ସାଂସଦଙ୍କ ବନ୍ୟାଞ୍ଚଳ ପରିଦର୍ଶନ ଓ କ୍ଷୟକ୍ଷତିର ସମୀକ୍ଷା
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ସାଂସଦ ଅନନ୍ତ ନାଏକ ଦିଲ୍ଲୀରୁ ଫେରିବା ପରେ ଶନିବାର ହାଟଡିହି ବ୍ଲକ ଅଞ୍ଚଳର ବନ୍ୟା ପ୍ରଭାବିତ ବିଭିନ୍ନ ଗ୍ରାମ ପରିଦର୍ଶନ କରିଛନ୍ତି l ସାଂସଦ ଅନନ୍ତ ନାୟକଙ୍କ ସହ ଆନନ୍ଦପୁର ଉପଜିଲ୍ଲାପାଳ ନୀଳ ମାଧବ ସୁନା, ଆନନ୍ଦପୁର ବିଧାନସଭା ବିଜେପି ନେତା ଆଲୋକ ସେଠି, ପୂର୍ବତନ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତସିଂହାର, ନାରୀ ନେତ୍ରୀ ମିନତୀ ମହାପାତ୍ର, ଶାଳନିଆଁ ମଣ୍ଡଳ ସଭାପତି ଜଗନ୍ନାଥ ବାରିକ, ବଞ୍ଚୋ ମଣ୍ଡଳ ସଭାପତି ହରେକୃଷ୍ଣ ସ୍ୱାଇଁ, ଭାଜପା କର୍ମୀ ହରମୋହନ ଶାସିନୀ, ଯୁଧିଷ୍ଠିର ମଲ୍ଲିକ, ସୁଶାନ୍ତ ଜେନା, ଧବଳେଶ୍ୱର ପଟ୍ଟନାୟକ, ସୁରେନ୍ଦ୍ର କାଣ୍ଡି, ତାରିଣୀ ସେନାପତି, ଭୀମସେନ ପେରେଇ, ରୁଦ୍ର ପ୍ରସାଦ ଜେନା, ସୁଧାଂଶୁ ବେହେରା, ରବୀନ୍ଦ୍ର ମଲ୍ଲିକ, ଅରୁଣ ମଲ୍ଲିକ, ସନାତନ ଜେନା ପ୍ରମୁଖ ଉପସ୍ଥିତ ଥିଲେ l ସାଂସଦ ଆଇତିପୁର ପଞ୍ଚାୟତର ନୂଆଗାଁ, ଆଇତିପୁର, ରାଘବପୁର, ମଧୁପୁର, ଅମୃତପୁର, ରତକଣା ପ୍ରଭୃତି ବନ୍ୟା ପ୍ରଭାବିତ ଗ୍ରାମ ପରିଦର୍ଶନ କରିଥିଲେ l ସେହିପରି ଗେଡ଼ମା, ସଡ଼ଙ୍ଗ, ହାବଳେଶ୍ୱର, ସମଣା,ଆମ୍ବୋ ପ୍ରଭୃତି ବନ୍ୟା ପ୍ରଭାବିତ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରିଥିଲେ l ଲୋକ ମାନଙ୍କୁ ସେମାନଙ୍କର ସୁବିଧା, ଅସୁବିଧା ପଚାରି ବୁଝିବା ସହ ବିଭିନ୍ନ ଗ୍ରାମ୍ୟ ରାସ୍ତା ଘାଟର ଅବସ୍ଥା ବୁଲି ଦେଖିଥିଲେ l ବିଶେଷ କରି ଅସମ୍ପୂର୍ଣ୍ଣ ନଦୀବନ୍ଧ ଯୋଗୁଁ ପ୍ରତି ଥର ବନ୍ୟା ଆସୁଥିବାରୁ ଏହାକୁ ସମ୍ପୂର୍ଣ୍ଣ କରିବାକୁ ଲୋକେ ଦାବି କରିଥିଲେ। ସେହିପରି ବନ୍ୟା ଘେରରେ ରହୁଥିବା ନୂଆଗାଁ, ରାଘବପୁର ଲୋକଙ୍କ ପାଇଁ ଡ଼ଙ୍ଗା ବ୍ୟବସ୍ଥା ସମ୍ପର୍କରେ ଉପଜିଲ୍ଲାପାଳଙ୍କ ଆଲୋଚନା କରିଥିଲେ। ଏହି ଗ୍ରାମର ଲୋକମାନେ ଅନେକ ଦିନ ଧରି ଜଳବନ୍ଦୀ ଜୀବନ ବିତାଉ ଥିବାରୁ ଏଠାରେ ଡଙ୍ଗାର ଗୁରୁତ୍ୱ ଥିବାରୁ ଏହାକୁ ପ୍ରାଥମିକତା ଦେବାକୁ ସେ କହିଥିଲେ। ସେହିପରି ରାଘବପୁର ସ୍କୁଲ ନିକଟରେ ରାସ୍ତାଟି ଉଚ୍ଚା କରିବା ସହିତ ନୂତନ ସ୍କୁଲଘର ନିର୍ମାଣ ପାଇଁ ପ୍ରସ୍ତାବ ଦେବାକୁ ଉପଜିଲ୍ଲାପାଳଙ୍କୁ କହିଥିଲେ। ବିଭିନ୍ନ ସ୍ଥାନରେ ଲୋକ ମାନଙ୍କୁ ଭାଜପା କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଚୂଡ଼ା, ଗୁଡ଼, ଅମୁଲ, ବିସ୍କୁଟ ପ୍ରଭୃତି ରିଲିଫ ବଣ୍ଟନ କରାଯାଇଥିଲା l ବନ୍ୟା କ୍ଷୟକ୍ଷତିର ସଠିକ ଆକଳନ ନିମନ୍ତେ ଉପଜିଲାପାଳଙ୍କ ସହ ସାଂସଦ ଅନନ୍ତ ଆଲୋଚନା କରିଥିଲେ।


