କବିର କବିତାରେ ଶ୍ରମିକ ଦିବସ…
ବାଲେଶ୍ବର (ସରୋଜ ପଣ୍ଡା): ରମ୍ୟ ରେମୁଣାରେ ପ୍ରଭୁ କ୍ଷୀରୋଚୋରା ଗୋପୀନାଥ ମନ୍ଦିର ପରିସରରେ ଥିବା ସଭାଗୃହରେ ରାଜେନ୍ଦ୍ର ରାଉତ ସେବା ଫାଣ୍ଡେସନ, ବାଲେଶ୍ବର ତରଫରୁ କବିର କବିତାରେ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହିଅବସରରେ ସଂଗଠନର ସଭାପତି ଇଂ ବିରୋଜ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାରସ୍ବତ ସଭାରେ ବିଶିଷ୍ଟ ସାହିତ୍ୟିକ ତଥା ବହିଘରର ମୁଖ୍ୟ କବି ଅଭୟ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏ ଅଭିନବ ପ୍ରୟାସକୁ ଭୂୟିସି ପ୍ରଶଂସା କରିଥିଲେ। ମାନବାଧିକାର କର୍ମୀ ସୁଧାକର ସେଠୀ ପ୍ରାକକଥା ରଖିଥିବା ବେଳେ କବୀ ସୁନାମଣି ଜେନା ଧନ୍ୟବାଦ ଦେଇଥିଲେ ବରେଣ୍ୟ ଅତିଥିଭାବେ ସମାଜସେବୀ ହରେକୃଷ୍ଣ ଗୀରି ଯୋଗଦାନକରିଥିଲେ।ଏହି ଅବସରରେ କବି ଶକ୍ତିପଦ ପଣ୍ଡାଶର୍ମା, ପ୍ରଭାତକୁମାର ଆଚାର୍ଯ୍ୟ, ଜୟଶ୍ରୀ ମିଶ୍ର,ପ୍ରତିମା ପଣ୍ଡା,ପ୍ରଦୀପକୁମାର ମିଶ୍ର,ତପନ କୁମାର ଦାସ, ସୁନାମଣି ଜେନା,ପ୍ରମୋଦୀନି ପରିଚ୍ଛା ସମେତ କୋଡିଏରୁ ଉର୍ଦ୍ଧ କବି କବିତାପାଠ କରିଥିଲେ । ରେମୁଣାର ପ୍ରଶିଦ୍ଧ ବ୍ୟଙ୍ଗକବି ପ୍ରଭାକର ସାହୁ ଓ କବି ସୁଧାକର ସେଠୀ କବିତା ପାଠ ଉତ୍ସବକୁ ପରିଚାଳନା କରିଥିଲେ। ସଂଗଠନ ତରଫରୁ ଦୁଇଜଣ ଶ୍ରେଷ୍ଠ ନିର୍ମାଣଧିନ ଶ୍ରମିକ ଗଗନ ପାତ୍ର ଓ ମନରଞ୍ଜନ ରାଉତରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଶିଷ୍ଟ ସମାଜ ସେବୀ ପ୍ରଣିତା ମିଶ୍ର ,ନିରୁପମା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


