୧୯ମାସ ଧରି ଦରମା ପାଉନାହାନ୍ତି ଅଧ୍ୟାପକ/ ଅଧ୍ୟାପିକା : ଉପଜିଲ୍ଲାପାଳଙ୍କୁ ଦାବିି ପତ୍ର
ଛତ୍ରପୁର (ଓ୍ବାଇଏନଏସ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରରେ ଥିବା ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ଡ ରାଜେନ୍ଦ୍ର ଦାଶଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇପଡିଲେଣି ଅଧ୍ୟାପକ ଓ କର୍ମଚାରୀ ମାନେ । ଏନେଇ ସେମାନେ ଅଭିଯୋଗ କରିବା ସହିତ ସେମାନଙ୍କ ବିଭିନ୍ନ ସମସ୍ୟା ନେଇ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଙ୍କ ଦ୍ୱାରସ୍ଥ ହୋଇଛନ୍ତି l ଅଧ୍ୟକ୍ଷ ଡ଼ ଦାଶ ଗତ ୨୦୨୬ ମସିହା ଜାନୁଆରୀ ମାସରୁ କାର୍ଯ୍ୟରୁ ଅବସର ନେଇଥଲେ ମଧ୍ୟ ଏଯାବତ୍ ପଦବୀକୁ ନିଜ ଅକ୍ତିଆରରେ ରଖିଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଧ୍ୟାପକ / ଅଧ୍ୟାପିକା ମାନେ । ସେହିପରି ମହାବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଅଧ୍ୟାପକ/ ଅଧ୍ୟାପିକା ଓ କର୍ମଚାରୀ ଙ୍କ ସହ ୭ ଜଣ ଆଜକୁ ୧୯ ମାସ ଧରି କାର୍ଯ୍ୟ କରିଆସିଥିଲେ ମଧ୍ୟ ସେମାନଙ୍କ ଦରମା ମିଳିପାରିନଥିବାରୁ ଦୁର୍ଦ୍ଦିନରେ କାଳାତିପାତ କରୁଥିବା ଛତ୍ରପୁର ଉପଜିଲ୍ଲାପାଳ ଙ୍କ ନିଟକରେ ସେମାନେ ଅଭିଯୋଗ କରିଛନ୍ତି । ଦରମା ନ ମିଳିବାରୁ ପରିବାରକୁ ଦିନକୁ ଦୁଇ ମୁଠା ଖାଇବାକୁ ଦେବା ପାଇଁ ଅସମର୍ଥ ହୋଇପଡିଥିବାରୁ ସେମାନଙ୍କ ଦାବି ଗୁଡିକ ଖୁବ ଶୀଘ୍ର ପୂରଣ ନ କରାଗଲେ ଆତ୍ମହୁତି ଦେବାକୁ ଚେତାବନୀ ଦେଇଛନ୍ତି ଅଭିଯୋଗକାରୀ ମାନେ । ମହାବିଦ୍ୟାଳୟର ସ୍ୱତନ୍ତ୍ର ଅଧିକାରୀ ଭାବେ ଛତ୍ରପୁର ଉପଜିଲ୍ଲାପାଳ ରହିଥିବାରୁ ମହାବିଦ୍ୟାଳୟର ପ୍ରଶାସନିକ ଓ ଆର୍ଥିକ କ୍ଷମତା ଉପଜିଲ୍ଲାପାଳଙ୍କ ହାତରେ ନ୍ୟସ୍ଥ ରହିଥିବା ଯୋଗୁଁ ଏହାର ସମାଧାନ ଦିଗପଦକ୍ଷେପ ନେବା ପାଇଁ ଅଧ୍ୟାପକ / ଅଧ୍ୟାପିକା ମାନେ ଉପଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ସେହିପରି ମହାବିଦ୍ୟାଳୟରେ କାର୍ଯ୍ୟରତ କିଛି ଅଧ୍ୟାପକ ଓ ଅଧ୍ୟାପିକା ବର୍ତ୍ତମାନର ଅଧ୍ୟକ୍ଷଙ୍କ ଅତ୍ୟାଚାରର ଶିକାର ହୋଇ ଅଧ୍ୟକ୍ଷଙ୍କୁ ପଦବୀରୁ ବାହାର କରିବା ଲାଗି ମଧ୍ୟ ଉପଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଅନ୍ୟପଟେ ଆସନ୍ତା ଏକ ସପ୍ତାହ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି ଛତ୍ରପୁର ଉପଜିଲ୍ଲାପାଳ ପ୍ରତିଶୃତି ଦେଇଥିବା ଅଧ୍ୟାପକ ଓ ଅଧ୍ୟାପିକା ମାନେ କହିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ପ୍ରତାପ କେଶରୀ ମିଶ୍ର, ଇଂରାଜୀ ଅଧ୍ୟାପକ ପ୍ରମୋଦ କୁମାର ପଣ୍ଡା. ଅର୍ଥନିତୀ ଅଧ୍ୟାପକ ନିରଞ୍ଜନ ପାତ୍ର, ଶିକ୍ଷା ବିଭାଗର ଅଧ୍ୟାପିକା ଶୁଭଶ୍ରୀ ଦାସ, ପ୍ରାଣୀ ବିଜ୍ଞାନ ବିଭାଗ ଅଧ୍ୟାପକ ରାମଚନ୍ଦ୍ର ପୋଇ, ରାସାୟନ ବିଜ୍ଞାନ ବିଭାଗ ଅଧ୍ୟାପିକା ଆରତୀ ପଟ୍ଟନାୟକ ଓ କର୍ମଚାରୀ ଦିବାକର ନାୟକପ୍ରମୁଖ ଉପସ୍ଥିତ ଥିଲେ ।


