ହଜରତ ଅକ୍କୀଲ ସାହା ପୀରବାବାଙ୍କ ବାର୍ଷିକ ଉର୍ସ ଉତ୍ସବ

ଧାମନଗର (ଓ୍ବାଇଏନଏସ): ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୬ନମ୍ବର ୱାର୍ଡ ଅଧିନ ମୁନସିପାଟଣା ନାଜରସାହ ଗ୍ରାମରେ ପୀରବାବା ହଜରତ ମହମ୍ମଦ ଅକ୍କୀଲ ସାହା ବାବାଙ୍କ ବାର୍ଷିକ ଉର୍ସ ଉତ୍ସବ ବର୍ଷା ସତ୍ୱେ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଗୁରୁବାର ସକାଳ ୬ଟା ସମୟରେ ପୀର ବାବାଙ୍କ ଆସ୍ଥାନକୁ ଚନ୍ଦନ ଓ ଗୋଲାପ ଜଳରେ (ସ୍ନାନ) ଗାଧୋଇବା ପରେ ୭ଟାରେ କୋରାନ ଖାନି ଓ (ଫାତେହା) କାର୍ଯ୍ୟକ୍ରମ ସରିଥିବା ପରେ ଭୋଗ ବଣ୍ଟନ କରାଯାଇଥିଲା। ଭକ୍ତ ଓ ଶ୍ରଦ୍ଧାଳୁ ୭ଟା ୩୦ମିନିଟଠାରୁ ପୀରବାବାଙ୍କୁ ଚାଦର ଚଢାଇବା ହୋଇଥିବା ବେଳେ ସର୍ବ ସାଧାରଣରେ ବାବାଙ୍କ ଦର୍ଶନ ଆରମ୍ଭ ହୋଇଥିଲା। ଧାମନଗର ଓ ଏହାର ଆଖପାଖ ଅଞ୍ଚଳରୁ ବହୁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଏହି ଅବସରରେ ରାତି ୮ଟାରେ ଜଲସା ଓ ଧର୍ମିକଚର୍ଚା କାର୍ଯ୍ୟକ୍ରମରେ ସାଏରେ,ମୋଲବି ଓ ମୌଲାନା ମାନେ ଯୋଗଦେଇ ପୀରବାବାଙ୍କ ଆଦର୍ଶ ଓ ଜିବନୀ ଉପରେ ଲୋକମାନଙ୍କୁ ସୂଚନା ପ୍ରଦାନ କରିଛନ୍ତି। ଉର୍ସ କମିଟିର ସଭାପତି,ସମ୍ପାଦକ ଓ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଉକ୍ତ ୱାର୍ଡ କାଉନସିଲର ତଥା ଏନ ଏ ସି ଉପାଧ୍ୟକ୍ଷ ଓସିମ ଏଜଦାନି କାଦିରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ମୁତୟନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ