧ୍ୟା ୫.୦୦ ଘଟିକା ସମୟରେ ବାଲେଶ୍ୱର କଲେକ୍ଟରେଟ୍‌ର ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବାଲେଶ୍ୱରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ଡେପୁଟି ଜିଲ୍ଲାପାଳ (ଆପାତକାଳୀନ), RTO, ଜିଲ୍ଲା ମୁଖ୍ୟ ଚକିତ୍ସାଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (ଅତିରିକ୍ତ, ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ,  କାର୍ଯ୍ୟ ନିର୍ବାହୀ ଅଧିକାରୀ, ବାଲେଶ୍ୱର ପୌରପାଳିକା, OSDMA ଏବଂ ଅଗ୍ନିଶମ ସେବା ବିଭାଗର ଅଧିକାରୀମାନଙ୍କ ସମେତ ଜିଲ୍ଲା ଆପତକାଳୀନ ବୈଠକର ଅନ୍ୟାନ୍ୟ ସଦସ୍ୟମାନେ ଯୋଗଦାନ କରିଥିଲେ। ବୈଠକରେ ମୋଟ ୪୩ ଜଣ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ଆପତକାଳୀନ ବୈଠକର ସଦସ୍ୟ-ସଚିବ ତଥା ସହକାରୀ ନିର୍ଦ୍ଦେଶକ, କାରଖାନା ଓ ବଏଲର୍ସ, ବାଲେଶ୍ୱର ଜୋନ୍, ବୈଠକର ସମନ୍ୱୟ କରିବା ସହ ଜିଲ୍ଲାରେ ଅନ୍-ସାଇଟ୍ ଓ ଅଫ୍-ସାଇଟ୍ ଆପାତକାଳୀନ ଯୋଜନାର ଅନୁମୋଦନ ଓ କାର୍ଯ୍ୟକାରିତା, ଅନ୍-ସାଇଟ୍ ଓ ଅଫ୍-ସାଇଟ୍ ମକ୍ ଡ୍ରିଲ୍‌ର ଆୟୋଜନ, କାର୍ଯ୍ୟଯୋଜନା ଏବଂ ରାସାୟନିକ ଦୁର୍ଘଟଣାକୁ ପ୍ରଭାବଶାଳୀ ଭାବେ ମୁକାବିଲା କରିବା ପାଇଁ ଆ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସ୍ଥିତି ସମୀକ୍ଷା ଉପସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ M/s IOCL, ଚାନ୍ଦିପୁର; ଇଣ୍ଡେନ୍ ବଟଲିଂ ପ୍ଲାଣ୍ଟ; ଏବଂ M/s Gadre Marine Export Pvt. Ltd. ର ପ୍ରତିନିଧିମାନେ ରାସାୟନିକ ଦୁର୍ଘଟଣା ପ୍ରତିରୋଧ, ପ୍ରଶମନମୂଳକ ପଦକ୍ଷେପ, ଆପାତକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ଏବଂ ପ୍ରତିକାରମୂଳକ ପଦକ୍ଷେପ ସମ୍ପର୍କରେ ଉପସ୍ଥାପନା କରିଥିଲେ। ବୈଠକରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟକୁ ଅଧିକ ସୁଦୃଢ଼ କରିବା, ଆପାତକାଳୀନ ପ୍ରସ୍ତୁତି ସମ୍ପର୍କିତ ଆବଶ୍ୟକତା ଗୁଡ଼ିକର ସମୟୋପଯୋଗୀ ଅନୁପାଳନ ସୁନିଶ୍ଚିତ କରିବା, ପ୍ରଭାବଶାଳୀ ଅଫ୍-ସାଇଟ୍ ମକ୍ ଡ୍ରିଲ୍ ଆୟୋଜନ କରିବା ଏବଂ ମକ୍ ଡ୍ରିଲ୍ ସମୟରେ ଚିହ୍ନଟ ହୋଇଥିବା ତ୍ରୁଟି ଓ ଅଭାବ ଆଧାରରେ ଉପଯୁକ୍ତ ସଂଶୋଧନାତ୍ମକ ଓ ପ୍ରତିରୋଧମୂଳକ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଶେଷରେ, ବୈଠକର ଅଧ୍ୟକ୍ଷ ତଥା ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ଏବଂ ଏହା ସହିତ ବୈଠକର ସମାପ୍ତି ଘୋଷଣା କରାଯାଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ