ହାତୀପୋଲ ନଷ୍ଟ କରୁଛନ୍ତି ଫସଲ :ବନ ବିଭାଗ ନିଦା ବିଷ୍ଣୁ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ):କେବେ ହାତୀ ଘରେପସି ଖାଇଗଲା ଭାତ ତରକାରୀ ତ କେବେ ନଷ୍ଟ କରିଛି ଫସଲ।ଲୋକେ ଭୟଭୀତ ହୋଇ କଳାବଲ ହୋଇଗଲେଣି ଲୋକେ। କିନ୍ତୁ ବେଫିକର ଓ ନିଦା ବିଷ୍ଣୁ ପାଲଟି କିଂ କର୍ତ୍ତବ୍ୟ ମୁଡ଼ ହୋଇ ଯାଇଛି ବନ ବିଭଗ?ଦିନକୁ ଦିନ ହାତୀ ପାଇଁ ଲୋକଙ୍କ ଖାଦ୍ୟ ଓ ବାସଗୃହ ପ୍ରତି ବିପଦ ରହୁଥିବାରୁ ଅଞ୍ଚଳ ବାସି ବଡ଼ ଚିନ୍ତାରେ ପଡି ଯାଇଛନ୍ତି। ଦିନ କି ରାତି ହାତୀ ଜଙ୍ଗଲ ଛାଡି ଜନ ବସତି ଆଡ଼େ ମାଡି ଆସୁଥିବାରୁ ଲୋକଙ୍କ ଜୀବନ ସହ ଖାଦ୍ୟ ଓ ବାସ ଗୃହ ପରି ବିପଦ ରହୁଛି। କଳାହାଣ୍ଡିଆ ହାତୀପୋଲ ଆସି କଲ୍ୟାଣସିଂହପୁର ବିନାଞ୍ଚଳରେ ଲୋକଙ୍କ ଜୀବନ ଜୀବିକା ସହ ଖେଳୁ ଥିବାରୁ ଲୋକେ ଅତିଷ୍ଟ ହୋଇ ଗଲେଣି। ବନ ବିଭାଗ କେବଳ ସଚେତନା କରିଵା ଛଡା ଆଉ କିଛି ଉପାୟ ନଥିବାରୁ ଚିନ୍ତାରେ ପଡି ଯାଇଛି। ଅଞ୍ଚଳରେ ଥିବା ଗ୍ରାମ ଗୁଡାକରେ ଗ୍ରୀଷ୍ମ କାଳରେ ଆମ୍ବ ପଣଶ କଦଳୀ ସପୁରୀ, ଖାଇବା ପାଇଁ ରହୁଥିବା ବେଳେ ବର୍ଷା ଋତୁରେ ପାହାଡ଼ ତଳ ଗ୍ରାମ ଗୁଡାକକୁ ଆସି ପାଣି କପା, ଧାନ କାନ୍ଦୁଲ ସହ ଭାତ ତରକାରୀ ମଧ୍ୟ ଖାଇ ଯାଉଥିବାରୁ ବନ ବିଭାଗ ଅଣାୟତ ହୋଇ ପଡିଛି। ଗତ କାଲି ସିଙ୍ଗାରି ପଂଚାୟତ ର କରଞ୍ଜା ଗ୍ରାମର କିଛି ଲୋଇଙ୍କ କପା ଚାଷ ଦୋଳି ମକୋଚି ନଷ୍ଟ କରି ଦେଇଥିବାରୁ ଡ୍ରନ ମଧ୍ୟରେ ଘଉଡଇଥିଲେ ବନ ବିଭାଗ।ପୁଣି ଗତ କାଲି ଗୁଣ୍ଡୁରୀଗୁଡା ବୋର ଗୁଡା, କରଞ୍ଜା ଅଞ୍ଚଳରେ ପୁଣି ଦୁଇଟି ଦନ୍ତା ହାତୀ ଆସି ହୋଇ ଚଇ ସୃଷ୍ଟି କରଛନ୍ତି।ଗତ କିଛି ଦିନ ପୂର୍ବେ ସୁନାଖଣ୍ଡି ପଞ୍ଚାୟତ ଉପରପଲି ଗ୍ରାମର ରାମଚନ୍ଦ୍ର ହୁଇକାଙ୍କ ଘରେ ପସି କାନ୍ଥ ଭାଙ୍ଗି ଭାତ ତରକାରୀ ଖାଇବା ସହ ଚାଉଳ ଧାନ ଖାଇ ନଷ୍ଟ କରିଦେଇଥିବା ଘଟଣା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଦିନକୁ ଦିନ ହାତୀଙ୍କ ଦୌରାମ୍ୟ ଯୋଗୁଁ ଲୋକେ ଅତିଷ୍ଠ ହୋଇ ପଡିଲେଣି। ବନ ବିଭାଗ ହାତୀଙ୍କ ପାଇଁ କେବଳ ଜନ ସଚେତନା କରିବା ଛଡା ଆଉ କିଛି ଉପାୟ ନଥିବାରୁ ବ୍ୟାପକ କ୍ଷତି ସହୁ ଛନ୍ତି ଚାଷୀ ଓ ସାଧାରଣ ଲୋକେ।


