ବିପ୍ଳବୀ ଧରଣୀ ଧରଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

କେନ୍ଦୁଝର, (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ମାଟି ହେଉଛି ବିପ୍ଲବୀ ମାଟି। ଏଠି ଅନେକ ବିପ୍ଲବୀ ଜନ୍ମ ଗ୍ରହଣ କରିଛନ୍ତି। କିନ୍ତୁ, ଯେତେବେଳେ ବି ବିପ୍ଳବୀଙ୍କ କଥା ଆଲୋଚନା ହେବ, ଆମ ଜିଲ୍ଲାରେ ଧରଣୀଧର ନାୟକଙ୍କ ନାମ ସର୍ବାଗ୍ରେ ଆସିବ। ବିପ୍ଳବୀ ଧରଣୀ ଧର ଆମ ପାଇଁ ପ୍ରେରଣାର ଉତ୍ସ ବୋଲି ବିପ୍ଳବୀ ଧରଣୀ ଧରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ମାନ୍ୟବର ମୁଖ୍ୟଢ଼ନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। କେନ୍ଦୁଝର ସହରରର ପ୍ରବେଶ ଦ୍ବାର ନେଙ୍କଡାଘରଠାରେ ବିପଳ୍ବୀ ଧରଣୀଧର ଭୂୟାଁଙ୍କ ପୂର୍ଣ୍ଣବୟାବ ପ୍ରତିମୂର୍ତ୍ତି ଉନେମାଚନ ଅବସରାରେ ଏକ ସ୍ବତନ୍ତ୍ର ଉତ୍ସବ ଆୟୋଜିତ ହୋଇଥି‌ଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନବ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇ କହିଥିଲେ, ଆଜି ଆମ ପାଇଁ ଗର୍ବର ଦିନ କାରଣ ଆଜି କେନ୍ଦୁଝରକୁ ଦେଇଥିବା ଆଉ ଏକ ପ୍ରତିଶ୍ରୁତି ପୂରଣ ହେଲା। ଏଇ କେନ୍ଦୁଝର ମାଟିର ବରପୁତ୍ର ଧରଣୀଧର ନାଏକଙ୍କ ପ୍ରତିମୂର୍ତ୍ତି ଆଜି କେନ୍ଦୁଝର ସହରର ମୁଖ୍ୟ ପ୍ରବେଶ ପଥ ନେକେଡ଼ା ଘର ଛକ, ଜାମୁନାଳିଆ ଠାରେ ଉନ୍ମୋଚନ ହେଲା। ମୁଁ ଆଜି ଏକଥା କହିବାକୁ ଗର୍ବ ବୋଧ କରୁଛି ଯେ, ଏ କେନ୍ଦୁଝରିଆ କଥା ଦେଇ କଥା ରଖିଲା । ଏଇ ବର୍ଷ ମାର୍ଚ୍ଚ ୫ ତାରିଖରେ ମୁଁ ଏଇଠାରେ କଥା ଦେଇଥିଲି ଯେ କେନ୍ଦୁଝର ମାଟିର ବରପୁତ୍ର ଉଚିତ ସମ୍ମାନ ପାଇବେ ଆଉ ତାଙ୍କ ପ୍ରତିମୂର୍ତ୍ତି କେବଳ ରାଜଧାନୀରେ ନୁହେଁ, କେନ୍ଦୁଝର ପ୍ରବେଶ ପଥରେ ମଧ୍ୟ ଶୋଭା ପାଇବ। ଆଉ ତାହାହିଁ ହୋଇଛି ।ସେ କହିଥିଲେ, ଯେତେବେଳେ ବି ବିପ୍ଳବୀଙ୍କ କଥା ଆଲୋଚନା ହେବ, ଆମ ଜିଲ୍ଲାରେ ଧରଣୀଧର ନାୟକଙ୍କ ନାମ ସର୍ବାଗ୍ରେ ଆସିବ। ଯେଉଁ ଲଢୁଆ ପୁଅର ପରିଚୟ ଦେଇ ସେ ଅତ୍ୟାଚାରୀ ରାଜତନ୍ତ୍ର ବିରୁଦ୍ଧରେ ବିଦ୍ରୋହ କରିଥିଲେ, ସେ ଲଢୁଆ ପୁଅର ଶକ୍ତି ଆଜିବି ଆମ ସମସ୍ତଙ୍କୁ ପ୍ରେରଣା ଦେଇ ଚାଲିଛି। ଏ ମାଟି କେବଳ ଖଣି ଖାଦାନର ମାଟି ନୁହେଁ, ଏ ମାଟି ଲଢେଇକରିବାବିଜାଣିଛିକେନ୍ଦୁଝରରେ ନୀରିହ ପ୍ରଜାଙ୍କ ଉପରେ ଯେଉଁ ଅତ୍ୟାଚାର ହୋଇଥିଲା, ତା ବିରୋଧରେ ଆରମ୍ଭ ହୋଇଥିଲା ପ୍ରସିଦ୍ଧ ‘ଧରଣୀ ମେଳି’। ଧରଣୀଧର ଥିଲେ ଭୂୟାଁ ସମ୍ପ୍ରଦାୟର ଆଦିବାସୀ। ସ୍ୱଭାବରେ ସମସ୍ତେ ଶାନ୍ତିପ୍ରିୟ। କିନ୍ତୁ, ଅନ୍ୟାୟ, ଅତ୍ୟାଚାରକୁ ବରଦାସ୍ତ କରିବା ସେମାନେ ଶିଖିନାହାନ୍ତି। ଧରଣୀଧର ଥିଲେ ସେହି ଅତ୍ୟାଚାର-ବିରୋଧୀ ଶକ୍ତିର ମାନବୀୟ ରୂପ।ମଣିଷ ଜୀବନ ଖୁବ କଷ୍ଟରେ ମିଳେ ବୋଲି କୁହାଯାଏ। ସେ ଜୀବନକୁ ସାର୍ଥକ କରିବାର ଅଛି। ଅଧିକ ଦିନ ବଞ୍ଚିବା ଅପେକ୍ଷା, ଜୀବନରେ ଆପଣ କେତେ ମହତ୍ୱପୂର୍ଣ୍ଣ କାର‌୍ୟ୍ୟ କରିଛନ୍ତି ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ। ଯେ କୌଣସି ମାର୍ଗରେ ରହି ଦେଶର ସ୍ୱାଧୀନତା, ଅଖଣ୍ଡତା ଓ ବିକାଶ ପାଇଁ ଅବଦାନ ରଖିହେବ। ଧରଣୀଧରଙ୍କ ଜୀବନୀ ହିଁ ଆମକୁ ସେହି ଶିକ୍ଷା ପ୍ରଦାନ କରେ। ଜୀବନର ପ୍ରଥମ ଭାଗ ସେ ବିଦ୍ରୋହ କରି ସ୍ୱାଧୀନତାର ଅଗ୍ନି ଜଳାଇଥିଲେ ଓ ଶେଷ ଭାଗକୁ ସେ ଆଧ୍ୟାତ୍ମିକ ମାର୍ଗରେ ଯାଇ ଦେଶର ସ୍ୱାଧୀନତା ପାଇଁ ଇଶ୍ୱରଙ୍କ ଆଶୀର୍ବାଦ ଲାଭ କରିଥିଲେ ବୋଲଇ ସେ କହିଥିଲେ। କେନ୍ଦୁଝରର ଆଉ ଜଣେ ଗୌରବଙ୍କ କଥା କହିଥିଲେ। କହିଥିଲେ, ଗୋଟିଏ କୋଡି ଏବଂ ଗୋଟିଏ କୋଦାଳଯେ ମଣିଷକୁ ଆତ୍ମବିଶ୍ଵାସୀ କରିଦେଇପାରେ ତାହା କେନାଲ ମ୍ୟାନ ପଦ୍ମଶ୍ରୀ ଶ୍ରୀ ଦୈତାରୀ ନାୟକଙ୍କ ଜୀବନୀରୁ ଆମେ ଶିଖୁ। ଗୋନସିକା ପାହାଡରୁ ନିଜ ଗ୍ରାମ ତଳବୈତରଣୀ ପର‌୍ୟ୍ୟନ୍ତ କେନାଲ ଖୋଲିବାକୁ ସମର୍ଥ ହୋଇଥିଲେ। ଦୀର୍ଘ ତିନି ବର୍ଷ ଲାଗିଯାଇଥିଲା ତାଙ୍କୁ ଏ କଥା କରିବାକୁ। ଦୈତାରୀବାବୁଙ୍କ ଏ ଚମତ୍କାର କାହାଣୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ପାଖରେ ପହଞ୍ଚିଥିଲା ଏବଂ ୨୦୧୯ରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ବିଭୂଷିତ କରିଥିଲେ। ସେ ଆମ ସମସ୍ତଙ୍କ ପାଇଁ ଜଣେ ପ୍ରେରଣା କାରଣ ସେ ମଧ୍ୟ ଜଣେ ବିପ୍ଳବୀ ବୋଲଇ ସେ ମତବ୍ୟକ୍ତ କରିଥିଲେଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଦୈତାରୀ ନାୟକ, ସାଂସଦ ଅନନ୍ତ ନାୟକ, ବିଧାୟକ ଡାକ୍ତର ଫକୀର ନାୟକ, ବିଧାୟକ ଅଖିଳ ନାୟକ, ମମିତା ନାୟକ,  ଶ୍ୟାମ ସୁନ୍ଦର ନାୟକ ବିପ୍ଲବୀ ଧରଣୀଧରଙ୍କ ବଂଶଜ ଶ୍ରୀ କଳାକାର ନାୟକ , ଭୂୟାଁ ସମାଜ କର୍ମକର୍ତ୍ତରା ପ୍ରମୁଖ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ