କାନାରା ବ୍ୟାଙ୍କ ପକ୍ଷରୁ ଆର୍ଥିକ ସାକ୍ଷରତା ଶିବିର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମରେ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି କାନାରା ବ୍ୟାଙ୍କ ଶାଖା  ପକ୍ଷରୁ ଶୁକ୍ରବାର ଏକ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ଶାଖା ପରିଚାଳକ ଅନିତା ତିଆଡି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ ଆଞ୍ଚଳିକ ପରିଚାଳନା ମୂଖ୍ୟ ସେକ୍. ମେହେବୁବ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ଏଲଡିଏମ କାର୍ଯ୍ୟାଳୟ କର୍ମଚାରୀ ଦିଲ୍ଲୀପ ଦଳାଇ ଏବଂ ଦିଗପହଣ୍ଡି ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ଦୁର୍ଯ୍ୟୋଧନ ମଲ୍ଲିକ ଅତିଥି ଭାବେ ଯୋଗ ଦେଇଥିଲେ। ଶିବିରରେ ଆର୍ଥିକ ଯୋଜନା ପାଇଁ ବ୍ୟାଙ୍କରେ ସଞ୍ଚୟ ଖାତା ଖୋଲିବା, ୠଣ ଓ ବୀମା ସଚେତନତା, ଡିଜିଟାଲ ବ୍ୟାଙ୍କିଙ୍ଗ, ଅନଲାଇନ ଠକେଇରୁ ରକ୍ଷା, ସଞ୍ଚୟ ଓ ନିବେଶ ଭଳି ଗ୍ରାହକ ଙ୍କ ପାଇଁ  ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ଉପସ୍ଥିତ ଗ୍ରାମବାସୀ ଓ ବ୍ୟାଙ୍କ ର  ଜମାଖାତା ଧାରି  ମାନଙ୍କୁ ସଚେତନତ କରାଯାଇଥିଲା। କାର୍ଯ୍ୟକ୍ରମରେ ଶତାଧିକ ମହିଳା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ