ବଜାରରେ ହାଉଯାଉ ନକଲି ପନିର, ୫୦ କ୍ୟୁଣ୍ଟାଲ ୬୦ କିଲୋ ଜବତ
କଟକ, (ଓ୍ବାଇଏନଏସ): କଟକ ବଜାରରେ ଅପମିଶ୍ରିତ ପନିର ଯାହାକୁ ଯେତେ। ମଙ୍ଗଳବାର ୬୦ କିଲୋ ପରେ ବୁଧବାର ପୁଣି ୫୦ କୁଇଣ୍ଟାଲ ପନିର ଜବତ କରିଛି ମହାନଗର ନିଗମ ଫୁଡ୍ ସେଫ୍ଟି ଟିମ୍ ଅଧିକାରୀ ଏଥିସହ ତଦନ୍ତକୁ ବ୍ୟାପକ କରିବାକୁ କଟକ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଚିଠି ଲେଖିଛି ଫୁଡ୍ ସେଫଟି ଟିମ୍। କଟକ ବଜାରରେ ଅପମିଶ୍ରିତ ଛେନା ପନିର ହାଉଯାଉ ହେଉଛି। ଏହାର ଚେର ନିଆଳି ଯାଏଁ ଲମ୍ବିଛି। ବୁଧବାର କଟକ ଲିଙ୍କରୋଡରୁ ୫୦ କୁଇଣ୍ଟାଲ ଭେଜାଲ ଛେନା ପନିର ଜବତ ହୋଇଛି। ଏହାକୁ ଖୋଲା ସ୍ଥାନକୁ ନେଇ ନଷ୍ଟ କରାଯାଇଛି। ଏସବୁ କଟକ ନିଆଳିରୁ ଆସିଥିବା ମହାନଗର ନିଗମ ସ୍ୱାସ୍ଥ୍ୟ ଅଧିକାରୀ ସ୍ପଷ୍ଟ କରିଛନ୍ତି। ଆଗକୁ ଏହି ଯାଞ୍ଚ ପ୍ରକ୍ରିୟା ନିଆଳି ଯାଏଁ ବ୍ୟାପକ କରିବାକୁ କଟକ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଚିଠି ଲେଖି ଜଣାଯାଇଥିବା କହିଛନ୍ତି ସ୍ବାସ୍ଥ୍ୟ ଅଧିକାରୀ । ଦୁଇଦିନରେ ଏତେ ପରିମାଣର ଅପମିଶ୍ରିତ ପନିର ଜବତ ଘଟଣାରେ ଏବେ ମୁହଁ ଖୋଲିଛି ଉତ୍କଳ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ। ଆଗକୁ ରାକ୍ଷୀ ବଜାରରେ ମିଠାର ଚାହିଦାକୁ ଦେଖି କିଛି ଅସାଧୁ ବ୍ୟବସାୟୀ ଏଭଳି କରି ସଂଘକୁ ବଦନାମ କରୁଛନ୍ତି। ଆସାଧୁ ଛେନା ପନିର ବ୍ୟବସାୟୀଙ୍କ ପାଇଁ ସାଧାରଣ କ୍ଷୁଦ୍ର ବ୍ୟବସାୟୀ କ୍ଷତିଗ୍ରସ୍ତ ହେଉଛନ୍ତି। ଏଭଳି ଅସାଧୁ ବ୍ୟବସାୟୀଙ୍କ ପ୍ରତି କଡ଼ା କାର୍ଯ୍ୟନୁଷ୍ଠାନ ହେଉ ବୋଲି କହିଛନ୍ତି ସଂଘ ସମ୍ପାଦକ। ଦୁଇ ଦିନରେ କଟକ ବଜାରରୁ ଏତେ ପରିମାଣର ଅପମିଶ୍ରିତ ଛେନା ପନିର ଜବତ ହେବା ପରେ ଏବେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ହୋଇଥିବା ଚିଠି ପରେ ତଦନ୍ତ କେତେ ବ୍ୟାପକ ହେଉଛି ତାହା ଦେଖିବାକୁ ରହିଲା


