ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ବିଜେପିରେ ବହୁନେତା ଓ କର୍ମୀ ସାମିଲ

ଛତ୍ରପୁର,(ଓ୍ବାଇଏନଏସ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଛତ୍ରପୁରରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ଅନ୍ୟଦଳର ବହୁ ନେତା ଓ କର୍ମୀ ମାନେ ଭାରତୀୟ ଜନତା ପାର୍ଟି ରେ ସାମିଲ ହୋଇଛନ୍ତି । ଗଞ୍ଜାମ ବ୍ଲକ ସୁବଳିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ କେଦାର ନାଥ ସ୍ୱାଇଁ, ପୂର୍ବତନ ସମିତି ସଭ୍ୟ ଶାନ୍ତନୁ କୁମାର ନାହାକ, ପୂର୍ବତନ ନାଏବ ସରପଞ୍ଚ କୈଳାଶ ନାହାକଙ୍କ ସମେତ ବହୁ ନେତା ଓ  କର୍ମୀ ମାନେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି। ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ  ସେମାନଙ୍କୁ ଦଳୀୟ ଉତ୍ତରୀୟ ଓ ଫୁଲତୋଡ଼ା ପ୍ରଦାନ କରି ବିଜେପିରେ ସ୍ୱାଗତ କରିଥିଲେ। ନବାଗତମାନେ ଆଗାମୀ ଦିନରେ ଦଳର ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ଜନସେବାରେ ସକ୍ରିୟ ଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ