ନିଟ୍ ପରୀକ୍ଷାରେ ମେଧାବୀ ଛାତ୍ର ବିଭୂପ୍ରସାଦଙ୍କ କୃତିତ୍ୱ: ବିଭିନ୍ନ ମହଲରୁ ଶୁଭେଛାର ସୁଅ
ଆସିକା (ୱାଇଏନ୍ଏସ୍) : ନ୍ୟାସନାଲ୍ ଟେଷ୍ଟିଂ ଏଜେନସି ଦ୍ୱାରା ସଞ୍ଚାଳିତ ନିଟ୍-୨୦୨୬ ପ୍ରବେଶିକା ପରୀକ୍ଷାରେ ୭୨୦ରୁ ୫୬୦ ମାର୍କ ରଖି ସମଗ୍ର ଭାରତ ବର୍ଷରେ ୨୯୮୯୬ ର୍ୟାଙ୍କ ରଖିଥିବା ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ଗ୍ରାମର ମେଧାବୀ ଛାତ୍ର ବିଭୂପ୍ରସାଦ ସେଠୀଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଉଥିବା ଲକ୍ଷ୍ୟ କରାଯାଇଛି। ଏ ସମ୍ପର୍କରେ ମିଳିଥିବା ସୂଚନା ଅନୁଯାୟୀ ଆସିକା ବ୍ଳକ ଅଧିନସ୍ଥ ଗୁଣ୍ଠପଡା ଗ୍ରାମର ଜଣାଶୁଣା ଶିକ୍ଷକ ଗଣପତି ସେଠୀ ଓ ତାଙ୍କ ପତ୍ନୀ ମିନତୀ ସେଠୀଙ୍କ ସୁପୁତ୍ର ମେଧାବୀ ଛାତ୍ର ବିଭୂପ୍ରସାଦ ସେଠୀ ନ୍ୟାସନାଲ୍ ଟେଷ୍ଟିଂ ଏଜେନସି ଦ୍ୱାରା ସଞ୍ଚାଳିତ ନିଟ୍-୨୦୨୬ ପ୍ରବେଶିକା ପରୀକ୍ଷାରେ ସମଗ୍ର ଭାରତ ବର୍ଷରେ ୨୯୮୯୬ ର୍ୟାଙ୍କ ରଖି ଗୁଣ୍ଠପଡା ଗ୍ରାମର ଗୌରବକୁ ବୃଦ୍ଧି କରିଥିବା ଲକ୍ଷ୍ୟ କରାଯାଇଛି। ମେଧାବୀ ଛାତ୍ର ବିଭୂପ୍ରସାଦ ସେଠୀଙ୍କ ସଫଳତାକୁ ନେଇ ଗୁଣ୍ଠପଡା ଗ୍ରାମରେ ଖୁସିର ଲହରି ଖେଳି ଯାଇଥିଲା ବେଳେ ଭବିଷ୍ୟତରେ ଭଲ ପାଠ ପଢି ଡାକ୍ତର ହେବା ପାଇଁ ସେ ସ୍ୱପ୍ନ ଦେଖିଥିବା ପ୍ରକାଶ କରି କହିଛନ୍ତି ଯେ କଠିନ ପରିଶ୍ରମ କଲେ ଜଣେ ନିଶ୍ଚିତ ଭାବେ ସଫଳତା ପାଇ ପାରିବ। ଏଥିରେ ସନ୍ଦେହ ନାହିଁ। ନିଜର ପିତା ଗଣପତି ସେଠୀ ଓ ମାତା ମିନତୀ ସେଠୀଙ୍କ ଆର୍ଶୀବାଦ ଓ ସେମାନଙ୍କ ଦିଗ୍ଦର୍ଶନ ସାଙ୍ଗକୁ ନିଜର କଠିନ ଅଧ୍ୟବସାୟ ଯୋଗୁଁ ଏହି ଗୌରବମୟ ସଫଳତା ପାଇଥିବା ଜଣାପଡିଛି। ଦୃଢ ପରିଶ୍ରମ, ପାଠରେ ଏକାଗ୍ରତା, ଅକ୍ଳାନ୍ତ ପରିଶ୍ରମ, ଦୃଢ ଇଛାଶକ୍ତି, ଅଧ୍ୟବସାୟ ଯୋଗୁଁ ଏହି ସଫଳତା ମିଳିଥିବା ବେଳେ ଆଗକୁ ଭଲ ପାଠ ପଢି ଜଣେ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ନ୍ୟାସନାଲ୍ ଟେଷ୍ଟିଂ ଏଜେନସି ଦ୍ୱାରା ସଞ୍ଚାଳିତ ନିଟ୍-୨୦୨୬ ପ୍ରବେଶିକା ପରୀକ୍ଷାରେ ସମଗ୍ର ଭାରତ ବର୍ଷରେ ୨୯୮୯୬ ର୍ୟାଙ୍କ ରଖି କୃତକାର୍ଯ୍ୟ ହୋଇଥିବା ମେଧାବୀ ଛାତ୍ର ବିଭୂପ୍ରସାଦ ସେଠୀ ପ୍ରକାଶ କରିଛନ୍ତି। ଏହି ସଫଳତାର ଶ୍ରେୟ ମୋର ନୁହେଁ ମୋ ପରିବାର ଲୋକଙ୍କର ମଧ୍ୟ। ମୋ ବାପା ଗଣପତି ସେଠୀ ଓ ମାତା ମିନତୀ ସେଠୀଙ୍କ ଅଦମ୍ୟ ଚେଷ୍ଟା ଓ ପ୍ରେରଣା ପାଇଁ ମୁଁ ଏହି ସଫଳତା ପାଇଛି ଏଥିପାଇଁ ମୋ ବାପା ଓ ମାଙ୍କ ସମେତ ପରିବାରବର୍ଗ, ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଦେବି। ମୋ ସ୍ୱପ୍ନ ଆଜି ସଫଳ ହୋଇଛି। ଏହି ସଫଳତା ଦୃଢ ଆତ୍ମ ବିଶ୍ୱାସ ଓ ଇଛାଶକ୍ତି ଦ୍ୱାରା ସମ୍ଭବ ହୋଇଛି। ଯେତିକି ସମୟ ପଢୁଥିଲି ଏକାଗ୍ରତାର ସହ ପଢୁଥିଲି। ଏଥିସହ ପ୍ରତିଟି ବିଷୟ ବୁଝି ତାକୁ ମନେ ରଖୁଥିଲି। ଯଦି କୌଣସି ବିଷୟ ବୁଝି ପାରୁନଥିଲି ସଙ୍ଗେ ସଙ୍ଗେ ମୋ ଶିକ୍ଷକମାନଙ୍କ ସହ ଆଲୋଚନା କରି ସେ ସବୁକୁ ସମାଧାନ କରୁଥିଲି। ନ୍ୟାସନାଲ୍ ଟେଷ୍ଟିଂ ଏଜେନସି ଦ୍ୱାରା ସଞ୍ଚାଳିତ ନିଟ୍-୨୦୨୬ ପ୍ରବେଶିକା ପରୀକ୍ଷାରେ ସମଗ୍ର ଭାରତ ବର୍ଷରେ ୨୯୮୯୬ ର୍ୟାଙ୍କ ରଖି ସଫଳତା ପାଇଥିବା ଗୁଣ୍ଠପଡା ଗ୍ରାମର ମେଧାବୀ ଛାତ୍ର ବିଭୁୁପ୍ରସାଦ ସେଠୀଙ୍କୁ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଓ ଭଂଜ ବେହେରା, ଅବସରପ୍ରାପ୍ତ ଶିକ୍ଷକ ମିହିରକାନ୍ତ ମହାପାତ୍ର, ପଦ୍ମଚରଣ ସେଠୀ, ଦିଲୀପ କୁମାର ପରିଡା, ସୁରେନ୍ଦ୍ରନାଥ ବେହେରା, ଶିକ୍ଷକ ସଂଘ ନେତା ଶିବଶଙ୍କର ଜେନା, ସିମାଞ୍ଚଳ ସେଠୀ, ନିରଞ୍ଜନ ପରିଡା, ବାଳକୃଷ୍ଣ ହୋତା, ସୁନିଲ୍ କୁମାର ମିଶ୍ର, ବିଦ୍ୟାଧର ସାହୁ, ଧୋବା ବେହେରା, ରାଧାମୋହନ ଡାକୁଆ, ଚନ୍ଦ୍ରଶେଖର ସ୍ୱାଇଁ, ରାମନାଥ ପଟ୍ଟନାୟକ, ବଂଶୀଧର ପରିଡା, ଟୁଲୁ ବେହେରା, ସନ୍ତୋଷ କୁମାର ବେହେରାଙ୍କ ସମେତ ବହୁ ସଚେତନ ନାଗରିକ, ଗ୍ରାମବାସୀ ଅଭିନନ୍ଦନ ଜଣାଇବା ସହ ଉତ୍ତରୋତ୍ତର ଉନ୍ନତି ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିବା ଲକ୍ଷ୍ୟ କରାଯାଇଛି । ପିଲାଟି ବେଳରୁ ପାଠ ପଢା ପ୍ରତି ବେଶ୍ ଆଗ୍ରହ ରଖିଥିବା ବେଳେ ଡାକ୍ତର ହୋଇ ଲୋକଙ୍କ ସେବା କରିବାକୁ ଇଛା ପ୍ରକଟ କରି ନିଜର ପରିଶ୍ରମ ଜାରି ରଖି ସଫଳତା ପାଇଥିବା ଗୁଣ୍ଠପଡା ଗ୍ରାମର ମେଧାବୀ ଛାତ୍ର ବିଭୂପ୍ରସାଦ ସେଠୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଥିବା ଲକ୍ଷ୍ୟ କରାଯାଇଛି ।


