ବରପଦା ବିଅର୍ କମ୍ପାନୀରେ ଜଳ ସମ୍ପଦ ବିଭାଗର ଚଢ଼ାଉ

କଟକ, (ଓ୍ବାଇଏନଏସ): ବିଅର କମ୍ପାନୀର ପିଛା ଛାଡୁନି ବିବାଦ। ଚଳିତ ବର୍ଷ ବିଭିନ୍ନ ବିଭାଗ ତରଫରୁ ବହୁବାର ତନଖି କରିବା ପାଇଁ ଆସିଲେଣି ବହୁ ଅଧିକାରୀ। କେବେ ବର୍ଜ୍ୟ ପାଣି ସମସ୍ୟା ତ କେବେ ଉଜୁଡୁ ଥିବା ଫସଲ ପାଇଁ ଚାଷୀଙ୍କ ସମସ୍ୟା ପୁଣି କେବେ ପ୍ରଦୂଷଣ ସମସ୍ୟା । ସୋମବାର ଦେଖିବାକୁ ମିଳିଛି ଆଉ ଏକ ସମସ୍ୟା। ଟାଙ୍ଗି ଥାନା ଅଧିନ ବରପଦା ସ୍ଥିତ ସୋମ ଡିଷ୍ଟିଲାରୀ ଆଣ୍ଡ ବ୍ରେଵାରିସ ପ୍ରାଇଭେଟ୍ ଲିମିଟେଡ( ବିଅର୍ କମ୍ପାନୀ) ରେ ଜଳ ସମ୍ପଦ ବିଭାଗର ଅଧିକାରୀ ମାନେ ଅଚାନକ ପହଞ୍ଚି ଚଢ଼ାଉ କରି ଫେରିଛନ୍ତି। ସୁଚନା ମୁତାବକ ଗତ ଅପ୍ରେଲ ମାସରେ ଟାଙ୍ଗୀ ସାଲେପୁର ବିକାଶ ମଞ୍ଚ ତରଫରୁ ବିଧାୟକ ପ୍ରାର୍ଥୀ ଥିବା ବିଶ୍ଵେଶ୍ୱର୍ ସ୍ବାଇଁ ଭୁବନେଶ୍ଵର ସ୍ଥିତ ସେଚ ଭବନରେ ଅଭିଯୋଗ କରିଥିଲେ । ଅଭିଯୋଗ ଥିଲା ଆବଶ୍ୟକତା ଠାରୁ ବହୁ ଅଧିକ ଜଳ ବ୍ୟବହାର କରିବା ଦ୍ବାରା ଭୂତଳ ଜଳ ସ୍ଥର୍ ହ୍ରାସ ପାଇଛି। ଫଳରେ ଆଖ ପାଖ ତିନୋଟି ପଞ୍ଚାୟତର ଲୋକମାନେ ଜଳ କଷ୍ଟ ଅନୁଭବ କରୁଛନ୍ତି । ଏହି ଅଭିଯୋଗ ଆଧାରରେ ଆଜି ଭୁବନେଶ୍ଵର ଜଳ ସେବା ବିଭାଗ ତରଫରୁ ମୂଖ୍ୟ ଯନ୍ତ୍ରୀ ଓ ଅଧିକାରୀମାନେ ତଦାରଖ କରି ଫେରିଛନ୍ତି । କମ୍ପାନୀର ଲୋକ ସମ୍ପର୍କ ଅଧିକାରୀ କିଛି କହିବାକୁ ପ୍ରସ୍ତୁତ ନ ଥିଲେ ମଧ୍ଯ ସେମାନଙ୍କର ଭାବ ଭଙ୍ଗିରୁ ଅନେକ କିଛି ଲୁଚାଉ ଥିବା ବାରି ହୋଇ ପଡ଼ିଛି । ଅନ୍ୟ ପଟେ ସେଚ ଭବନର ଇଞ୍ଜିନିୟର ଇନ୍ ଚିଫ ଲିଙ୍ଗରାଜ ଗଉଡ କମ୍ପାନୀର ଜଳ ବ୍ୟବହାର ତଦାରଖ ପାଇଁ ସ୍ବତନ୍ତ୍ର ଦଳ ଯାଇଥିବା କଥା ସୁଚନା ଦେଇଥିଲେ ମଧ୍ୟ ତଦାରଖର ତଥ୍ୟ ହସ୍ତଗତ ହୋଇ ନଥିବା ପ୍ରକାଶ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ