ଜଗଦଳପୁର ହାଇସ୍କୁଲରେ ଶିଶୁ ଦିବସ ପାଳିତ
ଆସିକା (ୱାଇଏନ୍ଏସ୍) : ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ତଥା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ପୁଣ୍ୟ ଜନ୍ମତିଥି ଅବସରରେ ଆସିକାର ବିଭିନ୍ନ ଶିକ୍ଷାନୁଷ୍ଟାନରେ ଶିଶୁ ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ଗ୍ରାମରେ ଥିବା ଜଗଦଳପୁର ହାଇସ୍କୁଲରେ ଅନୁଷ୍ଠିତ ଶିଶୁ ଦିବସ ପାଳନ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର ଓ ସହକାରୀ ଶିକ୍ଷକ ଜି.ଆନନ୍ଦ ପାତ୍ର, ସୁନିତା ପରିଚ୍ଛା, ଇଶ୍ୱରୀ ମହାପାତ୍ର, ସନ୍ଧ୍ୟାରାଣୀ ବେହେରା, ଅନ୍ନପୂର୍ଣ୍ଣା ଭୋଇ, ରୁଦ୍ରପ୍ରସାଦ ସେଠୀ, ସୁନିଲ୍ ସେଠୀ, କର୍ମଚାରୀ ଆଶାଲତା ପ୍ରଧାନ, ନୀଳମାଧବ ସ୍ୱାଇଁ, ପ୍ରଶାନ୍ତ କୁମାର ମୁନି ପ୍ରମୁଖ ଯୋଗଦେଇ ଶିଶୁ ଦିବସ ପାଳନର ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରି ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ତଥା ଭାରତର ଶ୍ରେଷ୍ଠ ଜନନାୟକ ପଣ୍ଡିତ ଜବାହରଲଲାଲ୍ ନେହୁରୁ ଶାନ୍ତିର ଦୂତ ଥିଲା ବେଳେ ତାଙ୍କର ତ୍ୟାଗ ଓ ନିଷ୍ଠା ଯୁଗ ଯୁଗ ପାଇ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇରହିିବା ସହ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଭାରତକୁ ବିଶ୍ୱରେ ପ୍ରତିଷ୍ଠିତ କରାଇବାରେ ଜବାହର ଲାଲ୍ ନେହୁରୁଙ୍କ ଭୂମିକା ଅବିସ୍ମରଣୀୟ ଥିଲା ବେଳେ ଶିଶୁଙ୍କ ପ୍ରତି ନେହୁରୁଙ୍କ ଅନାବିଳ ସ୍ନେହ ଯୋଗୁଁ ତାଙ୍କ ଜନ୍ମଦିନକୁ ଶିଶୁଦିବସ ରୂପେ ପାଳନ କରାଯାଇଆସୁଛି ବୋଲି ପ୍ରକାଶ କରିଥିଲେ । ସେହିଭଳି ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଟାନ ଗୁଡିକରେ ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ତଥା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ପୁଣ୍ୟ ଜନ୍ମତିଥି ଅବସରରେ ଶିଶୁ ଦିବସ ପାଳନ ହୋଇଥିବା ବେଳେ ଛାତ୍ରଛାତ୍ରୀ ମାନେ ଚାଚା ନେହରୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିବା ଦେଖିବାକୁ ମିଳିଥିଲା।


