ଖଲ୍ଲିକୋଟ ଏକକ ବିଶ୍ୱ ବିଦ୍ୟାଳୟର ଉଦ୍ୟମିତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଖଲ୍ଲିକୋଟ(ଓ୍ବାଇଏନଏସ): ଉଚ୍ଚ ଶିକ୍ଷା ବିଭାଗ ର ଶିକ୍ଷଣ ବିକାଶ କାର୍ଯ୍ୟକ୍ରମ ଅଧୀନ ରେ ଓଡିଶା ର ବିଭିନ୍ନ ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରୁ ମନୋନୀତ ୪୦ ଜଣ ଅଧ୍ୟାପକ, ଅଧ୍ୟାପିକାଙ୍କୁ ଗୁଜୁରାଟର ଅହମ୍ମଦା ବାଦ ସ୍ଥିତ ଏଣ୍ଟେରପ୍ରେନୁଆରସିପ ଡେଭଲପମେଣ୍ଟ ଇନ୍ଷ୍ଟିଟ୍ୟୁଟ ଅଫ ଇଣ୍ଡିଆ ଠାରେ ଉଦ୍ୟମିତା ବିକାଶ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି.। ଚଳିତମlସ ୨୦ତାରିଖ ରୁ ୨୬ତାରିଖ ପର୍ଯ୍ୟନ୍ତ ୬ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଖଲ୍ଲିକୋଟ ଏକକ ବିଶ୍ୱ ବିଦ୍ୟାଳୟ ର ବରିଷ୍ଠ ପ୍ରାଧ୍ୟାପକ ଡ଼. ଗୌତମ ସାବତ ଯୋଗ ଦେଇଥିଲେ। ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ର ଛାତ୍ରୀ ଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବ ଉଦ୍ଦେଶ୍ୟ ରେ ଉଦ୍ୟମିତା ଓ ନବସୃଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାସହ ଆର୍ଥିକ ପ୍ରୋତ୍ସା ହନ ଦିଆଯାଉଛି,, ଯଦ୍ୱାରା ଉଚ୍ଚଶିକ୍ଷାନୁଷ୍ଠାନ ରେ ଉଦ୍ୟୋଗ ର ଭିତ୍ତିଭୁମି ସୁଦୃଢ ହେବ ଓ ଛାତ୍ର ଛାତ୍ରୀ ଚାକିରିଜିବି ନହୋଇ ଚାକିରୀ ପ୍ରଦାନ କାରି ହେବେ। ସେମାନଙ୍କୁ ଏ ଦିଗରେ ମାର୍ଗ ପ୍ରଦର୍ଶନ କରିବl ତଥା ଅନୁପ୍ରେରିତ କରିବା ଥିଲା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ। ଛଅ ଦିନିଆଁ ଏହି କାର୍ଯ୍ୟକ୍ରମ କୂ ପ୍ରକଳ୍ପ ନିର୍ଦେଶକ ପ୍ରଫେସର ଅମିତ କୁମାର ଦ୍ବିବେଦୀ ପରିଚାଳନା କରିଥିଲେ। ପ୍ରଶିକ୍ଷାର୍ଥୀ ମାନେ ସଂସ୍ଥାନ ର ମହାନିର୍ଦେଶକ ଡ଼ ସୁନୀଲ ଶୁକ୍ଲା ଙ୍କ ସହ ଏ ସମ୍ପର୍କ ରେ ଆଲୋଚନା କରିବାର ସୁଯୋଗ ପାଇଥିଲେ ଓ ନିଜନିଜ ମଧ୍ୟରେ ବୌଦ୍ଧିକ ମତବିନିମୟ କରିଥିଲେ। ପ୍ରଶିକ୍ଷଣ ସଂସ୍ଥାନ ର ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଓ କାର୍ଯ୍ୟଧାରା ଉଦ୍ୟୋଗ ଅନୁକୂଳ ଓ ପ୍ରେରଣା ଦାୟୀ ବୋଲି ଡ଼. ଗୌତମ ସାବତ ମତବ୍ୟକ୍ତ କରିବା ସହ ସନ୍ତୋଷ ପ୍ରକାଶ କରିଛନ୍ତି ଓ ଓଡିଶା ସରକାର ଙ୍କ ଉଚ୍ଚ ଶିକ୍ଷା ବିଭାଗ ର ଏପରି ଉଦ୍ୟମ କୂ ପ୍ରଶଂସା କରିଛନ୍ତି। ଏହା ଛାତ୍ର ଛାତ୍ରୀ ଙ୍କୁ ଏ ଦିଗରେ ମାର୍ଗଦର୍ଶନ କରାଇବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଛନ୍ତି।ନେଇଥିବା ପ୍ରଶିକ୍ଷଣ କୂ ଆଧାର କାରି ସେ ବିଶ୍ଵ ବିଦ୍ୟାଳୟ ରେ ଉଦ୍ୟମିତା ଓ ନବସୃଜନ କାର୍ଯ୍ୟକ୍ରମ କୂ ଆଗେଇନେବେ ବୋଲି ମତ ଦେଇଛନ୍ତି।


