ଶୀତଳଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ଆସିକାର ପ୍ରସିଦ୍ଧ ଶ୍ରୀଶ୍ରୀ ପୁଡୁଗେଶ୍ୱରଙ୍କ ପୀଠ
ଆସିକା (ୱାଇଏନ୍ଏସ୍): ଆଉ ମାତ୍ର ଦୁଇ ଦିନ ପରେ ଅର୍ଥାତ୍ ଆସନ୍ତା ୧୮ ତାରିଖରେ ଅନୁଷ୍ଟିତ ହେବାକୁ ଥିବା ଦେବଦେବ ମହାଦେବଙ୍କ ଶୀତଳଷଷ୍ଠୀ ଯାତ୍ରା ଓ ଶିବ ବିବାହ ପର୍ବ ପାଳନ ପାଇଁ ଆସିକା ଅଞ୍ଚଳର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ରୂପେ ପରିଚିତ ଥିବା ବାବା ପୁଡୁଗେଶ୍ୱରଙ୍କ ମନ୍ଦିର ବର୍ତ୍ତମାନ ଠାରୁ ଚଳଚଞ୍ଚଳ ହୋଇଉଠିଥିବା ଦେଖିବାକୁ ମିଳିଛି। ଆସିକା ଅଞ୍ଚଳର ପୁଡୁଗେଶ୍ୱରୀପଲ୍ଲୀ ଗ୍ରାମ ନିକଟରେ ପବିତ୍ର ଋଷିକୁଲ୍ୟା ନଦୀ ତଟରେ କେଉଁ ଆବହମାନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀଶ୍ରୀ ପୁଡୁଗେଶ୍ୱରଙ୍କ ମନ୍ଦିରରେ ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଶୀତଳଷଷ୍ଠୀ ଯାତ୍ରା ଓ ଶିବ ବିବାହ ପର୍ବକୁ ବିଧିବିଧାନ ଅନୁଯାୟୀ ମହାଆଡମ୍ବର ସହକାରେ ପାଳନ କରିବା ଲାଗି ଆୟୋଜକଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି। ଆସିକା ସହର ଉପକଣ୍ଠସ୍ଥ ପୁଡୁଗେଶ୍ୱରପଲ୍ଲୀ ଗ୍ରାମର ଅଧ୍ୟାତ୍ମିକ ପ୍ରେମୀ ତଥା ଗ୍ରାମ୍ୟ ପରିଚାଳନା କମିଟି ସଭାପତି ସୂର୍ଯ୍ୟନାରାୟଣ ନାହାକ, ଶ୍ରଦ୍ଧାଳୁ ଭକ୍ତ ନିଗମାନନ୍ଦ ମହାନ୍ତି, ଗଣେଶ ମହାନ୍ତି, ପଞ୍ଚାନନ ମହାନ୍ତି, ଦେବେନ୍ଦ୍ର ମହାନ୍ତି, ଶିବଶଙ୍କର ମହାନ୍ତି, ସନ୍ୟାସୀ ନାହାକ, ଅନିଲ୍ କୁମାର ପାଣିଗ୍ରାହୀ, ରାଜେନ୍ଦ୍ର ମହାପାତ୍ର, ରମେଶ ରାଉତ, ରଜନୀ ମହାନ୍ତି, ଅର୍ସୁଲୁ ସ୍ୱାଇଁ, ଶିବରାମ ମହାନ୍ତି, ପ୍ରଦୀପ କୁମାର ରାଉତ, କାମେଶ୍ୱର ରାଉତ, ଶିବରାମ ନାହାକ, ହୀନ ବାରିକ, ଦୁର୍ଗାମାଧବ ଜେନା, ମଙ୍ଗୁଳୁ ନାହାକ, ବିଜୟ ନାହାକ, ଅଜୟ ପାତ୍ର, ଅଂଶୁମାନ ଖଣ୍ଡୁଆଳ, ସୋନୁ ରାଉତ, ନାର୍ଶୁ ମହାନ୍ତି, ସନ୍ତୋଷ ବେହେରା, ବୃନ୍ଦାବନ ଖଣ୍ଡୁଆଳ, ଗୋପୀନାଥ ମହାନ୍ତି, ରାମଚନ୍ଦ୍ର ମହାନ୍ତି, ଭାସ୍କର କାମ୍ପଙ୍କ ସମେତ ଗ୍ରାମବାସୀ, ଉତ୍ସାହୀ ଯୁବପିଢୀ ଓ ଶ୍ରଦ୍ଧାଳୁ ଆଧ୍ୟାତ୍ମିକପ୍ରେମୀ ଭକ୍ତଙ୍କ ପକ୍ଷରୁ ଶ୍ରୀଶ୍ରୀ ପୁଡୁଗେଶ୍ୱର ମହାପ୍ରଭୂଙ୍କ ଆଗାମୀ ଶୀତଳଷଷ୍ଠୀ ଯାତ୍ରା ଓ ଶିବ ବିବାହ ପର୍ବକୁ ରିତୀନିତୀ ଅନୁଯାଇ ସମ୍ପନ୍ନ କରିବା ଲାଗି ବ୍ୟାପକ ପ୍ରସ୍ତୁତି ଚଳାଇଥିବା ଦେଖିବାକୁ ମିଳିଛି। ଆସନ୍ତା ୧୮ ତାରିଖରେ ହେବାକୁ ଥିବା ଶ୍ରୀଶ୍ରୀ ପୁଡୁଗେଶ୍ୱର ମହାପ୍ରଭୁଙ୍କ ଶୀତଳଷଷ୍ଠୀ ଯାତ୍ରା ଓ ଶିବ ବିବାହ ପର୍ବ ଅବସରରେ ନଗର ପରିକ୍ରମା, ବାଟବରଣ, ହସ୍ତଗ୍ରନ୍ଥି ସମେତ ଅନ୍ୟାନ୍ୟ ନୀତିକାନ୍ତି ବିଧିବିଧାନ ଅନୁଯାୟୀ ସମ୍ପନ୍ନ ହେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି। ଆସିକା ସହର ଉପକଣ୍ଠସ୍ଥ ପୁଡୁଗେଶ୍ୱରପଲ୍ଲୀ ଗ୍ରାମରେ ପବିତ୍ର ଋଷିକୁଲ୍ୟା ନଦୀତଟରେ କେଉଁ ଆବାହମାନ କାଲରୁ ପୂଜା ପାଇଆସୁଥିବା ପ୍ରଭୂ ଶ୍ରୀ ଶ୍ରୀ ପୁଡୁଗେଶ୍ୱରଙ୍କ ଚଳିତବର୍ଷର ଶୀତଳଷଷ୍ଠୀ ଯାତ୍ରା ଓ ଶିବବିବାହ ଉତ୍ସବ କାର୍ଯ୍ୟକ୍ରମରେ କନ୍ୟାପିତା (ମାତା ପାର୍ବତୀ) ଙ୍କ ପ୍ରତିନିଧି ରୂପେ ଆଧ୍ୟାତ୍ମିକପ୍ରେମୀ ବି.ରାକେଶ୍ ପାତ୍ର ଓ ଟି.ବିଷ୍ଣୁପ୍ରିୟା ସୁବୁଦ୍ଧି ଓ ବରପିତା (ଶ୍ରୀ ପୁଡୁଗେଶ୍ୱର) ଙ୍କ ପ୍ରତିନିଧି ରୂପେ ଶ୍ରଦ୍ଧାଳୁ ଭକ୍ତ ଅଚ୍ୟୁତାନନ୍ଦ ନାହାକ ଓ ସୁନିତା ନାହାକ ନିଷ୍ଠାର ସହ ରହି ଦାୟିତ୍ୱ ନିର୍ବାହ କରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡିଛି । ପବିତ୍ର ଋଷିକୁଲ୍ୟା ନଦୀତଟରେ ପୁଡୁଗେଶ୍ୱରପଲ୍ଲୀ ଗ୍ରାମ ନିକଟରେ ବିଜେ ବାବା ପୁଡୁଗେଶ୍ୱରଙ୍କ ମହିମା ଅପାର ହୋଇଥିବାରୁ ଏହି ପୀଠରେ ଭକ୍ତ ଯଦି ନିଷ୍ଠାର ସହ ଦେବଦମ୍ପତିଙ୍କୁ ପୂଜାର୍ଚ୍ଚନା କରିଥାଏ ତେବେ ଭକ୍ତର ମନବାଞ୍ଛା ନିଶ୍ଚିତ ଭାବେ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଥିବାରୁ ଏହି ପୁରାତନ ଶୈବପୀଠକୁ ବର୍ଷତମାମ୍ ଶ୍ରଦ୍ଧାଳୁ ଭକ୍ତଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳୁଛି ।


