ଶାସ୍ତ୍ରୀନଗରରେ ଓଡିଆ ନବବର୍ଷ ପାଳିତ
ଆସିକା (ୱାଇଏନ୍ଏସ୍): ଆସିକା ସହରର ୧୭ ନମ୍ବର ୱାର୍ଡର ଶାସ୍ତ୍ରୀ ନଗର ଅଞ୍ଚଳର ଚିତ୍ତବିନୋଦନ କେନ୍ଦ୍ର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିଧିବିଧାନ ଓ ନୀତିକାନ୍ତି ଅନୁଯାୟୀ ମଙ୍ଗଳବାର ପବିତ୍ର ମହାବିଷୁବ ସଂକ୍ରାନ୍ତିି ତଥା ଓଡିଆ ନବବର୍ଷ ଓ ହନୁମାନ ଜୟନ୍ତୀ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ୧୭ ନମ୍ବର ୱାର୍ଡର ଲାଲାଶାସନ ଗ୍ରାମର ବିଦ୍ୱାନ ପଣ୍ଡିତ ରାଜେଶ୍ ତ୍ରିପାଠୀଙ୍କ ମନ୍ତ୍ରୋଚାରଣରେ ଅନୁଷ୍ଠିତ ହୋଇଥିବା ଏହି ହୋମଯଜ୍ଞ କାର୍ଯ୍ୟକ୍ରମରେ କର୍ତ୍ତା ରୂପେ ଶ୍ରଦ୍ଧାଳୁ ଭକ୍ତ ନିରଞ୍ଜନ ଦ୍ୱିବେଦୀ ଓ ତାଙ୍କ ସହଧର୍ମିଣୀ ବବିତାଞ୍ଜଳୀ ମିଶ୍ର ନିଷ୍ଠାର ସହ ରହି ଦାୟିତ୍ୱ ନିର୍ବାହ କରିଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଶ୍ରଦ୍ଧାଳୁ ଭକ୍ତଙ୍କୁ ପାରମ୍ପରିକ ସୁସ୍ୱାଦୁ ପଣା ବଣ୍ଟନ କରାଯାଇଥିଲା ବେଳେ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିବା ଦେଖିବାକୁ ମିଳିଥିଲା । ଆସିକା ସହରର ୧୭ ନମ୍ବର ୱାର୍ଡର ଶାସ୍ତ୍ରୀ ନଗର ଅଞ୍ଚଳରେ ଅନୁଷ୍ଠିତ ହୋଇଥିବା ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀ ପାଳନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଆଧ୍ୟାତ୍ମିକପ୍ରେମୀ ସୁନିଲ୍ କୁମାର ମିଶ୍ର, ନିର୍ମଳ କୁମାର ଦାଶ, ରାଜେଶ୍ ମିଶ୍ର, ଅଶୋକ କୁମାର ତ୍ରିପାଠୀ, ନରସିଂହ ଦାଶ, ସୁଧାଂଶୁ ଦାଶ, ଉମା ମହେଶ୍ୱର ଦାଶ, ନରସିଂହ ସାହୁଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।


