ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ଦେଶୀ ମଦ ଓ ମହୁଲ ପୋଚ ଜବତ, ୩ ଗିରଫ

ହାଟଡିହି (ଓ୍ବାଇଏନଏସ): ଆନଦପୁର ଉପଜିଲ୍ଲାପାଳ ନୀଳମାଧବ ସୁନା ଓ ଅବକାରୀ ଅଧିକ୍ଷକ ଶ୍ରୀ ତେଯରାଜ ଯାନୀଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁର ଓ ହାଟଡିହି ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ ବ୍ରଜମୋହନ ମଲ୍ଲିକଙ୍କ ନେତୃତ୍ୱରେ ହାଟଡିହି ଅବକାରୀ ଥାନା  ସହଯୋଗରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।  ପୁରୁଣାଘାଟି, ସରେଇସାହି, ବାହିଆ ଵରଦଣ୍ଡା, ଶାଳବଣି , କାଠକଟା ଗ୍ରାମରେ ଚଢ଼ାଉ କରାଯାଇ ୩୨୩ଲିଟର ଦେଶୀ ମଦ ଜବଦ କରାଯିବା ସହିତ  ୪୦୦୦ ଲିଟର ମହୁଲ ପୋଚ ନଷ୍ଟ କରାଯାଇଥିଲା। ଏପରିକି ଅନେକ ମଦରନ୍ଧା ସରଞ୍ଜାମ  ନଷ୍ଟ କରିଥିଲା ଅବକାରୀ ବିଭାଗ।ଜବତ ଦେଶୀ ମଦ ଓ ମହୁଲ ପୋଚର ଆନୁମାନିକ ମୂଲ୍ୟ  ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣାରେ ସନାତନ ହୋ, ନାଣ୍ଡି ହୋ,ଜିତ ରାୟ ମହାରଣା କୁ ଗିରଫ କରାଯାଇଛି  l ଉକ୍ତ ଚଢ଼ାଉରେ ହାଟଡିହି ଅବକାରୀ ଥାନା ସହଉପ ନିରୀକ୍ଷକ ଶ୍ରୀ ସୁଶାନ୍ତ ରାଉତ, କନେଷ୍ଟବଳ ଜଗମୋହନ ବେହେରା,ସୁରେଶ ବେହେରା, ଆରତୀ ବେହେରା ପ୍ରମୁଖ ସାମିଲ ଥିଲେ । ଏନେଇ ଆନନ୍ଦପୁର ଥାନାରେ  ଗୋଟିଏ ଓ ହାଟଡିହି ଅବକାରୀ ଥାନାରେ ୨ଗୋଟିଟ ମାମଲା ରୁଜ୍ଜୁ କରାଯାଇଥିବା ଅବକାରୀ ନିରୀକ୍ଷକ ବ୍ରଜ ମୋହନ ମଲ୍ଲିକ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ