ବିଶ୍ୱ ଶ୍ରମିକ ଦିବସ

ଆସିକା (ୱାଇଏନ୍‍ଏସ୍‍): ଶ୍ରମଜୀବୀମାନଙ୍କ ବହୁବିଧ ସମସ୍ୟାର ସମାଧାନ ଲାଗି ସଂଗଠିତ ଉଦ୍ୟମର ଆବଶ୍ୟକତା ଜରୁରୀ ବୋଲି ଏଆଇଟିୟୁସି ଅନୁବନ୍ଧିତ ଆସିକା ସମବାୟ ଚିନିଶିଳ୍ପ କର୍ମଚାରୀ ସଂଘ ପକ୍ଷରୁ ପାଳିତ ହୋଇଥିବା ବିଶ୍ୱ ଶ୍ରମିକ ଦିବସ ପାଳନ କାର୍ଯ୍ୟକ୍ରମରେ ସଂଘର ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ବିଦେଶୀ ନାହାକ ମତବ୍ୟକ୍ତ କରିଥିବା ଲକ୍ଷ୍ୟ କରାଯାଇଛି । ଆସିକା ସମବାୟ ଚିନିଶିଳ୍ପ କର୍ମଚାରୀ ସଂଘ ପକ୍ଷରୁ ଅନୁଷ୍ଠିତ ବିଶ୍ୱ ଶ୍ରମିକ ଦିବସ ପାଳନ କାର୍ଯ୍ୟକ୍ରମରେ କର୍ମଚାରୀ ସଂଘର ଆଇନ ପରାମର୍ଶଦାତା ତଥା ବରିଷ୍ଠ ଆଇନଜୀବୀ ବିଦେଶୀ ନାହାକ, ସଂଘର ସାଧାରଣ ସଂପାଦକ ଦାମୋଦର ସିୟ, କାର୍ଯ୍ୟକାରୀ ସଭାପତି ଦିଲୀପ କୁମାର ସ୍ୱାଇଁ ଓ କୈଳାଶ ଚନ୍ଦ୍ର ପଟ୍ଟନାୟକ, ଯୁଗ୍ମ ସଂପାଦକ ମନୋଜ କୁମାର ନାହାକ, କୋଷାଧ୍ୟକ୍ଷ କୈଳାଶ ଚନ୍ଦ୍ର ଗୌଡ, କାର୍ଯ୍ୟକାରୀ କମିଟି ସଦସ୍ୟ ଅଶୋକ କୁମାର ପ୍ରଧାନ ଓ ବିଜୟ କୁମାର ମହାନ୍ତି ଏବଂ ବାବୁଲା ପ୍ରଧାନ ପ୍ରମୁଖ ଯୋଗଦେଇ ଲାଲ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ସାମିଲ୍‍ ହୋଇ ଏହି ବିଶ୍ୱ ଶ୍ରମିକ ଦିବସ ପାଳନର ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରି ସମଗ୍ର ଦକ୍ଷିଣ ପୂର୍ବ ଏସିଆ ମହାଦେଶର ଏକ ମାତ୍ର କୃଷି ଭିତ୍ତିକ ଶିଳ୍ପାନୁଷ୍ଟାନ ରୂପେ ସୁଖ୍ୟାତି ଅର୍ଜନ କରି ଆସୁଥିବା ଆସିକା ସମବାୟ ଚିନିଶିଳ୍ପ ଲିଃ ପ୍ରଗତିର ରଥକୁ ଆଗେଇ ନେବାକୁ ଆହ୍ୱାନ କରିବା ସହ ମଇ ଦିବସ ଅବସରରେ ସଂଘର ସମସ୍ତ ସଦସ୍ୟମାନଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇ ଶ୍ରମଜିବୀମାନେ ପରସ୍ପର ମଧ୍ୟରେ ଏକତା ଭାବ ଜାଗ୍ରତ କରି ସେମାନଙ୍କର ନ୍ୟାୟୋଚିତ ଦାବୀ ପୂରଣ ଲାଗି ସାମୂହିକ ଭାବେ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ କରିଥିଲେ। ଶ୍ରମିକମାନଙ୍କ କଠିନ ପରିଶ୍ରମ ତଥା ଅବଦାନ ଏବଂ ଦେଶ ଗଠନରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ଅବଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ମେ ପହିଲାରେ ବିଶ୍ୱ ଶ୍ରମିକ ଦିବସ ପାଳନ କରାଯାଉଥିଲା ବେଳେ ଶ୍ରମିକମାନଙ୍କ ଅଧିକାର ଓ ସାମାଜିକ ସୁରକ୍ଷା ଉପରେ ଆଲୋକପାତ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଆସିକା ସମବାୟ ଚିନିଶିଳ୍ପ କର୍ମଚାରୀ ସଂଘର ପୂର୍ବତନ ସଭାପତି ତଥା ଶ୍ରମିକ ନେତା ସ୍ୱର୍ଗତ ଦୁତିକୃଷ୍ଣ ପଣ୍ଡାଙ୍କ ସମେତ ବହୁ ବର୍ଷିୟାନ୍‍ ପରୋଲୋକାଗତ ଶ୍ରମିକ ନେତାମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଆସିକା ସମବାୟ ଚିନିଶିଳ୍ପ ଲିଃ କର୍ମଚାରୀ ସଂଘ ପକ୍ଷରୁ ଅନୁଷ୍ଟିତ ହୋଇଥିବା ଏହି ଶ୍ରମିକ ଦିବସ ପାଳନ କାର୍ଯ୍ୟକ୍ରମରେ କର୍ମଚାରୀ ସଂଘର ସକ୍ରିୟ ସଦସ୍ୟ ଅକ୍ଷୟ କୁମାର ସ୍ୱାଇଁ, ସନ୍ତୋଷ କୁମାର ବାଡତ୍ୟା, ଏସ୍‍.ସୁଜିତ୍‍ କୁମାର ପୃଷ୍ଟି, ଲମ୍ବୋଦର ସାବତ, ପଞ୍ଚାନନ ପାତ୍ର, ସନ୍ତୋଷ କୁମାର ପଟ୍ଟନାୟକ, ସନ୍ତୋଷ କୁମାର ସ୍ୱାଇଁ, ସୁବାସ ଚନ୍ଦ୍ର ପାତ୍ର, ରତ୍ନାକର ସ୍ୱାଇଁ, ସନ୍ତୋଷ କୁମାର ବାଡତ୍ୟାଙ୍କ ସମେତ ବହୁ ସଦସ୍ୟ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ