କଣ୍ଟ୍ରାକ୍ଟର ମହାସଙ୍ଘର ସାଧାରଣ ଅଧିବେଶନ: ନିର୍ଦ୍ଧାରିତ ମୂଲ୍ୟରେ ଟେଣ୍ଡର ପକାଇବାକୁ ଆହ୍ୱାନ

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ): ରାଜ୍ୟ ସରକାରଙ୍କ ଟେଣ୍ଡର ପ୍ରକ୍ରିୟାକୁ ରାଜ୍ୟର ଠିକାଦାର ମହାସଙ୍ଘ ବିରୋଧ କରୁଥିବା ବେଳେ ଜୀବନ ଜୀବିକା ହରାଇବାକୁ ଯାଉଥିବା କେନ୍ଦ୍ରାପଡା ଜିଲ୍ଲାର ଠିକାଦାରମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି । କମ ମୂଲ୍ୟ ଟେଣ୍ଡରରେ କୌଣସି ଠିକାଦାରଙ୍କୁ କାର୍ଯ୍ୟ କରାଇନଦେବା ପାଇଁ ଆଜି କେନ୍ଦ୍ରାପଡା ସହରର ମାଧପୁରସ୍ଥିତ ଅମରଉଦ୍ୟାନରେ ଅନୁଷ୍ଠିତ କେନ୍ଦ୍ରାପଡା ଜିଲ୍ଲା କଣ୍ଟ୍ରାକ୍ଟର ଫେଡେରେସନର ସାଧାରଣ ଅଧିବେଶନରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ଟେଣ୍ଡର ପକାଇବାକୁ ଜିଲ୍ଲାର ସମସ୍ତ ଠିକାଦାରଙ୍କୁ ନିବେଦନ କରାଯାଇଥିବା ବେଳେ ଏଥିରୁ ବିଚ୍ୟୁତ ଠିକାଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିବେଶନରେ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାର ବିକାଶ ପାଇଁ ଉନ୍ନତ ମାନର କାମ ଆବଶ୍ୟକ । ଏଥିପାଇଁ ନିର୍ଦ୍ଧାରିତ ମୂଲ୍ୟରେ କାର୍ଯ୍ୟ କରିବା ପାଇଁ ଜିଲ୍ଲାର ଠିକାଦାରମାନେ ଚାହୁଁଛନ୍ତି । ତେବେ ସରକାର ଯେଉଁ ଟେଣ୍ଡର ପ୍ରକିୟା ନିର୍ଦ୍ଧାରିତ କରିଛନ୍ତି ସେଥିରେ ଠିକାଦାର ମନଇଛା କମ ମୂଲ୍ୟରେ ଟେଣ୍ଡର ନେଇ ନିମ୍ନମାନର କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି । ଏହାକୁ କେନ୍ଦ୍ରାପଡା ଜିଲ୍ଲା ଠିକାଦାର ମହାସଂଘ ବିରୋଧ କରୁଛି । ଯେଉଁ ଠିକାଦାର ନିର୍ଦ୍ଧାରିତ ମୂଲ୍ୟଠାରୁ କମ ମୂଲ୍ୟରେ ଟେଣ୍ଡର ପକାଇବ ସେହି ଠିକାଦାର ଘର ଏବଂ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର ଅନ୍ୟ ଠିକାଦାରମାନେ ବସି ରହିବେ ବୋଲି ମହାସଙ୍ଘ ପକ୍ଷରୁ ଚେତାବନୀ ଦେଇଛନ୍ତି । ମହାସଂଘ ସଭାପତି ମହେନ୍ଦ୍ର କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଅଧିବେଶନରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି । ଅଲ ଓଡିଶା କଣ୍ଟ୍ରାକ୍ଟର୍ସ ଆସୋସିଏସନ୍ ଜିଲ୍ଲା ଠିକାଦାର ମହାସଂଘ ଜରିଆରେ ସମସ୍ତ ଠିକାଦାର ଭାଇମାନଙ୍କୁ ନିର୍ଦ୍ଧାରିତ ମୂଲ୍ୟରେ ଟେଣ୍ଡର ପକାଇବା ପାଇଁ ନିବେଦନ କଲେ। କେନ୍ଦ୍ରାପଡା ଜିଲ୍ଲା ସଂଘ ଏହାକୁ ଜିଲ୍ଲାରେ ପ୍ରଚାର କଲେ। କିଛି ଟେଣ୍ଡରରେ ସମସ୍ତ ଠିକାଦାର ନିର୍ଦ୍ଧାରିତ ମୂଲ୍ୟରେ ଟେଣ୍ଡର ପକାଇ ଲଟେରୀ ମାଧ୍ୟମରେ କାର୍ଯ୍ୟ କରିବାକୁ ଚାହିଁଁଲେ । କିନ୍ତୁ ଅନେକ ଟେଣ୍ଡରରେ ୯୯ ପ୍ରତିଶତ ଠିକାଦାର ନିର୍ଦ୍ଧାରିତ ମୂଲ୍ୟରେ ଟେଣ୍ଡର ପକାଉଥିବା ବେଳେ କିଛି ଖଳ ପ୍ରକୃତିର ଠିକାଦାର ଏହାକୁ ଭଣ୍ଡୁର କରିବାପାଇଁ ନିଜେ କିମ୍ବା ଜିଲ୍ଲା ବାହାରର ଠିକାଦାରଙ୍କୁ ଡକାଇ ନିର୍ଦ୍ଧାରିତ ମୂଲ୍ୟରୁ କମ ମୂଲ୍ୟରେ ଟେଣ୍ଡର ପକାଉଛନ୍ତି। ଏହାଦ୍ୱାରା ୯୯ପ୍ରତିଶତ ଠିକାଦାର ହତାଶ ହୋଇଛନ୍ତି। ରାସ୍ତାକାମ ବହୁଦିନ ଧରି ସରୁନଥୁବାରୁ ଦୁର୍ଘଟଣା ମାନ ଘଟୁଛି। ସରକାରୀ ଅନୁଦାନ ଖର୍ଚ୍ଚ ହୋଇ ପାରୁନଥିବାରୁ ଲୋକେ ଏହାର ସୁଫଳ ପାଉନାହାନ୍ତି । ବର୍ଷ ଶେଷରେ ନିର୍ମାଣ ବିଭାଗରେ ବଜେଟ୍‌ର ୫୦% ଖର୍ଚ୍ଚ ହେଉ ନାହିଁ। ତେଣୁ ଠିକାଦାର ମାନଙ୍କ ସ୍ୱାର୍ଥ, ଭବିଷ୍ୟତ ଓ ଜୀବନ ଜୀବିକାର ସୁରକ୍ଷା ପାଇଁ ଜିଲ୍ଲା ଠିକାଦାର ମହାସଂଘ ନିର୍ଦ୍ଧାରିତ ମୂଲ୍ୟରୁ କମରେ ଟେଣ୍ଡର ପକାଇବାକୁ ଘୋର ବିରୋଧ କରୁଛି। ସମସ୍ତ ଠିକାଦାର ଭାଇମାନଙ୍କୁ ନିର୍ଦ୍ଧାରିତ ମୂଲ୍ୟରେ ଟେଣ୍ଡର ପକାଇବାକୁ ନିବେଦନ କରାଯାଉଛି ବୋଲି ଠିକାଦାର ରାଜେଶ ମହାନ୍ତି, ଉମାଶଙ୍କର ଜେନା, ଲିଆକତ ଅଲ୍ଲା, ଭୁବନ ମୋହନ ସିଂ, ଉମେଶ ନାୟକ, ବିକ୍ରମ ପୃଷ୍ଟି, ବୁଲୁ ଜେନା ପ୍ରମୁଖ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟୁତ ନାୟକ, ସନ୍ତୋଷ ସେଠୀ, ପିଣ୍ଟୁ ମହାନ୍ତି, ସୂର୍ଯ୍ୟକାନ୍ତ ସୂତାର, କୁଞ୍ଜ ବିହାରୀ ଦାସ, ସରୋଜକାନ୍ତ ସାହୁ, ମନୋଜ କୁମାର କର ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ