ବୁଢାଭୈରବ ମନ୍ଦିରର ପ୍ରତିଷ୍ଠା ଉତ୍ସବ
ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ବ୍ଲକ ଅନ୍ତର୍ଗତ ପାତ୍ରଗୁଡା ଗ୍ରାମରେ ବୁଢାଭୈରବ ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଓ ପୂଜାର୍ଚ୍ଚନା ଅନୁଷ୍ଠିତ ନିମନ୍ତେ ହୋଇଯାଇଛି। ମୁଖ୍ୟ ପୁରେହିତ ଜଗବନ୍ଧୁ ପଣ୍ଡା ଓ ଶ୍ୟାମସୁନ୍ଦର ଦାସଙ୍କ ମିଳିତ ପୌରାହିତ୍ୟରେ ଅନୁଷ୍ଠିତ ପୂଜାରେ ପ୍ରଥମେ ବୈଦିକ ରୀତିନୀତି ଅନୁସାରେ କଳସ ସ୍ଥାପନ କରିବା ସହ ସୂର୍ଯ୍ୟ ପୂଜା,ବରୁଣ ପୂଜା,ଅଷ୍ଟାଦଶ ମାତୃମଣ୍ଡଳ ପୂଜା, ବୁଢାଭୈରବ ପୁଜା ଓ ବିଭିନ୍ନ ପୂଜାର୍ଚ୍ଚନା କରାଯାଇଥିଲା l ପ୍ରଥମ ଦିନରେ ଅଙ୍କୁରାରୋପଣ,କଳସ ଯାତ୍ରା,ମଣ୍ଡଳକରଣ, ଧ୍ୟାନଦିବସ,ପୂଜାରମ୍ଭ,ସୂର୍ଯ୍ୟ ପୂଜା, ଗୋପୂଜା,ସୌରାଗ୍ନୀ ସ୍ଥାପନ,ବନଜାଗ, ରତ୍ନାମୁଦ,ଜୀବନ୍ୟାସ ଶିଖର ବୁଢାଭୈରବଙ୍କ ମହାସ୍ନାନ,ଜୀବନ୍ୟାସ,ଖଣ୍ଡା ପ୍ରତିଷ୍ଠା, ପୂର୍ଣ୍ଣାହୁତି,ଖଣ୍ଡା ପ୍ରବେଶ ପରେ ରୀତିନୀତି ଅନୁଯାୟୀ ହୋମଯଜ୍ଞ ସହ ଆଳତୀ ଓ ପୁଷ୍ପାଞ୍ଜଳି ଦେଇ ବିଭିନ୍ନ ପୂଜାର୍ଚ୍ଚନା କରାଯାଇଥିଲା। ସମସ୍ତ ଭକ୍ତ ମାନଙ୍କ ନିମନ୍ତେ କମିଟି ତରଫରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଉକ୍ତ ପୂଜାରେ କର୍ତ୍ତା ଭାବେ କ୍ଷମା ସାଗର ଦାଶ ଓ ଧର୍ମପତ୍ନୀ ସୁନିତା ରାଣୀ ମିଶ୍ର କାର୍ଯ୍ୟ ତୁଲାଇଥିବା ବେଳେ ପୁରୋହିତ ନିକୁଞ୍ଜ ଶତପଥି, ସଦାନନ୍ଦ ମହାପାତ୍ରଙ୍କ ସମେତ ଅନ୍ୟ ପୁରହିତ ମନେ ସହଯୋଗ କରିଥିଲେ। ଉକ୍ତ ପୂଜା ବେଳେ ମନ୍ଦିର କମିଟିର ମୁଖ୍ୟ ଉପଦେଷ୍ଟା ଡ଼ମୁରୁଧର ଶତପଥୀ,ଚକ୍ରଧର ଶତପଥି,ଲୋକନାଥ ଶତପଥି, ସିପୁନ ଶତପଥି,ଜଗଦୀଶ ବେହେରା,ବିପିନ ପଟ୍ଟନାୟକ,ଜଳନ୍ଧର ପ୍ରାଧନୀ,ବିନଦ ସାହୁ,ତ୍ରିନାଥ ହଳଦିଆ, ଵିଜୟ ସାତେଡୁ, ସୁଦର୍ଶନ ମାଳଵିଶଇ, ପିତବାସ ପାତ୍ର,ଆତ୍ମାରାମ ସାହୁ ପ୍ରମୁଖଙ୍କ ସମେତ ଵୁଡାଭୈରଵ ମନ୍ଦିରର ମୁଖ୍ୟ ପୁଜାରୀ ଲବ ପ୍ରଧାନୀ, ତରଣୀ ପ୍ରଧାନୀ ଓ ଗ୍ରାମର ମହିଳା ମାନେ ଅନ୍ୟ ସଦସ୍ୟ ଓ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ସହଯୋଗ ଓ ପରିଚାଳନା କରିଥିଲେ।


