ବୁଗୁଡ଼ା ସହରରେ ଖାଦ୍ୟ ଓ ପାଣିର ମାନ ଯାଞ୍ଚ

ବୁଗୁଡା, (ଅନୀଲ କୁମାର ମହାରଣା) : ଖାଦ୍ୟ ଓ ପାଣିର ମାନ ଯାଞ୍ଚ କମିଟିର ଚେୟାରମ୍ୟାନ ତଥା ବୁଗୁଡ଼ା ତହସିଲଦାର ତାପସ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୁଗୁଡ଼ା ପୋଲିସ ଆଇଆଇସି ସିତାଂଶୁ ଶେଖର ମାନ୍ଧାତା, ଭଞ୍ଜନଗର ଖାଦ୍ୟ ଯାଞ୍ଚ ପରିଦର୍ଶନ ଶୁଭ ରଞ୍ଜନ ମୁଦୁଲି ଓ ବୁଗୁଡ଼ା ମାର୍କେଟିଙ୍ଗ ମ୍ୟାନେଜର ବିବେକାନନ୍ଦ ମହାନ୍ତିଙ୍କ ମିଳିତ ଉଦ୍ୟମରେ ବୁଗୁଡ଼ା ସହର ସ୍ଥିତ ବିଭିନ୍ନ ହୋଟେଲ ଗୁଡିକର ଖାଦ୍ୟର ମାନ ଯାଞ୍ଚ କରବା ସହିତ ସମସ୍ତ ପାଣି ଫ୍ୟାକ୍ଟ୍ରି ମଧ୍ୟ ଯାଞ୍ଚ କରା ଯାଇଥିଲା l ଉକ୍ତ ଯାଞ୍ଚ ସମୟରେ ନିର୍ଦ୍ଧାରିତ ମାନର ଯୋଗ୍ୟତା ପୁରଣ ହେଉନଥିବା ସମସ୍ତ  ଖାଦ୍ୟକୁ ନଷ୍ଟ କରାଯାଇଥିଲା। ପାନୀୟ ଜଳର ନିର୍ଦ୍ଧାରିତ ମାନ ପୁରଣ କରୁନଥିବା ଫ୍ୟାକ୍ଟ୍ରି ଗୁଡ଼ିକୁ ବନ୍ଦ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ