ବିଦ୍ୟୁତ ସଟ ସର୍କିଟ ରେ ଲାଗିଲା ନିଆଁ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପାଉଁଶ
ଛତ୍ରପୁର, (ଓ୍ବାଇଏନଏସ) : ଛତ୍ରପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମ ସ୍ଥିତ (ମଠ)ଉପର ସାହିର ୟୁ ନାଗେଶ୍ୱର ଆଚାରୀ ଙ୍କ ଘରେ ଅଗ୍ନିକାଣ୍ଡ । ବିଦ୍ୟୁତ ସଟ ସର୍କିଟ ଯୋଗୁଁ ନିଆଁ ଲାଗିଲା ଘରେ । ଏହି ଅଗ୍ନିକାଣ୍ଡ ଲାଗି ଘରେ ଥିବା ଅନେକ ଫନୀଚର ସାମଗ୍ରୀ, ମେସିନ ଏବଂ ଅନ୍ୟାନ୍ୟ ସାମଗ୍ରୀ ଗୁଡିକ ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ଘର ଭିତରୁ ଧୂଆଁ ବାହାରୁଥିବାର ଦେଖିଥିଲେ। ଅଳ୍ପ କିଛି ସମୟ ମଧ୍ୟରେ ନିଆଁ ବ୍ୟାପି ଯାଇଥିଲା। ହୁତୁ ହୁତୁ ହୋଇ ସବୁ ଜଳିବାରେ ଲାଗିଥିଲା। ପରିବାର ଓ ସ୍ଥାନୀୟ ଲୋକ ପ୍ରଥମେ ନିଆଁ ଲିଭାଉ ଥିବା ସହ ଛତ୍ରପୁର ଅଗ୍ନିଶମ କାର୍ଯ୍ୟାଳୟ ଙ୍କୁ ମଧ୍ୟ ଜଣାଇଥିଲେ। ଏହାପରେ ଛତ୍ରପୁର ଅଗ୍ନିଶମ ବାହିନୀର ଟିମ୍ ଆସି ଘଟଣା ସ୍ଥଳରେ ପହଞ୍ଚିଥିଲେ। ନିଆଁକୁ ଆୟତ୍ତ କରିଥିଲେ। ନିଆଁରେ ପୋଡି ହୋଇ ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନଥିବା ବେଳେ ବିଦ୍ୟୁତ ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ସେ ଜଣେ ଗରିବ ଶ୍ରେଣୀ ବ୍ୟକ୍ତି ଅଟନ୍ତି, ବିଭିନ୍ନ ଫନିଚର କାମ କରିବାକୁ ଲୋକଙ୍କ ସାମଗ୍ରୀ ଙ୍କୁ ତିଆରି କରିବାକୁ ଘରକୁ ଆଣିଥିବା ବେଳେ ଏପରି ଦୁଖଃଦ ଘଟଣା ଘଟିଛି, ଏବେ ତାଙ୍କ ପରିବାର ଚିନ୍ତା ପଡିଛନ୍ତି, ଅନ୍ୟପଟେ ସୁନ୍ଦରପୁର ସରପଞ୍ଚ ଗଗନ ବେହେରା ଙ୍କ ଉପସ୍ଥିତ ରେ ଆରଆଇ ସୁଶାନ୍ତ ଶବର ଗ୍ରାମରେ ପହଁଚି କ୍ଷତିଗସ୍ତ ୟୁ ନାଗେଶ୍ୱର ଆଚାରୀ ଙ୍କୁ ରେଡକ୍ରସ ପାଣ୍ଠି ରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି, ଏନେଇ ସରପଞ୍ଚ ଶ୍ରୀ ବେହେରା ସୂଚନା ଦେଇଛନ୍ତି


