ଅର୍ନ୍ତଯ୍ୟାମୀ ସାରଙ୍କ ସ୍ମୃତି ସଭା

ବନ୍ତ (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ଦେବତା ଗଢିଆ ଗ୍ରାମର ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ତଥା ସୁସାହିତ୍ୟିକ ଅର୍ନ୍ତଯ୍ୟାମୀ ଓଝା ଜଣେ ଆଦର୍ଶ ଶିକ୍ଷକ ଥିବା ବେଳେ ତାଙ୍କ ଦ୍ୱାରା ଅନେକ ମେଧା ଛାତ୍ର ତିଆରି ହୋଇ ଦେଶ ଓ ଜାତିର ହିତ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ଏକାଦଶାହ ଅବସରରେ ଆୟୋଜିତ ସ୍ମୃତି ସଭାରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ବିଶିଷ୍ଟ ଶିଶୁ ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ବାରିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ସ୍ମୃତି ସଭାରେ ବନ୍ତ କଲେଜ ପ୍ରାକ୍ତନ ଅଧ୍ୟକ୍ଷ ଡ.ଶୁଭେନ୍ଦ୍ର କୁମାର ମିଶ୍ର, ବିଶିଷ୍ଟ ନାଟ୍ୟକାର ଡ.ସୁଧାଶୁଂ ଶେଖର ନାୟକ, ବିଶିଷ୍ଟ ଶିକ୍ଷାବିତ ସନାତନ ପଣ୍ଡା, ପଣ୍ଡିତ ରତ୍ନାକର ମିଶ୍ର,ଅଧ୍ୟାପିକା ତପସ୍ୱୀନି ସେନାପତି, ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା, ରାଷ୍ଟ୍ରପତି ପୁରଷ୍କାରପ୍ରାପ୍ତ ଶିକ୍ଷକ ଶଶି ଶେଖର କରଶର୍ମା, ବିଜେଡି ନେତା ମୁକୁନ୍ଦଦେବ ସାମଲ, ବିଜୟ କୁମାର ମିଶ୍ର, ପ୍ରଶାନ୍ତ କୁମାର ସାହୁ, ରବିନାରାୟଣ ବିଶ୍ୱାଳ, ବରିଷ୍ଠନାଗରିକ ଭାଗବତ ସୂତାର, ଅନାଦି ଚରଣ ଓଝା ପ୍ରମୁଖ ଅର୍ନ୍ତଯ୍ୟାମୀ ସାର ବହୁଗୁଣର ଅଧିକାରୀ ଥିବା ବେଳେ ତାଙ୍କର ଉତ୍ତମ ବ୍ୟବହାର ପାଇଁ ସର୍ବଜନାଦୃତ ଥିଲେ ବୋଲି ମତ ପ୍ରକାଶ ପାଇଥିଲା । ପ୍ରାରମ୍ଭରେ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ନିରବ ପ୍ରାର୍ଥନା କରାଯାଇଥିଲା । ମାଧବାନନ୍ଦ ଦେହୁରୀ, ଡ.ସନାତନ ପଣ୍ଡା, ଶୁଭ୍ରସ୍ମିତା ଦାଶ, ସୁବାଷ ସ୍ୱାଇଁ, ଅସିତ ଓଝା ପ୍ରମୁଖ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିବା ବେଳେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ