ପୁଣି ଦନ୍ତା ଘଉଡ଼ାଇବା ପାଇଁ ବ୍ୟସ୍ତ ବନ ବିଭାଗ
କଲ୍ୟାଣସିଂହପୁର (ଓ୍ବାଇଏନଏସ): ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବନା ଅଞ୍ଚଳରେ ପୁଣି କିଛି ଦିନ ନୀରବତା ପରେ ଦନ୍ତା ଟେନସନ ବଢ଼ାଇଲା ଗ୍ରାମବାସୀ ଓ ବନ ବିଭାଗର। ଗତ ରାତ୍ର କାଶୀପୁର ଠାରୁ ପୁଣି ଲେଉଟି ଆସି ଶିକାର ପାଇ ସେକ୍ସନର ବୁଡଗୁଡା ପଞ୍ଚାୟତର ପଡୁଛଅ, କଦଳୀ ଚୁଆଁ ପାହାଡ଼ରେ ଆସି ଧାନ ମାଣ୍ଡିଆ, କପା, କାନ୍ଦୁଲ ଭଳି ଅନେକ ଫସଲକୁ ଦୋଳି ମୋକଚି ନଷ୍ଟ କରିଦେଇଥିବାରୁ ଅଞ୍ଚଳ ବାସି କଷ୍ଟ ଅର୍ଜିତ ସମ୍ପତି ନଷ୍ଟ କରିଥିବାରୁ ଚିନ୍ତା ରେ ପଡି ଯାଇଛନ୍ତି। ଗତ କିଛିଦିନ ପୂର୍ବେ ବଞ୍ଚଳରେ ୪୨ଗୋଟି ହେଇପୋଲ ଆସି ଅଞ୍ଚଳରେ ଫସଲ ନଷ୍ଟ କରିଥିଲେ। ପୁଣି ଦନ୍ତା ଗୀତିକିଆ ହାତୀ ଆସି ଅଞ୍ଚଳରେ ତାଣ୍ଡବ ରଚୁଥିବାରୁ ଚିନ୍ତାରେ ପଡି ଯାଇଛନ୍ତି। ସେହିଭଳି ବନ ବିଭାଗ ମଧ୍ୟ ହାତୀ ପାଇଁ ଦିନରାତି ଏକକରି ଗତିପଥକୁ ଅନୁସରଣ କରୁଥିବା ଦେଖିବାକୁ ମିଳିଛି।


