କାନପୁର ଗାଁ ରେ ଭୂସ୍ଖଳନ ଘଟଣା: ଘଟଣାସ୍ଥଳରେ ଅନୁଧ୍ୟାନ କଲେ ବିଜେପି ନେତା
ହାଟଡିହି -(ଓ୍ବାଇଏନଏସ): ସାଳନ୍ଦୀ ନଦୀ ତାର ଗତିପଥ ବଦଳାଇ ଗାଁ ପାଖକୁ ମାଡି ମାଡ଼ି ଆସୁଥିବାରୁ ନଦୀରେ ଲିନ ହେବାକୁ ବସିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ପଞ୍ଚାୟତର କାନପୁର ଗ୍ରାମ। ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିଜେପି ନେତା ଆଲୋକ ସେଠୀ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ପୁର୍ବତନ ସରପଞ୍ଚ ବୈଲୋଚନ ନାୟକ, ପୁର୍ବତନ ଜିଲ୍ଲା ପରିଷଦ ଟିକି କିସ୍କୁ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରି କ୍ଷତିଗ୍ରସ୍ଥ ପରିବାରଙ୍କୁ ଭେଟି ଆଲୋଚନା କରିଛନ୍ତି। ଗାଁ ର ବର୍ଷାଜଳ ନିଷ୍କାସନ ହୋଇପାରୁ ନଥିବା ବେଳେ ଡିଗି ପୋଖରୀର ପାଣି ଗାଁ ତଳ ବାଟେ ଯାଉଥିବା ଓ ନଦୀ ତାର ଗତି ପରିବର୍ତ୍ତନ କରି ଗାଁ ପଟେ ଯାଉଥିବାରୁ ଏପରି ହେଉଛି ବୋଲି ଲୋକେ ଅଭିଯୋଗ କରିଥିଲେ। ଅନେକ ଲୋକଙ୍କ ପାଇଖାନା, ଗୁହାଳ ଭାଙ୍ଗି ପଡିଥିବା ବେଳେ ଆଉ ଅଳ୍ପ ଦୂରରେ ଥିବା ଲୋକଙ୍କ ଜନ ବସତି ଆଡ଼କୁ ନଦୀ ମାଡ଼ି ଆସୁଥିବାରୁ ଗାଁ ପ୍ରତି ବିପଦ ସୃଷ୍ଟି ହୋଇଥିବା ନେଇ ଦର୍ଶାଇ ଥିଲେ। ବିଜେପି ନେତା ଆଲୋକ ସେଠୀ ତୁରନ୍ତ ଘଟଣା ସମ୍ପର୍କରେ ସାଂସଦ ଓ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ପଦକ୍ଷେପ ନେବାକୁ ଅନୁରୋଧ କରିବେ ବୋଲି କହିଛନ୍ତି। ଏହି ସମୟରେ ବିଶ୍ଵ ରଞ୍ଜନ ପାଣିଗ୍ରାହୀ, ହରିହର ବେହେରା, ବିଶ୍ଵନାଥ ବେହେରା, ପଦ୍ମନାଭ ବେହେରା, କହ୍ନେଇ ଚରଣ ଜେନା, ସୁଦାମ ଜେନା, ହରିହର ବେହେରା, ଶଶଧର ବେହେରା, ସର୍ବେଶ୍ଵର ବେହେରା, ଅମୂଲ୍ୟ ଜେନା, ନରହରି ଖମାରୀ, ନରେନ୍ଦ୍ର ସେଣ, ଉପେନ୍ଦ୍ର ସେଣ , ଜୟୀରାମ ସେଣ, ପ୍ରସାନ୍ତ ସେଣ, ରାମ ସେଣ, ଭାସ୍କର ସେଣ, ବାବାଜୀ ବେହେରା, ଜଗବନ୍ଧୁ ଜେନା, ହରିହର ବେହେରା, ବିଶ୍ଵନାଥ ବେହେରା, ଜଗବନ୍ଧୁ ଜେନା, ନରହରି ଖମାରୀ, ଅମୂଲ୍ୟ ଜେନାଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ।


