ବିଶ୍ୱ ବ୍ରାହ୍ମଣ ସମାଜ ପକ୍ଷରୁ ଆସିକାରେ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ

ଆସିକା (ୱାଇଏନ୍‍ଏସ୍‍): ଜୀବନରେ ସକରାତ୍ମକ ଚିନ୍ତାଧାରା, ଦୃଢ ଇଛାଶକ୍ତି, କଠିନ ପରିଶ୍ରମ ସହ ଈଶ୍ୱର ବିଶ୍ୱାସୀ ହେବା ସାଙ୍ଗକୁ ଛାତ୍ରଛାତ୍ରୀମାନେ ନିଜ ନିଜର ଉଜ୍ଜଳ ଭବିଷ୍ୟତ ଗଠନ ଦିଗରେ କଠିନ ପରିଶ୍ରମ କରିବା ସାଙ୍ଗକୁ ନିଷ୍ଠା ଓ ଏକାଗ୍ରତା ସଫଳତାର ଚାବିକାଠି ବୋଲି ଶ୍ରୀ ଶ୍ରୀ ନିଖିଳ ଉତ୍କଳ ଶୈବପାଞ୍ଚାଳ ବିଶ୍ୱବ୍ରାହ୍ମଣ ସମାଜ ଖାଲସା ତାଲୁକା ଆସିକା ପକ୍ଷରୁ ଆୟୋଜିତ ମେଧାବୀ ଅଭିନନ୍ଦନ ତଥା ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ବହୁ ବକ୍ତା ମତବ୍ୟକ୍ତ କରିଥିବା ଲକ୍ଷ୍ୟ କରାଯାଇଛି । ରାଜ୍ୟର ଅନ୍ୟତମ ସର୍ବବୃହତ୍‍ ଜାତିଭିତ୍ତିକ ସଂଗଠନ ଶ୍ରୀ ଶ୍ରୀ ନିଖିଳ ଉତ୍କଳ ଶୈବପାଞ୍ଚାଳ ବିଶ୍ୱ ବ୍ରାହ୍ମଣ ସମାଜ ଖାଲସା ତାଲୁକା ଆସିକା ପକ୍ଷରୁ ସ୍ଥାନୀୟ ମା ଖମ୍ବେଶ୍ୱରୀଙ୍କ ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ପ୍ରତିଭା ସମ୍ମାନ ଓ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ ସଂଗଠନର ସଭାପତି ଆର୍‍.ଚିଦାନନ୍ଦ ଆଚାରୀ ଅଧ୍ୟକ୍ଷତା କରିଥିଲା ବେଳେ ଅତିଥି ରୂପେ ଯୁଗ୍ମ ନିର୍ଦ୍ଦେଶକ (ମଧୁସୁଦନ ଏକାଡେମୀ) ଅର୍ଥବିଭାଗ ଓଡିଶା ସରକାରଙ୍କ ଡଃ ଏସ୍‍.ବିଭୁଦତ୍ତ ଆଚାରୀ, ଶିକ୍ଷାବିତ୍‍ ଏ.ଶଙ୍କର ପ୍ରସାଦ ଆଚାରୀ, ଡାକ୍ତର ବି.ସୂର୍ଯ୍ୟା ରାଓ, ଡାକ୍ତର ଡି.ଅଭିଷେକ ଆଚାରୀ, ପନ୍ଦର ତାଲୁକା ସଭାପତି ଡି.ଶିବଶଙ୍କର ଆଚାରୀ, ଓସିଏସ୍‍ କୃତି ଡି.କସ୍ତୁରୀ ଆଚାରୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନେ ଜୀବନର ପ୍ରତିଟି କ୍ଷେତ୍ରରେ ପ୍ରତ୍ୟେକ ପରୀକ୍ଷାରେ ନିଜ ଭିତରେ ପ୍ରଗାଢ ଆତ୍ମବିଶ୍ୱାସ, ନିଷ୍ଠା ଓ ଏକାଗ୍ରତା ଜାଗ୍ରତ କରି କୃତିିତ୍ୱ ହାସଲ କରିବାକୁ ପରାମର୍ଶ ଦେଇ ଭଲ ପାଠପଢି ଭଲ ମଣିଷ ହୋଇ ପିତାମାତା, ଗୁରୁଜନ, ଶିକ୍ଷାନୁଷ୍ଠାନ ଓ ଶୈବପାଞ୍ଚାଳ ସମାଜର ସୁନାମକୁ ଅକ୍ଷୁର୍ଣ୍ଣ ରଖିବାକୁ ପରାମର୍ଶ ଦେଇଥିବା ଲକ୍ଷ୍ୟ କରାଯାଇଥିଲା । ନିଖିଳ ଉତ୍କଳ ଶ୍ରୀ ଶ୍ରୀ ଶୈବପାଞ୍ଚାଳ ବିଶ୍ୱବ୍ରାହ୍ମଣ ସମାଜ ଖାଲସା ତାଲୁକା (ଆସିକା) ପକ୍ଷରୁ ଅନୁଷ୍ଠିତ ଏହି ପ୍ରତିଭା ସମ୍ମାନ ଓ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ ପାଳନ ଅବସରରେ ଆନ୍ଧ୍ରପ୍ରଦେଶର ଶ୍ରୀକୋଟା ସ୍ଥିତ ସତୀଶ୍‍ ଧାବନ୍‍ ମହାକାଶ କେନ୍ଦ୍ର ପରିସରରେ ଆୟୋଜିତ ଯୁବ ବିଜ୍ଞାନୀ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିଥିବା ମେଧାବୀ ଛାତ୍ରୀ ଏ.ଆଲିଶା ଆଚାରୀ ଏବଂ ଓଡିଶା ଲୋକସେବା ଆୟୋଗ (ଓପିଏସ୍‍ସି) ଦ୍ୱାରା ପରିଚାଳିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଶ୍ରୀମତୀ ଡି.କସ୍ତୁରୀ ଆଚାରୀଙ୍କ ସମେତ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଦଶମ, ଦ୍ୱାଦଶ ଓ ଅନ୍ୟ ପଠନମୂଳକ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଶ୍ରୀ ଶ୍ରୀ ନିଖିଳ ଉତ୍କଳ ଶୈବପାଞ୍ଚାଳ ବିଶ୍ୱବ୍ରାହ୍ମଣ ସମାଜର ପ୍ରତିଭାଧରମାନଙ୍କୁ ପ୍ରଶଂସାପତ୍ର ଓ ଟ୍ରଫି ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇ ସେମାନଙ୍କ ଉଜ୍ଜଳ ଭବିଷ୍ୟତା କାମନା କରାଯାଇଥିଲା । ଶ୍ରୀ ଶ୍ରୀ ନିଖିଳ ଉତ୍କଳ ଶୈବପାଞ୍ଚାଳ ବିଶ୍ୱବ୍ରାହ୍ମଣ ସମାଜ ଖାଲସା ତାଲୁକା ପକ୍ଷରୁ ଆୟୋଜିତ ବିଶେଷ କାର୍ଯ୍ୟକ୍ରମ ଆସନ୍ତୁ ଗଢିବା ସୁଶିକ୍ଷିତ/ସଂସ୍କାରବାନ ପିଢୀର ପ୍ରଥମ ପୁଷ୍ପାର୍ପଣ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂଗଠନର ସଂପାଦକ ଏନ୍‍.କାମେଶ୍ୱର ଆଚାରୀ ସଂପାଦକୀୟ ବିବରଣୀ ପଠନ କରିଥିଲା ବେଳେ ଯୁଗ୍ମ ସଂପାଦକ କେ.ଜ୍ୱାଲାପ୍ରସାଦ ଆଚାରୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଉପସଭାପତି.ଟ.ମୋହନ ରାଓ ଆଚାରୀ, କୋଷାଧ୍ୟକ୍ଷ ଏସ୍‍.ସାତ୍ୟୁମ୍‍ ଆଚାରୀ ଓ କେ.ତାରିଣୀ ଆଚାରୀ,କେନ୍ଦ୍ର ସଦସ୍ୟ ଜେ.ବାଲରାଜୁ ଆଚାରୀ, ଉପଦେଷ୍ଟା ଜେ.ବିଶ୍ୱନାଥ ଆଚାରୀ ଓ ଏ.ତ୍ରିଲୋଚନ ଆଚାରୀ, କମିଟି ସଭ୍ୟ ଏ.ପୂର୍ଣ୍ଣଚନ୍ଦ୍ର ଆଚାରୀ, ଡି.କୃଷ୍ଣମୂର୍ତ୍ତୀ ଆଚାରୀ, ଏ.ସୂର୍ଯ୍ୟନାରାୟଣ ଆଚାରୀ, ଏ.ତ୍ରିଲୋଚନ ଆଚାରୀ, କେ.ସାନ୍‍ମୁଖମ୍‍ ଆଚାରୀ. ଟି.ହରିବାବୁ ଆଚାରୀ, ସିଏଚ୍‍.ଗୋପୀ ଆଚାରୀ, ସ୍ୱେଚ୍ଛାସେବୀ କେ.ବ୍ରହ୍ମାନନ୍ଦ ଆଚାରୀଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିବା ବେଳେ ଏହି ଅବସରରେ ପନ୍ଦର ତାଲୁକାର ସଭାପତିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ