ଯୁବକଙ୍କ ଝୁଲନ୍ତା ଗଳିତ କଙ୍କାଳ ଉଦ୍ଧାର
କଟକ, (ଓ୍ବାଇଏନଏସ): କଟକ ବାରଙ୍ଗ ଥାନା ଗୋଡ଼ିସାହି ଫାଣ୍ଡି ପୋଲିସ ଏକ ପରିତ୍ୟକ୍ତ ଘରୁ ବେକରେ ଦଉଡ଼ି ଦେଇ ଝୁଲିଥିବା ଅବସ୍ଥାରେ ଜଣେ ଯୁବକଙ୍କ ଗଳିତ କଙ୍କାଳ ଉଦ୍ଧାର କରିଛି। କଙ୍କାଳଟି ଗୋଡିସାହି ଗ୍ରାମର ପଦିଆ ନାଏକଙ୍କର ବୋଲି ଜଣାଯାଇଛି। ପଦିଆ ନାଏକଙ୍କ ବାପା ଟୁକୁନା ନାଏକ ପୁଅର କଙ୍କାଳକୁ ଚିହ୍ନଟ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ପଦିଆ ନାଏକ ଗତ ମାସ ୨୮ ତାରିଖରୁ ନିଖୋଜ ଥିଲେ। ତେବେ ସେ କାହିଁକି ଆତ୍ମହତ୍ୟା କଲେ କି ତାଙ୍କୁ କେହି ହତ୍ୟା କରିଛି, ତାହା ସ୍ପଷ୍ଟ ହୋଇନାହିଁକି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।


