ଯୁବ କଂଗ୍ରେସର ଗଣେଶଙ୍କ ଭସାଣିରେ ନିରଞ୍ଜନ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜ଼ିଲ୍ଲା ଯୁବ କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ଯୁବ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଭୁ ଶ୍ରୀ ଗଣେଶ ବିଘ୍ନନାଶକଙ୍କ ତିନି ଦିନ ପୂଜାର୍ଚ୍ଚନା ପରେ ବିସର୍ଜନ କରାଯାଇଛି l ଯୁବ କଂଗ୍ରେସ ଜ଼ିଲ୍ଲା ସଭାପତି ସୁନେଶ ଧୀରଙ୍କ ନେତୃତ୍ୱରେ ଶତାଧିକ ଯୁବ କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରାରେ ଶ୍ରୀ ଗଣେଶଙ୍କୁ ବିଦାୟ ଦେଇଛନ୍ତି l ଏହି ଭସାଣି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ଯୁବକ ମାନଙ୍କୁ ଉସାହିତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ତଥା ଯୁବ ଶିଳ୍ପପତି ନବଜ୍ୟୋତି ପଟ୍ଟନାୟକ, ଭୁବନେଶ୍ୱର ଜ଼ିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ଜ଼ିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡା, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକ,ଘସିପୁରା ପୂର୍ବତନ ବିଧାୟକ ପ୍ରାର୍ଥୀ ସୁବ୍ରତ କୁମାର ଚକ୍ର, ପୂର୍ବତନ ସାଂସଦ ପ୍ରାର୍ଥୀ ବିନୋଦ ବିହାରୀ ନାଏକ, ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ତେଲକୋଇ ପୂର୍ବତନ ବିଧାୟକ ପ୍ରାର୍ଥୀ ନିର୍ମଳ ନାୟକ, ଝୁମ୍ପୁରା ବ୍ଲକ ପୂର୍ବତନ ଅଧକ୍ଷା ପ୍ରତିଭା ମଞ୍ଜରୀ ନାଏକ,ଜ଼ିଲ୍ଲା କଂଗ୍ରେସ ପଛୁଆ ବର୍ଗ ଅଧକ୍ଷ ଯଦୁମଣି ବାରିକ, ବରିଷ୍ଠ କଂଗ୍ରେସ ନେତା ଅଜିତ ଜେନା, ଲଳିତ ମୋହନ ନାୟକ, ରତ୍ନାକର ଜେନା, ଉତ୍ତମ କୁମାର ସାହୁ, ସୁଢଳ କୁମାର ସେଠି, ମନରଞ୍ଜନ ରାଉତ, ଦିନେଶ ରାଉତ, ସନ୍ତୋଷ ସାହୁ, କେନ୍ଦୁଝର ସଦର ଯୁବ କଂଗ୍ରେସ ସଭାପତି ସୌମ୍ୟରଞ୍ଜନ ରାଉତ, ଯୁବ କଂଗ୍ରେସ ନେତା ଦିବ୍ୟଦର୍ଶନ ଦାସ, ଅମିତ ଅନୁପମ ରାଉତ, ସନତ ପାଢ଼ୀ, ପ୍ରସନ୍ନଜିତ ପଣ୍ଡା, ବୁବୁନ ରାଉତ, ଆନନ୍ଦ ମାଝୀ, ପ୍ରଦୀପ ମହାନ୍ତ, ଅଶୋକ ପଲେଇ, ଅମିତ ରାଉତ,  ମାନସ ବେହେରା, ନିହାର କର, ଆଶିଷ ପାତ୍ର, ଅଭିଜିତ ବେହେରା, ସଂଗ୍ରାମ ବେହେରା, ବ୍ୟାସଦେବ ବେହେରା, ଅଚ୍ୟୁତାନନ୍ଦ ବେହେରା, ରାହିଲ ଅମନ, ବିକ୍ରମ ରାଜବର, ଅମନ କୁମାର ପ୍ରମୁଖ ଭସାଣିରେ ସାମିଲ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ