ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଶତାଧି ବର୍ଷ
ସମ୍ବଲପୁର,(ଲିପନ ନାଏକ ): ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ମହାବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରମୁଖ ଜନ ସଂଗୋଷ୍ଠୀ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛିl ଏହି କାର୍ଯକ୍ରମ ରେ କୁଚିଣ୍ଡା, ଜମନକିରା,ବାମରା ଓ ଲଇଡା ଅଞ୍ଚଳ ର ପ୍ରମୁଖ ନେତୃ ବର୍ଗ ଯଥା କୃଷକ, ଶିକ୍ଷକ, ଅଧ୍ୟାପକ, ଡାକ୍ତର, ଇଞ୍ଜିନିୟର, ଓକିଲ, କଳାକାର, କ୍ରୀଡାବିତ୍ , ସମାଜସେବୀ ଇତ୍ୟାଦି ଶତାଧିକ ରୁ ବିଜ୍ଞ ବ୍ୟକ୍ତି ଯୋଗ ଦେଇ ଥିଲେ । ସଭା କାର୍ଯ୍ୟ ଆରମ୍ଭ ରେ ଭାରତ ମାତା, ଜଗନ୍ନାଥ, ଓ ମା ସମେଲେଇ ତୈଳୟ ଚିତ୍ର ରେ ପୂଜ୍ୟ ସ୍ୱାମୀ ଜୀବନ ମୁକ୍ତାନନ୍ଦ ପୁରୀ ମହାରାଜଙ୍କ ଦ୍ଵାରା ଦୀପ ପ୍ରଜ୍ୱଳନ କରି ଥିଲେ l କାର୍ଯ୍ୟ କ୍ରମରେ ଜିଲ୍ଲା ସଂଘ ଚାଳକ ରଙ୍ଗାଧର ଶର୍ମା ଅଧ୍ୟକ୍ଷତା କରିଥିଲେ l ମୁଖ୍ୟ ବକ୍ତା ଭାବରେ ପ୍ରାନ୍ତ ପ୍ରଚାର ପ୍ରମୁଖ ମହେଶ୍ୱର ବେହେରା ଯୋଗ ଦେଇ ଥିଲେ ସେ ତାଙ୍କର ବକ୍ତବ୍ୟ ରେ କହିଲେ ହିନ୍ଦୁତ୍ୱ ହିଁ ସର୍ବ ସମାବେଶୀ ଅଟେ। ଭାରତ ବର୍ଷ ର ଉତଥାନ ରେ ବିଶ୍ୱ ଶାନ୍ତି ରହିବ। ତେଣୁ ସଂଘ ଶହେ ବର୍ଷ ଧରି ସମାଜ ର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କରି ଆସୁଛି। ଏଥିରେ ସମସ୍ତଙ୍କ ସହଯୋଗ ରହିଲେ ଭାରତ ପୁଣି ବିଶ୍ୱ ଗୁରୁ ହେବ ବୋଲି ଆହ୍ୱାନ କରିଥିଲେ। ଜିଲ୍ଲା କାର୍ଯ୍ୟବାହ ଲକ୍ଷ୍ମୀଧର ମିଶ୍ର ସଭା ପରିଚାଳନ କରିଥିଲେ। ଏଥିରେ କିଶନ ଦେଓ, ରୋଶନ ସାହୁ, ସ୍ୱସ୍ତିକ ଶର୍ମା, ଯୋଗେଶ ନାଏକ, ଯଦୁମଣି ସେଠ, ପ୍ରକୃତି ବନ୍ଧୁ ସରୋଜ ମେହେର,ଅତୁଲ୍ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ ଶେଷରେ ବନ୍ଦେ ମାତରଂ ଗୀତ ଗାନ କରି ଅଧ୍ୟାପକ ଦୟାସାଗର ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରି ଥିଲେ.


