ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହେଲା ନୃସିଂହ ଜନ୍ମୋତ୍ସବ
ଆସିକା (ୱାଇଏନ୍ଏସ୍): ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସିକା ଏନ୍ଏସି ସୁନାମ୍ବ ରଥଦାଣ୍ଡ ସାହି ସ୍ଥିତ ଶ୍ରୀ ଶ୍ରୀ ଅଭୟ ନୃସିଂହ ମନ୍ଦିର, କାଳଷଣ୍ଢପୁର ନୃସିଂହ ମନ୍ଦିର, ନଳବଣ୍ଟା ନୃସିଂହ ମନ୍ଦିର, ଜୟପୁର ଗ୍ରାମ ନୃସିଂହ ମନ୍ଦିର, ନିରାଳ ନୃସିଂହ ମନ୍ଦିର, ଖଡଭାଗ ଗ୍ରାମ ନୃସିଂହ ମନ୍ଦିର ସମେତ ଆଖପାଖ ଗ୍ରାମାଞ୍ଚଳରେ ଥିବା ସମସ୍ତ ନୃସିଂହ ମନ୍ଦିରରେ ପ୍ରଭୁ ନୃସିଂହଙ୍କ ଜନ୍ମୋତ୍ସବ ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି । ଏହି ଅବସରରେ ସୁନାମ୍ବ ସାହି ସ୍ଥିତ ଶ୍ରୀ ଶ୍ରୀ ଅଭୟ ନୃସିଂହ ମନ୍ଦିର ପରିସରରେ ମହାପ୍ରଭୁ ନୃସିଂହନାଥଙ୍କ ସ୍ୱତନ୍ତ୍ର ପୂଜା ସହ ଚନ୍ଦନ ଅଗୁରରେ ମହାସ୍ନାନ କରାଯାଇଥିଲା । ମନ୍ଦିର ପରିସରରେ ହୋମଯଜ୍ଞର ଆୟୋଜନ ସାଙ୍ଗକୁ ସମୂହ ପ୍ରସାଦସେବନ କରାଯାଇଥିଲା ବେଳେ ରାତ୍ରରେ ଆସିକା ସହରର ବିଭିନ୍ନ ସାହି ବସ୍ତିର ମୁଖ୍ୟରାସ୍ତାରେ ପାଣି, ଗୋବରପାଣି, ଚନ୍ଦନପାଣି ଛିଞ୍ଚାଯିବା ପରେ ଛେରାପହଁରା କରାଯାଇ ନୂଆଁ ବସ୍ତ୍ର ପକାଯାଇ ମହାପ୍ରଭୁ ନୃସିଂହନାଥଙ୍କ ବିଜେ ପ୍ରତିମାକୁ ନଗର ପରିକ୍ରମା କରାଯାଇଥିଲା । ଭଗବାନ ନୃସିଂହନାଥଙ୍କ ଜନ୍ମୋତ୍ସବ ଓ ସୁନାମ୍ବ ସାହି ସ୍ଥିତ ଶ୍ରୀ ଶ୍ରୀ ଅଭୟ ନୃସିଂହ ମହାପ୍ରଭୂଙ୍କ ବାର୍ଷିକ ଯାତ୍ରା ମହୋତ୍ସବ ଅବସରରେ ମନ୍ଦିର ପରିସରରେ ଅନୁଷ୍ଠିତ ହୋମଯଜ୍ଞ କାର୍ଯ୍ୟକ୍ରମରେ କର୍ତ୍ତା ରୂପେ ମହନ୍ତ ମହାରାଜ ଲଛମନ ଦାସ ଦାୟିତ୍ୱ ନିର୍ବାହ କରିଥିଲା ବେଳେ ଜଣାଶୁଣା ପଣ୍ଡିତ ରତ୍ନାକର ଦାଶ, ହେମନ୍ତ କୁମାର ଦାଶ, ବିକ୍ରମାଦିତ୍ୟ କର, ମନ୍ଦିରପୂଜକ ଶୁଭ୍ରାଂଶୁ ଦାଶ ଓ ପୂଜକ ଶିବାନନ୍ଦ ଦାଶ ସହଯୋଗ କରିଥିଲେ । ଆସନ୍ତାକାଲି ଅର୍ଥାତ୍ ସୋମବାର ଦିନ ମହାପ୍ରଭୁ ନୃସିଂହନାଥଙ୍କ ବାର୍ଷିକଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ସୁନାମ୍ବ ରଥଦାଣ୍ଡ ସାହି ବାସିନ୍ଦାଙ୍କ ସହଯୋଗରେ ରବିବାର ଅନୁଷ୍ଠିତ ହୋଇଥିବା ପ୍ରଭୁ ନୃସିଂହନାଥଙ୍କ ଜନ୍ମ ମହୋତ୍ସବ ପାଳନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଯାତ୍ରା ପରିଚାଳନା କମିଟି ସଭାପତି ତୋଫାନ କୁମାର ସାହୁ, ଉପସଭାପତି ପ୍ରଦୀପ କୁମାର ମୁନି, ସଂପାଦକ ସୁକାନ୍ତ କୁମାର ପ୍ରଧାନ, ଯୁଗ୍ମ ସଂପାଦକ ପରମାନନ୍ଦ ସାହୁ, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ଗୌଡ, ଉପଦେଷ୍ଟା ପି.ନାଗେଶ୍ୱର ପାତ୍ର, ଲକ୍ଷ୍ମୀ ନାରାୟଣ ମହାନ୍ତି, ନରସିଂହ ପାତ୍ର, ଆଧ୍ୟାତ୍ମିକପ୍ରେମୀ ଶ୍ୟାମସୁନ୍ଦର ବିଷୋୟୀ, ପବନା କୁମାର ସାହୁ, ଜଗନ୍ନାଥ ସାହୁ, ବୁଲୁ ପ୍ରଧାନ, ଟୁନା ସାହୁ, ଅଂଶୁମାନ ଗୌଡ, ଲକ୍ଷ୍ମୀନାରାୟଣ ବେହେରା, ଆୟୁଷ୍ମାନ୍ ବେହେରା, ପ୍ରତାପ ପ୍ରଧାନ, ଧୋବା ସାହୁ, ଆକାଶ ବାଡତ୍ୟା, ବାଉରୀ ସାହୁ, ଶ୍ରୀନିବାସ ପାଣିଗ୍ରାହୀ, ନାରାୟଣ ଗୌଡ, କୁନା ଗୌଡ, ନିରଂଜନ ପ୍ରଧାନ, ସନ୍ୟାସୀ ଦାଶ, ଦୀପକ ଗୌଡ, ରୀତେଶ୍ ଗୌଡ, ରାଧାଶ୍ୟାମ ବିଷୋୟୀଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ସକ୍ରିୟ ସହଯୋଗ କରୁଥିବା ଦେଖିବାକୁ ମିଳିଥିଲା । ନୃସିଂହ ଚତୁର୍ଦ୍ଦଶୀ ଅବସରରେ ସୁନାମ୍ବ ସାହି ସ୍ଥିତ ଅଭୟ ନୃସିଂହ ମନ୍ଦିରରେ ପ୍ରଭୁ ନୃସିଂହନାଥଙ୍କୁ ପୂଜାର୍ଚ୍ଚନା କରିବା ଲାଗି ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିଲା।