ଝୁମ୍ପ ସନାତନ ସ୍ମୃତି ସଂସଦ ପକ୍ଷରୁ ମେଧା ସମ୍ମାନ

ହାଟଡିହି, (ଓ୍ବାଇଏନଏସ)  : କାନପୁର ଗ୍ରାମର ବିଶିଷ୍ଟ ସମାଜସେବୀ ଝୁମ୍ପ ସନାତନ ସ୍ମୃତି ସଂସଦ ପକ୍ଷରୁ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-୨୦୨୬ ରେ ଏଓ୍ୱାନ୍‌ ରେ କୃତିତ୍ୱ ହାସଲ କରିଥିବା ହାଟଡିହି ବ୍ଳକର ୧୩ ଜଣ ଛାତ୍ରଛାତ୍ରୀ ଓ ବନ୍ତ ବ୍ଲକର ୩ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବନ୍ଧିତ କରାଯାଇଛି । ଶାସଙ୍ଗ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ସ୍ମୃତି ସଂସଦର ସଭାପତି ସାହିତ୍ୟିକ ଚର୍ତୁଭୂଜ ପହି ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟଅତିଥ୍‌ ଆନନ୍ଦପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ନାୟକ ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନେ ନିତୀନିଷ୍ଠ ହୋଇ ଜୀବନର ଲକ୍ଷ୍ୟ ପଥରେ ଆଗେଇ ଯିବାକୁ କହିଥିଲେ । ମୁଖ୍ୟବକ୍ତା ଭାବେ ସାହାରପଡା ବ୍ଲକର ପ୍ରାକ୍ତନ ବିଇଓ ତପୋଧାନ ସ୍ୱାଇଁ ଯୋଗଦେଇ ମାଟ୍ରିକ ପରେ ଯୁକ୍ତ୨ ସମୟ ହିଁ ଛାତ୍ରଛାତ୍ରୀ ଙ୍କ ପାଇଁ ଗୁରୁତ୍ୱପୂର୍ଣ ସମୟ ବୋଲି କହିଥିଲେ। ଉତ୍ତମ ସାଙ୍ଗ ଗ୍ରହଣ କରିବା ସହିତ ଉଚିତ ମାର୍ଗଦର୍ଶନ କଲେ ଭବିଷ୍ୟତ ଉଜ୍ଜଳ ହେବ ବୋଲି ମତ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ତରାଗୋ ଉଚ୍ଚବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ଜଗନ୍ନାଥ ପାତ୍ର ପୁରଷ୍କାର ପ୍ରେରଣା ଦାୟୀ ହୋଇଥାଏ, ଛାତ୍ରଛାତ୍ରୀ ମାନେ ଭବିଷ୍ୟତ ଗଠନ ଦିଗରେ ନିଷ୍ଠାର ସହ ଆଗେଇ ଯିବାକୁ ସେ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଝୁମ୍ପ ସନାତନ ସ୍ମୃତି ସଂସଦର ପ୍ରତିଷ୍ଠାତା ରବୀନ୍ଦ୍ର ଜେନା, ଶ୍ୱେତପଦ୍ମା ପାତ୍ର, ପ୍ରଧାନଶିକ୍ଷକ ରାଧାକୃଷ୍ଣ ପତି, ଆଦର୍ଶ ଶିକ୍ଷକ ମୋହନ କୁମାର ମହାନ୍ତି, ଶିକ୍ଷାବିତ ଅଲେଖ ଚନ୍ଦ୍ର ନାୟକ, ଗୁଣାକାର ଜେନା, କୃଷ୍ଣଚନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ଙ୍କ ଉଦେଶ୍ୟରେ ମାର୍ଗଦର୍ଶନ କରାଇଥିଲେ।  ଏହି ଅବସରରେ ଗତ ମାଟ୍ରିକ୍ ପରୀକ୍ଷାରେ ହାଟଡିହି ଓ ବନ୍ତ ବ୍ଲକର ଏ -୧ ସଫଳତା ହାସଲ କରିଥିବା ୧୩ ଜଣ ଛାତ୍ରଛାତ୍ରୀଙ୍କୁ  ସଂସଦ ପକ୍ଷରୁ ପ୍ରଶଂସାପତ୍ର, ମେଡାଲ୍ ଓ ପ୍ରୋତ୍ସାହନ ରାଶି ପ୍ରଦାନ ପୂର୍ବକ ସମ୍ମାନିତ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ କବି ମୁରଲୀଧର ବେହେରା, ସୁବୋଧ କୁମାର ସାହୁ, ବିଦ୍ୟୁତ ପ୍ରଭା ଦେଓ,ହେମନ୍ତ କୁମାର ସିଂ, ହେମନ୍ତ କୁମାର ନାୟକ, ଚିନ୍ତାମଣି ଦାସ, କିଶୋର ଚନ୍ଦ୍ର ଆଚାର୍ଯ୍ୟ, ସନ୍ତୋଷ କୁମାର ପାତ୍ର, ଶିବ ନାରାୟଣ ବିଶ୍ୱାଳ, ମହେନ୍ଦ୍ର କୁମାର ଯେନା, ପେଦୀପ କୁମାର ରାଉତ, ଶିଶିର କୁମାର ବିଶ୍ୱାଳ,ମାଧବ ନନ୍ଦ ଯେନା, ସାନ୍ତୁନୁ କୁମାର ରାଉତ, ନବଘନ ନାୟକ, ପଦ୍ମନାଭ ପଣ୍ଡା,ସତ୍ୟବ୍ରତ ବିଶ୍ୱାଳ, ବିକାଶ ବିଶ୍ୱାଳ ପ୍ରମୁଖ କାଯ୍ୟକ୍ରମ ରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ମୋହନ କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନନ୍ତ ଚରଣ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ