ସ୍ନାତକ ମହାବିଦ୍ୟାଳୟ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ସ୍ନାତକ ମହାବିଦ୍ୟାଳୟ ତରଫରୁ +୩ କଳା ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟର ବିଭାଗୀୟ ମୁଖ୍ୟ ଅଧ୍ୟାପକ ରଜନୀକାନ୍ତ ମିଶ୍ର,ଡଃ. ରାମନାଥ ମହାପାତ୍ର,ବିରାଟ କିଶୋର ପଣ୍ଡା,ରମାକାନ୍ତ ଛିଞ୍ଚୁଆଁଣୀ ଅସିତ କୁମାର ମହାନ୍ତିଙ୍କୁ ମିଳିତ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ହୃଷିକେଶ ଜାଲି ମୁଖ୍ୟ ଅତିଥିଭାବେ ଯୋଗଦେଇ ଜୀବନର ଲକ୍ଷ ଯଦି ମହତ ହୁଏ, ନିଶ୍ଚିତ ଜୀବନର ପଥ ପୁଷ୍କଳ ହେବ ବୋଲି କହିବା ସହ ଛାତ୍ରଛାତ୍ରୀ ମାନଙ୍କୁ ମହତ୍ୱ ଉପଦେଶ ପ୍ରଦାନ ସହ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ l ସେହିପରି ମହାବିଦ୍ୟାଳୟର ପ୍ରଥମ ଓ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ଶେଷ ବର୍ଷର ଭାଇ ଓ ଭଉଣୀ ମାନଙ୍କ ଗୁଣ, ଚରିତ୍ର ଓ କାର୍ଯ୍ୟାବଳୀକୁ ପ୍ରଶଂସା କରି ମହାବିଦ୍ୟାଳୟ ଶିକ୍ଷା ଓ ଶିକ୍ଷକ ମାନଙ୍କ ଦକ୍ଷତାକୁ ଉଚ୍ଚ ପ୍ରଶଂସା କରିଥିଲେ l ଶେଷ ବର୍ଷର ଛାତ୍ରଛାତ୍ରୀ ମାନେ ନିଜର ଦୀର୍ଘ ତିନି ବର୍ଷର ଅନୁଭୂତି ବର୍ଣ୍ଣନା କରିବା ସହ ଛୋଟ ଭାଇ ଓ ଭଉଣୀ ମାନଙ୍କୁ ଉପଦେଶ ପ୍ରଦାନ କରି ଗୁରୁଜନଙ୍କ ପ୍ରତି ସର୍ବଦା ସମ୍ମାନ ପ୍ରଦର୍ଶନ କରିବାକୁ ବକ୍ତବ୍ୟ ରଖିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପିକା ମୋନାଲିସା ମହାପାତ୍ର,ଋତୁ କାଟି, ପ୍ରମିତା ଗୌଡ଼,ଅଧ୍ୟାପକ ବିଶ୍ଵନାଥ ନାୟକ, ଗୋଲୋକ ଚନ୍ଦ୍ର ସ୍ୱାଇଁ ପ୍ରମୁଖଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ମାନେ ଯୋଗଦେଇ ଶେଷ ବର୍ଷର ବିଦାୟୀ ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇ ସେମାନଙ୍କ ଉତ୍ତରତୋର ଉନ୍ନତି କାମନା କରିଥିଲେ l


