ଗଣକବି ଗୋପାଳ ଦାଶଙ୍କ ନୂତନ ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚିତ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲା ସଂସ୍କୃତି ବିଭାଗ ଓ ପଳସିଂହା ଗୋପାଳ ଦାଶ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ଗଣକବି ଗୋପାଳ ଦାଶଙ୍କ ୧୫୦ତମ ଜୟନ୍ତୀ ତାଙ୍କ ଜନ୍ମମାଟି ପଳସିଂହାରେ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କଟକ-ଚାନ୍ଦବାଲି ରାସ୍ତାର ଗୋଗୁଆଛକରେ ଥିବା ଗୋପାଳ ଦାଶଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ସାମୁହିକ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହାପରେ ତାଙ୍କ ଜନ୍ମମାଟି ପଳସିଂହା ଗ୍ରାମରେ ନୂତନ ଭାବରେ ପ୍ରତିଷ୍ଠିତ ଗଣକବିଙ୍କ ଆବକ୍ଷ ପ୍ରତିମୂର୍ତ୍ତିକୁ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଉନ୍ମୋଚନ କରିଥିଲେ । ଏହାସହ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରେ ନିର୍ମିତ ସଂସଦର ଗୃହ ଓ ସଭାମଣ୍ଡପକୁ ମଧ୍ୟ ବିଧାୟକ ଶ୍ରୀ ବେହେରା ଉଦଘାଟନ କରିଥିଲେ । ସଂସଦର ସଭାପତି ତଥା ସମାଜସେବୀ ଅଜିତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିସଭାରେ ମୁଖ୍ୟଅତିଥି ଭାବେ ବିଧାୟକ ଗଣେଶ୍ୱର ବେହେରା, ମୁଖ୍ୟବକ୍ତା ବକ୍ତା ଭାବେ ପ୍ରଫେସର ଡ. ବୈଷ୍ଣବ ଚରଣ ସାମଲ ଓ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଡ. ସଂଗ୍ରାମ କେଶରୀ ରାଉତ, ମନ୍ମଥନାଥ ବରାଳ, ଶିକ୍ଷାବୀତ କେଶବ ଚନ୍ଦ୍ର ବିଶ୍ୱାଳ, ପଳସିଂହା ପଞ୍ଚାୟତର ସରପଞ୍ଚ ଦେବେନ୍ଦ୍ର କୁମାର ପରିଡା, ଭାବଗ୍ରାହୀ କଳାନିକେତନର ସମ୍ପାଦକ ବିମଳ ପ୍ରସାଦ ପରିଡା ପ୍ରମୁଖ ଯୋଗଦେଇ ଗଣକବିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । ମୁଖ୍ୟବକ୍ତା ଡ. ବୈଷ୍ଣବ ସାମଲ ଗଣକବିଙ୍କ ଦ୍ୱାରା ରଚିତ ସାହିତ୍ୟର ପ୍ରଚାର ଓ ପ୍ରସାର କରିବାରେ ଉସôର୍ଗିକୃତ ମନୋଭାବ ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଗଣକବିଙ୍କ ପ୍ରଥମ ଓ ଦ୍ୱିତୀୟ ଭାଗ ଗ୍ରନ୍ଥାବଳୀର ପ୍ରକାଶନ ନିମନ୍ତେ କରାଯାଇଥିବା ପ୍ରୟାସ ସମ୍ପର୍କରେ ନିଜ ଅନୁଭୂତି ବର୍ଣ୍ଣନା କରିଥିଲେ ଡ. ସାମଲ । ବିଧାୟକ ଶ୍ରୀ ବେହେରା ଗଣକବିଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ପ୍ରତିଶୃତି ଦେଇଥିଲେ । ଅତିଥି ଡ. ରାଉତ ଗଣକବିଙ୍କ ଜୟନ୍ତୀ କିଭଳି ରାଜ୍ୟସ୍ତରରେ ପାଳନ କରାଯାଇପାରିବ ସେଥି ପାଇଁ ପ୍ରଚେଷ୍ଠା ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ସଂସଦର ସମ୍ପାଦକ ଭଗବାନ ଜେନା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସଂସଦର ସଭାପତି ଶ୍ରୀ ମହାପାତ୍ର ସଂସଦର କେତେକ ଆବଶ୍ୟକତା ସମ୍ପର୍କରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଣ୍ଡିତ ପଦ୍ମନାଭ ଦାଶ, ଗାଙ୍ଗପଡା ସରପଞ୍ଚ ଅଶ୍ୱିନୀ ପାତ୍ର, ମନୋଜ କୁମାର ବିଶ୍ୱାଳ, ଶରତ ଚନ୍ଦ୍ର ଥାଟୋଇ, ଦୋଳଗୋବିନ୍ଦ ବେହେରା, ବିଷ୍ଣୁ ଚରଣ ଦାଶ, ଦେବ ପ୍ରସାଦ ବିଶ୍ୱାଳ, ଭ୍ରମରବର ପୁହାଣ, ରାଧାକାନ୍ତ ଦାଶ, କୈଳାସ ଚନ୍ଦ୍ର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ୧୧ଜଣ କଳାକାରଙ୍କୁ ‘ଗୋପାଳ ଦାଶ ନାଟ୍ୟ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । କେଶବ ଚନ୍ଦ୍ର ବିଶ୍ୱାଳ ଅତିଥି ପରିଚୟ ସହ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ କଳାକାରମାନଙ୍କ ଦ୍ୱାରା ଗୋପାଳ ଦାଶଙ୍କ ରଚିତ ଗୀତିନାଟ୍ୟ ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ