କିରୋସିନ ତେଲର ନୂତନ ଖୁଚୁରା ଓ ପାଇକାରୀ ଦର ନିର୍ଦ୍ଧାରଣ
କଟକ, (ଓ୍ବାଇଏନଏସ): କିରୋସିନ (S.K. Oil) ତେଲର ପାଇକାରୀ ଓ ଖୁଚୁରା ବିକ୍ରୟ ଦର ସମ୍ପର୍କରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଦେଶ ଜାରି କରାଯାଇଛି। ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ବିଭାଗର ପତ୍ର ସଂଖ୍ୟା ୧୧୨୮୨, ତାରିଖ ୦୨/୦୭/୨୦୨୬ ଅନୁସାରେ ଏବଂ ଏସ୍.କେ. ତୈଳ ଡିପୋର ସ୍ଥିତିକୁ ଆଧାର କରି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କିରୋସିନ ତୈଳର ପାଇକାରୀ ଦର ନିର୍ଦ୍ଧାରଣ କରିଛନ୍ତି। ଏହି ଆଦେଶ ଅନୁଯାୟୀ, ବିଭିନ୍ନ ସ୍ଥାନ ପାଇଁ ପାଇକାରୀ ଓ ଖୁଚୁରା ବିକ୍ରୟ ଦର ସଂଲଗ୍ନ ତାଲିକା ଅନୁସାରେ ଲାଗୁ ହେବ। ନୂତନ ଏକ୍ସ-ଡିପୋ ଦରରେ ପାଇକାରୀ ବ୍ୟବସାୟୀମାନେ ଷ୍ଟକ୍ ଉଠାଇବା ପରେ ୧ ଜୁଲାଇ ୨୦୨୬ରୁ ଏହି ଦର କାର୍ଯ୍ୟକାରୀ ହେବ।


